ନୂତନ ଓଡିଶା ଆପଣ ମାନଙ୍କୁ ସ୍ୱାଗତ କରୁଅଛି ପୁରା ଦିନର ଖବର ଆପଣଙ୍କ ନିକଟରେ

Apr 9 2019 2:34PM
ଭଦ୍ରକ :ଚମ୍ପିଆନ୍ ହେବା କ୍ରିକେଟ ଟୁର୍ଣ୍ଣାମେଣ୍ଟ

     ଭଦ୍ରକ :ବନ୍ତ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପଧାନ ପଡା ପରିସରରେ ଚାଲିଥିବା ଆସ ଚମ୍ପିଆନ୍ ହେବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ମୁନ୍ ଲାଇଟ୍ କ୍ରିକେଟ ଟିମ ଚଣ୍ଡୀ ପୁରକୁ ହରାଇ ଚନ୍ଦନେଶ୍ଵର କ୍ରିକେଟ ଟିମ ପଧାନ ପଡା ଚଳିତ ବର୍ଷର ଚମ୍ପିଆନ୍ ହୋଇଛି । ଏହି ଖେଳରେ ଚନ୍ଦନେଶ୍ଵର କ୍ରିକେଟ ଟିମ ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇ ନିର୍ଧାରିତ 12 ଓଭର ରେ 6 ଗୋଟି ୱକେଟ ହରାଇ 107 ରନ କରିଥିଲା 108 ରନ ର ବିଜୟ ଲକ୍ଷ୍ୟନେଇ ମୁନ୍ ଲାଇଟି କ୍ରିକେଟ ଟିମ 11.2 ଓଭର ରେ ସମସ୍ତ ୱକେଟ ହରାଇ ମାତ୍ର 45 ରନ କରିବାସହ 62 ରନ ରେ ପରାଜୟ କରିଥିଲା । ବନ୍ତ ରୁ ଜଗନ୍ନାଥ ପଳତାକଂ ରିପୋର୍ଟ ନୂତନ ଓଡ଼ିଶା 

Apr 7 2019
ଭଦ୍ରକ : ଧାମନଗର ନିର୍ବାଚନ ମଣ୍ଡଳୀର

     ଭଦ୍ରକ : ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡିରୁ ବିଧାନସଭା ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । 

Apr 7 2019
ଭଦ୍ରକ : ଭାରତୀୟ ଜନତା ପାର୍ଟି

     ଭଦ୍ରକ : ଭାରତୀୟ ଜନତା ପାର୍ଟି, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆଜି ହଜାର ହଜାର ସମର୍ଥକଙ୍କ ସହ ବିଶାଳ ରାଲିରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୂଜ୍ । 

Mar 17 2019
Akhi Kholile Tu – Tu Hi Tu Releasing Today :

     Another Odia flick “Akhi Kholile Tu – Tu Hi Tu” is releasing today (17th March) at Jayshree Cinema Hall, Cuttack. Sri BIsweswar Films presents this movie is based on a triangular love story. One hero and two heroines are there in this movie. 

Mar 17 2019
ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର

     ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ର ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି । ଏହା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ଜୁଲାଇ ମାସରେ ଅନୁଷ୍ଠିତ ହେଇଥିଲା। ଦିଲ୍ଲୀରେ ଅନୁଷ୍ଠିତ ଅର୍ଜୁନ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବହୁ କମ ସମୟ ମଧ୍ୟରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ବେଶ୍‌ ସୁରୁଖୁରୁରେ ହୋଇପାରିଥିବାରୁ ବିଭିନ୍ନ ଆଡୁ ଅନେକ ପ୍ରଶଂସା ମିଳିଥିଲା । ଏହାସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର। 

Mar 17 2019
ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ

     ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ । ଅଗଷ୍ଟ ୨୯ କୁ ଭାରତର ଅଦ୍ଭୁତ ହକି ଜାଦୁଗର ଧ୍ୟାନଚାନ୍ଦ ଙ୍କ ଜନ୍ମଦିନ ରୂପେ ପାଳନ କରାଯିବା ସହ, ଏହି ହକି ତାରକାଙ୍କୁ ସମ୍ମାନ ଦେଇ ଅଗଷ୍ଟ ୨୯ କୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରୁଛି ସାରା ଦେଶ। ଅଦ୍ଭୁତ ଗୋଲ କରିବାର ଶୈଳୀ ଏବୋଂ ବଲ ଉପରେ ଅସାଧାରଣ ନିୟନ୍ତ୍ରଣ ଯୋଗୁଁ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ବୋଲି ମଧ୍ୟ ଜଣାଯାଏ । ଭାରତୀୟ ହକିରେ ତାଙ୍କର ଯୋଗଦାନ ଯୋଗୁ ସେ ୧୯୫୬ ରେ ପଦ୍ମ ଭୂଷଣ ସମ୍ମାନରେ ସମାନୀତ ହେଇଥିଲେ । 

Mar 17 2019
ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା

     ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ରାଉତରାୟ ତୀବ୍ର ପ୍ରତିକ୍ରିୟା ରଖି କହିଲେ ବାପାଙ୍କ ସହ ଲଢ଼ିବାକୁ ମୁଁ ପ୍ରସ୍ତୁତ ଅଛି ପାରାଦୀପ : ପୂର୍ବତନ ବରିଷ୍ଠ ବିଜେଡି ନେତା ଡାକ୍ତର ଦାେମାଦର ରାଉତ ବି‌ଜେପିରେ ସାମିଲ ହେବା କ୍ଷଣି ପୁଅ ସମ୍ବିତ ରାଉତରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡାକ୍ତର ରାଉତ ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ସେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ‘ଡାକ୍ତର ରାଉତ ବିଜେପିରେ ମିଶିଲେ ମୋର କିଛି ଫରକ ପଡ଼ିବ ନାହିଁ। ପରିବାର ଓ ରାଜନୀତି, ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ। ମୁଁ ମୋ ଦଳ-ବିଜେଡି ସହ ରହିଛି ଓ ଶେଷ ପର୍ଯ୍ୟନ୍ତ ରହିବି। ଯଦି ମୋତେ ଦଳ ପାରାଦୀପରୁ ବିଧାନସଭା ପାଇଁ ପ୍ରାର୍ଥୀ କରେ ଓ ବାପା ବିଜେପିର ପ୍ରାର୍ଥୀ ହୁଅନ୍ତି, ତେବେ ମୁଁ ତାଙ୍କ ସହ ଲଢେ଼ଇ କରିବା ପାଇଁ ପ୍ରସ୍ତୁତ ଅଛି। ସମୟକୁ ଅପେକ୍ଷା କରିଛି। ଦଳର ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିବି’ ବୋଲି ସମ୍ବିତ କହିଛନ୍ତି। ସମ୍ବିତଙ୍କ ଏଭଳି ପ୍ରତିକ୍ରିୟା ଏବେ ବାପ-ପୁଅ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି। ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଡିଆ ପଞ୍ଚାୟତ ଜୀରିଣା ବରଗଢିଆ ଗ୍ରାମରେ ବାବା ସର୍ବେଶ୍ଵର ମହାଦେବ

     ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଅନ୍ତର୍ଗତ ଆଡିଆ ପଞ୍ଚାୟତ ଜୀରିଣା ବରଗଢିଆ ଗ୍ରାମରେ ବାବା ସର୍ବେଶ୍ଵର ମହାଦେବ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସ୍ରବ ଆଜି ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ପ୍ରଥମ ଦିନରେ ଆୟୋଜିତ କଳଶ ଶୋଭାଯାତ୍ରା ରେ 21 ଜଣ କଳଶ ଆଣିଥିଲେ 2ୟ ଦିବସରେ ରିତିନିତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ସହ ଗୀତାଜ୍ଞାନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା ଆଜି ନୂତନ ମନ୍ଦିର ରେ ବିଗ୍ରହ ପ୍ରତିଷ୍ଠା ଓ ମହାଯଜ୍ଞ ଆୟୋଜନ କରାଯିବା ପରେ ଅପରାହ୍ନ ରେ ପୂଣ୍ଣାହୂତି ପ୍ରଦାନ କରାଯାଇ ଥିଲା । ବନ୍ତ ରୁ ଜଗନ୍ନାଥ ପଳତାକଂ ରିପୋର୍ଟ "ନୂତନ ଓଡ଼ିଶା" 

Mar 17 2019
New gym opens in Odisha capital

     Bhubaneswar, 15/12/2018 ( Odisha Samachar / Abhishek Mohanty ) : A fully-equipped gym opened at Plot No.542 in Samantarapur here on Friday. The new gym was inaugurated by eminent social activist Gopal Chandra Behera, Bimbadhar Behera, Dwitikrushna Behera of the organisation. 

Mar 17 2019
କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ

     ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ କହିଲେ ଆତଙ୍କବାଦୀଙ୍କ କଡ଼ା ଜବାବ ଦେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରି ପାରିନଥିଲେ ।ପାର୍ଥସାରଥି ପଣ୍ଡାଙ୍କ ରିପୋର୍ଟ "ନୂତନ ଓଡ଼ିଶା" 

Read More



Live Gold Price

Nutana Odisha Viral Video

nutana odisha


bhadrak news


good morning odisha


Read More