ନୂତନ ଓଡିଶା ଆପଣ ମାନଙ୍କୁ ସ୍ୱାଗତ କରୁଅଛି ପୁରା ଦିନର ଖବର ଆପଣଙ୍କ ନିକଟରେ

Mar 17 2019
ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା

     ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା ରଖି କହିଲେ ବାପାଙ୍କ ସହ ଲଢ଼ିବାକୁ ମୁଁ ପ୍ରସ୍ତୁତ ଅଛି ପାରାଦୀପ : ପୂର୍ବତନ ବରିଷ୍ଠ ବିଜେଡି ନେତା ଡାକ୍ତର ଦାେମାଦର ରାଉତ ବି‌ଜେପିରେ ସାମିଲ ହେବା କ୍ଷଣି ପୁଅ ସମ୍ବିତ ରାଉତରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡାକ୍ତର ରାଉତ ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ସେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ‘ଡାକ୍ତର ରାଉତ ବିଜେପିରେ ମିଶିଲେ ମୋର କିଛି ଫରକ ପଡ଼ିବ ନାହିଁ। ପରିବାର ଓ ରାଜନୀତି, ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ। ମୁଁ ମୋ ଦଳ-ବିଜେଡି ସହ ରହିଛି ଓ ଶେଷ ପର୍ଯ୍ୟନ୍ତ ରହିବି। ଯଦି ମୋତେ ଦଳ ପାରାଦୀପରୁ ବିଧାନସଭା ପାଇଁ ପ୍ରାର୍ଥୀ କରେ ଓ ବାପା ବିଜେପିର ପ୍ରାର୍ଥୀ ହୁଅନ୍ତି, ତେବେ ମୁଁ ତାଙ୍କ ସହ ଲଢେ଼ଇ କରିବା ପାଇଁ ପ୍ରସ୍ତୁତ ଅଛି। ସମୟକୁ ଅପେକ୍ଷା କରିଛି। ଦଳର ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିବି’ ବୋଲି ସମ୍ବିତ କହିଛନ୍ତି। ସମ୍ବିତଙ୍କ ଏଭଳି ପ୍ରତିକ୍ରିୟା ଏବେ ବାପ-ପୁଅ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି। ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ

     ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ କହିଲେ ଆତଙ୍କବାଦୀଙ୍କ କଡ଼ା ଜବାବ ଦେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରି ପାରିନଥିଲେ ।ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
ପଦ୍ମ ଧରିଲେ ବରିଷ୍ଠ ନେତା ଦାମ ରାଉତ୍

     ବର୍ତ୍ତମାନ ର ବଡ ଖବର ( ପଦ୍ମ ଧରିଲେ ବରିଷ୍ଠ ନେତା ଦାମ ରାଉତ୍ ) ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ପୂବର୍ତନ ବିଜେଡି ବିଧାୟକ ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ୍ । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
(ପ୍ରଶ୍ନ ଆମର ଉତ୍ତର ଆପଣକଂର) ରାଜନେତାଙ୍କ ଉଦ୍ଦେଶ୍ୟରେ

     (ପ୍ରଶ୍ନ ଆମର ଉତ୍ତର ଆପଣକଂର) ରାଜନେତାଙ୍କ ଉଦ୍ଦେଶ୍ୟରେ ଆଜିକାର ଦିନ ରେ ଦେଖିବାକୁ ମିଳୁଛି ରାଜନେତା ମାନେ କାହିଁକି ଦଳ ବଦଳାଉ ଛନ୍ତି ? (1)କଣ ନିଜ ସ୍ବାର୍ଥ ପାଇଁ ? (2)ନା ଏ ସମାଜର ଭଲପାଇଁ ? (3) ନା ଅନ୍ୟ କିଛି ପାଇଁ ? 

Mar 17 2019
ନବରଙ୍ଗପୁର ବିଜେଡି ସାଂସଦ ବିଜେପିରେ ଯୋଗ ଦାନ

     ନବରଙ୍ଗପୁର : ବିଜେପିରେ ଯୋଗ ଦେଲେ ବିଜେଡି ସାଂସଦ ବଳଭଦ୍ର ମାଝୀ । ବଳଭଦ୍ର ମାଝୀ ଯୋଗ ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଆଦିବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ନବରଙ୍ଗପୁରରେ ବିଗତ ୫ ବର୍ଷରେ ଯାହା ଉନ୍ନତି ହୋଇଛି ସବୁ କେନ୍ଦ୍ରୀୟ ଯୋଜନା ଯୋଗୁଁ ହୋଇଛି । ନବରଙ୍ଗପୁରରେ ଆଦିବାସୀଙ୍କ ବିକାଶ କରିବାରେ ରାଜ୍ୟ ସରକାରଙ୍କ ଯୋଜନା ବିଫଳ ହୋଇଛି ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି । ଦେଢ ବର୍ଷ ହେଲା ବିଜେଡିରେ ତାଙ୍କୁ ଅଣଦେଖା କରାଯାଇଆସୁଥିଲା । ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଆସିବା ଦିନଠୁ ତାଙ୍କୁ ସବୁ କାର୍ଯ୍ୟାକ୍ରମରୁ ବଞ୍ଚିତ କରାଯାଇଥିଲା । ଏମିତିକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନଥିବା ବଳଭଦ୍ର ଅଭିଯୋଗ କରିଛନ୍ତି । ସାଂସଦ ପାଣ୍ଠିର ସମ୍ପୂର୍ଣ୍ଣ ଅର୍ଥରାଶିକୁ ବିନିଯୋଗ ପାଇଁ ଦେଇଥିଲେ ମଧ୍ୟ କାମ କରାଯାଉନଥିଲା କିମ୍ବା ବିନିଯୋଗ ପତ୍ର ଦିଆଯାଉନଥିଲା । କିଛି ନେତା ଓ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଛନ୍ତି । ସେପଟେ ବଳଭଦ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରମେଶ ମାଝି । ତାକଂ କହିବା କଥା ବଳଭଦ୍ର ୫ ବର୍ଷ ସାଂସଦ ଥିଲେ । ୫ ବର୍ଷ ଭିତରେ ତାଙ୍କୁ ଜନ ସମର୍ଥନ ମିଳିଲାନି । ଏଥିରେ ଦଳର କଣ ଭୁଲଅଛି ? ଦିନେ ବିଜେପିକୁ ଭାରତୀୟ ଜୁମୁଲା ଦଳ କହୁଥିବା ବଳଭଦ୍ର ଏବେ କେମିତି ସେ ଦଳରେ ମିଶା ଗୁଣଗାନ କରୁଛନ୍ତି ବୋଲି ବଳଭଦ୍ର ପ୍ରଶ୍ନ କରିଛନ୍ତି । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Read More
sradha webcreations