ନୂତନ ଓଡିଶା ଆପଣ ମାନଙ୍କୁ ସ୍ୱାଗତ କରୁଅଛି ପୁରା ଦିନର ଖବର ଆପଣଙ୍କ ନିକଟରେ

Apr 9 2019 2:34PM
ଭଦ୍ରକ :ଚମ୍ପିଆନ୍ ହେବା କ୍ରିକେଟ ଟୁର୍ଣ୍ଣାମେଣ୍ଟ

     ଭଦ୍ରକ :ବନ୍ତ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପଧାନ ପଡା ପରିସରରେ ଚାଲିଥିବା ଆସ ଚମ୍ପିଆନ୍ ହେବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ମୁନ୍ ଲାଇଟ୍ କ୍ରିକେଟ ଟିମ ଚଣ୍ଡୀ ପୁରକୁ ହରାଇ ଚନ୍ଦନେଶ୍ଵର କ୍ରିକେଟ ଟିମ ପଧାନ ପଡା ଚଳିତ ବର୍ଷର ଚମ୍ପିଆନ୍ ହୋଇଛି । ଏହି ଖେଳରେ ଚନ୍ଦନେଶ୍ଵର କ୍ରିକେଟ ଟିମ ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇ ନିର୍ଧାରିତ 12 ଓଭର ରେ 6 ଗୋଟି ୱକେଟ ହରାଇ 107 ରନ କରିଥିଲା 108 ରନ ର ବିଜୟ ଲକ୍ଷ୍ୟନେଇ ମୁନ୍ ଲାଇଟି କ୍ରିକେଟ ଟିମ 11.2 ଓଭର ରେ ସମସ୍ତ ୱକେଟ ହରାଇ ମାତ୍ର 45 ରନ କରିବାସହ 62 ରନ ରେ ପରାଜୟ କରିଥିଲା । ବନ୍ତ ରୁ ଜଗନ୍ନାଥ ପଳତାକଂ ରିପୋର୍ଟ ନୂତନ ଓଡ଼ିଶା 

Apr 7 2019
ଭଦ୍ରକ : ଧାମନଗର ନିର୍ବାଚନ ମଣ୍ଡଳୀର

     ଭଦ୍ରକ : ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡିରୁ ବିଧାନସଭା ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । 

Apr 7 2019
ଭଦ୍ରକ : ଭାରତୀୟ ଜନତା ପାର୍ଟି

     ଭଦ୍ରକ : ଭାରତୀୟ ଜନତା ପାର୍ଟି, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆଜି ହଜାର ହଜାର ସମର୍ଥକଙ୍କ ସହ ବିଶାଳ ରାଲିରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୂଜ୍ । 

Mar 17 2019
Akhi Kholile Tu – Tu Hi Tu Releasing Today :

     Another Odia flick “Akhi Kholile Tu – Tu Hi Tu” is releasing today (17th March) at Jayshree Cinema Hall, Cuttack. Sri BIsweswar Films presents this movie is based on a triangular love story. One hero and two heroines are there in this movie. 

Mar 17 2019
ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର

     ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ର ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି । ଏହା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ଜୁଲାଇ ମାସରେ ଅନୁଷ୍ଠିତ ହେଇଥିଲା। ଦିଲ୍ଲୀରେ ଅନୁଷ୍ଠିତ ଅର୍ଜୁନ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବହୁ କମ ସମୟ ମଧ୍ୟରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ବେଶ୍‌ ସୁରୁଖୁରୁରେ ହୋଇପାରିଥିବାରୁ ବିଭିନ୍ନ ଆଡୁ ଅନେକ ପ୍ରଶଂସା ମିଳିଥିଲା । ଏହାସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର। 

Mar 17 2019
ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ

     ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ । ଅଗଷ୍ଟ ୨୯ କୁ ଭାରତର ଅଦ୍ଭୁତ ହକି ଜାଦୁଗର ଧ୍ୟାନଚାନ୍ଦ ଙ୍କ ଜନ୍ମଦିନ ରୂପେ ପାଳନ କରାଯିବା ସହ, ଏହି ହକି ତାରକାଙ୍କୁ ସମ୍ମାନ ଦେଇ ଅଗଷ୍ଟ ୨୯ କୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରୁଛି ସାରା ଦେଶ। ଅଦ୍ଭୁତ ଗୋଲ କରିବାର ଶୈଳୀ ଏବୋଂ ବଲ ଉପରେ ଅସାଧାରଣ ନିୟନ୍ତ୍ରଣ ଯୋଗୁଁ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ବୋଲି ମଧ୍ୟ ଜଣାଯାଏ । ଭାରତୀୟ ହକିରେ ତାଙ୍କର ଯୋଗଦାନ ଯୋଗୁ ସେ ୧୯୫୬ ରେ ପଦ୍ମ ଭୂଷଣ ସମ୍ମାନରେ ସମାନୀତ ହେଇଥିଲେ । 

Mar 17 2019
ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା

     ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା ରଖି କହିଲେ ବାପାଙ୍କ ସହ ଲଢ଼ିବାକୁ ମୁଁ ପ୍ରସ୍ତୁତ ଅଛି ପାରାଦୀପ : ପୂର୍ବତନ ବରିଷ୍ଠ ବିଜେଡି ନେତା ଡାକ୍ତର ଦାେମାଦର ରାଉତ ବି‌ଜେପିରେ ସାମିଲ ହେବା କ୍ଷଣି ପୁଅ ସମ୍ବିତ ରାଉତରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡାକ୍ତର ରାଉତ ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ସେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ‘ଡାକ୍ତର ରାଉତ ବିଜେପିରେ ମିଶିଲେ ମୋର କିଛି ଫରକ ପଡ଼ିବ ନାହିଁ। ପରିବାର ଓ ରାଜନୀତି, ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ। ମୁଁ ମୋ ଦଳ-ବିଜେଡି ସହ ରହିଛି ଓ ଶେଷ ପର୍ଯ୍ୟନ୍ତ ରହିବି। ଯଦି ମୋତେ ଦଳ ପାରାଦୀପରୁ ବିଧାନସଭା ପାଇଁ ପ୍ରାର୍ଥୀ କରେ ଓ ବାପା ବିଜେପିର ପ୍ରାର୍ଥୀ ହୁଅନ୍ତି, ତେବେ ମୁଁ ତାଙ୍କ ସହ ଲଢେ଼ଇ କରିବା ପାଇଁ ପ୍ରସ୍ତୁତ ଅଛି। ସମୟକୁ ଅପେକ୍ଷା କରିଛି। ଦଳର ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିବି’ ବୋଲି ସମ୍ବିତ କହିଛନ୍ତି। ସମ୍ବିତଙ୍କ ଏଭଳି ପ୍ରତିକ୍ରିୟା ଏବେ ବାପ-ପୁଅ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି। ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଡିଆ ପଞ୍ଚାୟତ ଜୀରିଣା ବରଗଢିଆ ଗ୍ରାମରେ ବାବା ସର୍ବେଶ୍ଵର ମହାଦେବ

     ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଡିଆ ପଞ୍ଚାୟତ ଜୀରିଣା ବରଗଢିଆ ଗ୍ରାମରେ ବାବା ସର୍ବେଶ୍ଵର ମହାଦେବ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସ୍ରବ ଆଜି ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ପ୍ରଥମ ଦିନରେ ଆୟୋଜିତ କଳଶ ଶୋଭାଯାତ୍ରା ରେ 21 ଜଣ କଳଶ ଆଣିଥିଲେ 2ୟ ଦିବସରେ ରିତିନିତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ସହ ଗୀତାଜ୍ଞାନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା ଆଜି ନୂତନ ମନ୍ଦିର ରେ ବିଗ୍ରହ ପ୍ରତିଷ୍ଠା ଓ ମହାଯଜ୍ଞ ଆୟୋଜନ କରାଯିବା ପରେ ଅପରାହ୍ନ ରେ ପୂଣ୍ଣାହୂତି ପ୍ରଦାନ କରାଯାଇ ଥିଲା । ବନ୍ତ ରୁ ଜଗନ୍ନାଥ ପଳତାକଂ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
New gym opens in Odisha capital

     Bhubaneswar, 15/12/2018 ( Odisha Samachar / Abhishek Mohanty ) : A fully-equipped gym opened at Plot No.542 in Samantarapur here on Friday. The new gym was inaugurated by eminent social activist Gopal Chandra Behera, Bimbadhar Behera, Dwitikrushna Behera of the organisation. 

Mar 17 2019
କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ

     ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ କହିଲେ ଆତଙ୍କବାଦୀଙ୍କ କଡ଼ା ଜବାବ ଦେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରି ପାରିନଥିଲେ ।ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
ପଦ୍ମ ଧରିଲେ ବରିଷ୍ଠ ନେତା ଦାମ ରାଉତ୍

     ବର୍ତ୍ତମାନ ର ବଡ ଖବର ( ପଦ୍ମ ଧରିଲେ ବରିଷ୍ଠ ନେତା ଦାମ ରାଉତ୍ ) ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ପୂବର୍ତନ ବିଜେଡି ବିଧାୟକ ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ୍ । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
ଜଳିଗଲା ବରଯାତ୍ରୀ ବସ୍ ଜଣେ ଯୁବକ ମୃତ

     କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାଫୁର ଅଞ୍ଚଳରେ ଏକ ବରଯାତ୍ରୀ ବସ୍ ଜଳିଯାଇଛି ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି, ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ଗାଡିଟି ବରଯାତ୍ରୀରୁ ଫେରିବା ପରେ ଗାଡିରେ ନିଆଁ ଲାଗି ଥିବା ସୂଚନା ମିଳିଛି, ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ, ଘଟଣା ସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି , ସୂଚନା ଯୋଗ୍ୟ ଯେ ଗତକାଲି ବରଯାତ୍ରୀରେ ଯୋଗ ଦେବାକୁ ସାନ୍ତରାପୁର ରୁ କେନ୍ଦେଇପୋଷି ଯାଇଥିଲା ଗାଡି, ସେଥିରେ ମୋଟ 28 ଜଣ ବରଯାତ୍ରୀ ଥିଲେ, ତେବେ ବାହାଘର ସାରି ରାତିରେ ଫେରିବା ପରେ ସମସ୍ତେ ନିଜ ନିଜ ଘରକୁ ଯାଇଥିଲେ , ହେଲେ ଜଣେ ଯୁବକ ଗାଡିରେ ହିଁ ଶୋଇ ପଡିଥିଲେ, ରାତିରେ ହଠାତ୍ ଗାଡିରେ ନିଆଁ ଲାଗି ଯାଇଥିଲା, ନିଆଁ ରେ ପୋଡି ହୋଇ ଯୁବକଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ରୁ ଲକ୍ଷ୍ମଣ କୁମାର ବେହେରା କଂ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
(ପାଣି ପାଗ ର ସୂଚନା)

     ଭୁବନେଶ୍ବର : ଆସନ୍ତା ୧୭ରେ ଓଡ଼ିଶାରେ ଝଡ଼ବର୍ଷା । ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
ଏହିଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣେ ପେଷାରେ ସାମ୍ବାଦିକ

     ଏହିଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣେ ପେଷାରେ ସାମ୍ବାଦିକ ପୁଣି ଜିଲ୍ଲା ସାମ୍ବାଦିକ କଣ ତାଙ୍କୁଜଣାନାହିଁ ନା ସେ ନିଜକୁ ସର୍ବଶ୍ରେଷ୍ଠ ସେ ଜାହା କହିବେ ସବୁ ଠିକ୍ ଆପଣ ମାନେ କୁହନ୍ତୁ ।ଜିଏ ମା' ଭଉଣୀମାନଙ୍କୁ ସନ୍ମାନ ଦେଇ ଶିକ୍ଷି ନାହାଁନ୍ତି ସେ କେଉଁ ମଣିଷରେ ଗଣା କୁହନ୍ତୁତ କଣ ତାଙ୍କର ମା' ଭଉଣୀ ଅଛନ୍ତି କି ନାହିଁ ? କଣ ଏ ସମାଜରେ ଜେଉଁ ବିଧବା ମା' ଭଉଣୀ ଅଛନ୍ତି ତାକଂ ବିଷୟରେ ଏମିତି ମନ୍ତବ୍ୟ ଦେବା କେତେ ଦୁର୍ ଠିକ୍ ।କଣ ତାକଂ କହିବା ଅନୁସାରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ମା' ହୁଅନ୍ତୁବା କଂଗ୍ରେସ ଅଧକ୍ଷା ସୋନିଆଗାନ୍ଧୀ ହୁଅନ୍ତୁ ବା ଅନ୍ୟ କେହି ହୁଅନ୍ତୁ ଏମାନେ ଜଣେ ଜଣେତ ବିଧବା ମା' ।ଧିକ୍ ଜେଉଁ ମାନେ ସେ ପୋଷ୍ଟ କୁ ଲାଇକ୍ କରୁଛନ୍ତି ବା ଦେଖି ଚୁପ୍ ରହୁଛନ୍ତି କଣ ସେମାନେ (-?-) କି ? 

Mar 17 2019
(ପ୍ରଶ୍ନ ଆମର ଉତ୍ତର ଆପଣକଂର) ରାଜନେତାଙ୍କ ଉଦ୍ଦେଶ୍ୟରେ

     (ପ୍ରଶ୍ନ ଆମର ଉତ୍ତର ଆପଣକଂର) ରାଜନେତାଙ୍କ ଉଦ୍ଦେଶ୍ୟରେ ଆଜିକାର ଦିନ ରେ ଦେଖିବାକୁ ମିଳୁଛି ରାଜନେତା ମାନେ କାହିଁକି ଦଳ ବଦଳାଉ ଛନ୍ତି ? (1)କଣ ନିଜ ସ୍ବାର୍ଥ ପାଇଁ ? (2)ନା ଏ ସମାଜର ଭଲପାଇଁ ? (3) ନା ଅନ୍ୟ କିଛି ପାଇଁ ? 

Mar 17 2019
ଭଦ୍ରକ : ଭଦ୍ରକ ମେଡିକାଲ ରେ ଏକ ଅଦଭୁତ ଘଟଣା

     ଭଦ୍ରକ : ଭଦ୍ରକ ମେଡିକାଲ ରେ ଏକ ଅଦଭୁତ ଘଟଣା ବଞ୍ଚିଥିବା ରୋଗୀ କୁ ମୃତ ଦର୍ଶାଇଲେ କାର୍ଯ୍ୟରତ ଡାକ୍ତର ବାବୁ ,ନିଦ ରେ ଶୋଇଥିବା କାର୍ଯ୍ଯରତ ଡାକ୍ତର ବାବୁଙ୍କ ଏହି କାରନାମା, ରିପୋଟ ଅନୁସାରେ ବଞ୍ଚି ଥିବା ରୋଗୀ ହୋଇଥାନ୍ତା ବ୍ୟବଛେଦ । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
ନବରଙ୍ଗପୁର ବିଜେଡି ସାଂସଦ ବିଜେପିରେ ଯୋଗ ଦାନ

     ନବରଙ୍ଗପୁର : ବିଜେପିରେ ଯୋଗ ଦେଲେ ବିଜେଡି ସାଂସଦ ବଳଭଦ୍ର ମାଝୀ । ବଳଭଦ୍ର ମାଝୀ ଯୋଗ ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଆଦିବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ନବରଙ୍ଗପୁରରେ ବିଗତ ୫ ବର୍ଷରେ ଯାହା ଉନ୍ନତି ହୋଇଛି ସବୁ କେନ୍ଦ୍ରୀୟ ଯୋଜନା ଯୋଗୁଁ ହୋଇଛି । ନବରଙ୍ଗପୁରରେ ଆଦିବାସୀଙ୍କ ବିକାଶ କରିବାରେ ରାଜ୍ୟ ସରକାରଙ୍କ ଯୋଜନା ବିଫଳ ହୋଇଛି ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି । ଦେଢ ବର୍ଷ ହେଲା ବିଜେଡିରେ ତାଙ୍କୁ ଅଣଦେଖା କରାଯାଇଆସୁଥିଲା । ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଆସିବା ଦିନଠୁ ତାଙ୍କୁ ସବୁ କାର୍ଯ୍ୟାକ୍ରମରୁ ବଞ୍ଚିତ କରାଯାଇଥିଲା । ଏମିତିକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନଥିବା ବଳଭଦ୍ର ଅଭିଯୋଗ କରିଛନ୍ତି । ସାଂସଦ ପାଣ୍ଠିର ସମ୍ପୂର୍ଣ୍ଣ ଅର୍ଥରାଶିକୁ ବିନିଯୋଗ ପାଇଁ ଦେଇଥିଲେ ମଧ୍ୟ କାମ କରାଯାଉନଥିଲା କିମ୍ବା ବିନିଯୋଗ ପତ୍ର ଦିଆଯାଉନଥିଲା । କିଛି ନେତା ଓ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଛନ୍ତି । ସେପଟେ ବଳଭଦ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରମେଶ ମାଝି । ତାକଂ କହିବା କଥା ବଳଭଦ୍ର ୫ ବର୍ଷ ସାଂସଦ ଥିଲେ । ୫ ବର୍ଷ ଭିତରେ ତାଙ୍କୁ ଜନ ସମର୍ଥନ ମିଳିଲାନି । ଏଥିରେ ଦଳର କଣ ଭୁଲଅଛି ? ଦିନେ ବିଜେପିକୁ ଭାରତୀୟ ଜୁମୁଲା ଦଳ କହୁଥିବା ବଳଭଦ୍ର ଏବେ କେମିତି ସେ ଦଳରେ ମିଶା ଗୁଣଗାନ କରୁଛନ୍ତି ବୋଲି ବଳଭଦ୍ର ପ୍ରଶ୍ନ କରିଛନ୍ତି । ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Dec 27 2019
ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

     ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ଏପରି ପ୍ରତିକ୍ରିୟା ରଖିଲେ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ । ସେ କହିଛନ୍ତି, ୭୫ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରି ବିଚରପତି ରାୟ ଶୁଣାଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ କି ଅନ୍ୟାୟ ମିଳିଛି ମୁଁ ଜାଣିନି । ସେ ସମୟରେ ମୁଁ ଇସ୍ତଫା ଦେଇଥିଲି। ବର୍ତମାନ କ୍ଷୀର ପାଣି ଅଲଗା ହୋଇଛି । ସତ୍ୟର ଜୟ ହୋଇଛି । କେମିତି (ବେବିନା)ପୀଡିତାର ମୃତ୍ୟୁ ଘଟିଛି, ସେ କଥା ପୋଲିସ ଖୋଜିବ । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଏହା ପରେ ଏବେ ପ୍ରଶ୍ନ ଉଠୁଛି, ଯଦି ଅପରାଧୀ ନିର୍ଦ୍ଦୋଷ ତେବେ ପୀଡ଼ିତାଙ୍କୁ ମାରିଲା କିଏ? ସେ ମଲେ କେମିତି ? ଆଉ ପୀଡିତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ସବୁଠାରୁ ବଡ କଥା ହେଲା, ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ନଥିଲେ । କ୍ରାଇମବ୍ରାଞ୍ଚ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର କୌଣସି ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରି ନଥିଲା । ଫଳରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରୁ ଆସିଥିଲା ଏହି ଗଣଦୁଷ୍କର୍ମ ଅଭିଯୋଗ । କିଛି ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ପ୍ରାଣ ହରାଇଥିଲେ ପୀଡିତା (ବେବିନା)। ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପିପିଲି ଗଣଦୁଷ୍କର୍ମ ମାମଲାର ସେ ସମୟରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏବେ କୋର୍ଟଙ୍କ ରାୟ ପରେ କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବଡ ଘଟଣାକୁ କ୍ରାଇମବ୍ରାଞ୍ଚ କିଭଳି ହାଲୁକା ଭାବେ ନେଲା ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛିି । ଗତକାଲି ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିଲେ । 

Dec 27 2019
ଅନୁଗୋଳ ରେ ମମର୍ନ୍ତୁଦ ସଡକ ଦୁର୍ଘଟଣା......

     ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ବିଳମ୍ବିତ ରାତି ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଅଁରପାଳ ଥାନା ଅନ୍ତର୍ଗତ ଗୋତାମରା ଠାରେ ବସ ଟ୍ରକ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ 45 ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରେ ୧୫ ଜଣ ହେଉଛନ୍ତି ମହିଳା । ରାତି ପ୍ରାୟ ୨ଟା ୪୫ରେ ମନିଷା ନାମକ ଏକ ବସ ଟ୍ରକ କୁ ଧକା ଦେଇଥିଲା । ସୂଚନା ପାଇ ବଅଂରପାଳ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲା । 

Dec 27 2019
ଆଖିରେ ଆଖିଏ ସ୍ବପ୍ନ

     ଆଖିରେ ଆଖିଏ ସ୍ବପ୍ନ ନେଇ ମାଁ ଦେଖିଥିଲା ସ୍ବପ୍ନ, ପୁଅ ମୋର ବଡ ହେବ , ପାଠ ପଢି ରୋଜଗାର କରିବ ଆଉ ବାର୍ଦ୍ଧକ୍ୟରେ ତା ଆଶା ବାଡ଼ି ସାଜିବ । କିନ୍ତୁ ଦଇବର ଏ କି' ନିଷ୍ଠୁର ବିଚାର ଥିଲା କେଜାଣି, ହଠାତ ସୁନା ପୁଅଟି ସାଜିଗଲା ପାଗଳ। ହଁ ପାଗଳ , ପଦ୍ମପୁର ବ୍ଲକ ଅନ୍ତର୍ଗତ ନଇରା ଗ୍ରାମ ପଂଚାୟତର ଜଗନ୍ନାଥ ପଣ୍ଡା (୪୫), ପିତା: ସ୍ବର୍ଗତ ସଦାନନ୍ଦ ପଣ୍ଡା, ମାତା: କୁମଦିନି ପଣ୍ଡା (୯୦), କଣ୍ଡକ୍ଟର କାମ କରି ଖୁବ ଆନନ୍ଦରେ କଟିଯାଉଥିଲା ମାଁ ଓ ପୁଅଙ୍କ ଖୁସିର ଜୀବନ । ହେଲେ ହଠାତ ଏ ଦୁଃଖର କଳା ବାଦଲଟେ କେଜାଣି କେଉଁ ଆଡୁ ଆସି ଭାଙ୍ଗି ଦେଇଗଲା ବୁଢ଼ୀ ମାଁର ଆଖିର ସ୍ବପ୍ନ ଆଉ ଚୀର ଦିନ ପାଇଁ କବର କରି ଚାଲିଗଲା ଜଗନ୍ନାଥର ମନତଳେ ସାଇତି ରଖିଥିବା ଅଧୁରା ସୁନ୍ଦର ସ୍ବପ୍ନ ସବୁକୁ। ବର୍ତ୍ତମାନ ସମାଜରେ ସେ ଏକ ଆଶ୍ରୟ ହୀନ ପାଗଳ। ବୁଢ଼ୀ ମାଁ ଯିଏକି ନିଜର ଦାୟିତ୍ୱ ନିଜେ ନେବା ପାଇଁ ସଂପୂର୍ଣ୍ଣ ଅସମର୍ଥ, ସେ ପୁଅର ଅବା ଖିଆଲ ନେବ କିପରି ? ବର୍ତ୍ତମାନ ଜଗନ୍ନାଥ ନିରାଶ୍ରୟ ହୋଇ ସାହିରୁ ସାହି ଓ ଗାଁ ରୁ ଗାଁ ଘୁରି ବୁଲୁଛି । କିଏ ଯଦି କେବେ କିଛି ଦିଏ ତେବେ ଖାଉଛି ନଚେତ ଉପାସରେ ଦିନ କାଟୁଛି । ଶୋଇବା କିମ୍ବା ଗାଧୋଇବାର କିଛି ଠିକ ଠିକଣା ନାହିଁ । ବେଳେବେଳେ ଦୃଷ୍ଟଲୋକଙ୍କ କୋପର ଶିକାର ହୋଇ ମାଡ ବି ଖାଉଛି । ସତରେ ଭାରି ଦୟନୀୟ ଜୀବନ ଜିଉଁଛି ଜଗନ୍ନାଥ । ତେଣୁ ଆମେ ଚାହିଁଲେ ପୁଣି ଜଗନ୍ନାଥ ସାଧାରଣ ଜୀବନଯାପନ କରିପାରିବ । କିନ୍ତୁ ଦୁଃଖର ବିଷୟ ଏହି କି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା କୌଣସି ସରକାରୀ କର୍ମଚାରୀ ଜଗନ୍ନାଥ ନିକଟରେ ପହଞ୍ଚିପାରିନାହିଁ। 

Dec 27 2019
ଅଣକା ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ଥାରେ ଚାଲୁଥିବା

     Pmgsy ରାସ୍ତା କାଯ୍ୟର ମାନ ରାହଳ ଗ୍ରାମରର ,,,,କିଛି ଯୁବକ ବିନା ହତିହାରରେ କିପରି ହାତରେ ତାଢୁଛନ୍ତି ::::ଢଳେଇକୁ ବିଭାଗୀୟ ଦେଖି ମଧ୍ୟ ନିଦରେ ଶୋଇଯାଇଛି ?"'ଜନତାଙ୍କ ପ୍ରଶ୍ନ """ବିଭାଗୀୟ ଅଧିକାରୀ କଣ କେବଳ ଅର୍ଥ ସ୍ୱାଥରେ ଭୟରେ କିଛି ଚପାଯାଇଛି ନା ଏଠି ବିରୋଧୀ କଣ କରୁଛନ୍ତି ବିଧାୟକ ଚାପରେ ସମସ୍ତେ ବିକ୍ରୀ ହେଇଯାଇଛନ୍ତି,,,ଜନତାଙ୍କ କହିବାର ଉଦେଶ ଏ କଣ ବଡଚଣାର ବିକାଶ ବାତ୍ତା 

Dec 27 2019
ଆଜି ବି ପୁଣି ବ୍ୟାଙ୍କ ଧର୍ମଘଟ ।

     ବ୍ୟାଙ୍କ୍ ଅଫ୍ ବରୋଦା ସହ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ୍ କର୍ମଚାର ସଂଘର ମିଳିତ ମଞ୍ଚ ପକ୍ଷରୁ ଦିନିକିଆ ଦେଶବ୍ୟାପୀ ବ୍ୟାଙ୍କ୍ ଧର୍ମଘଟ ଧାରଣା ଦିଆଯାଇଛି । ଧର୍ମଘଟରେ ୨୨ଟି ସରକାରୀ ବ୍ୟାଙ୍କ୍ ସମେତ ୧୨ଟି ଘରୋଇ ବ୍ୟାଙ୍କ୍ ମଧ୍ୟ ସାମିଲ ହେବେ । ତେବେ ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ ବ୍ୟାଙ୍କ୍ ଭଳି କେତୋଟି ଘରୋଇ ବ୍ୟାଙ୍କ୍ ଧର୍ମଘଟରେ ସାମିଲ ହେବେ ନାହିଁ । ୨୧ତାରିଖରେ ମଧ୍ୟ ଆଇଇବିଓସି ଆହ୍ବାନରେ ଦେଶବ୍ୟାପୀ ଧର୍ମଘଟ ହୋଇଥିଲା । 

Read More
sradha webcreations