ପୁରା ଖବର ବିଷୟରେ



କଲ୍ୟାଣ ସିଂହପୁର ଫୋରେଷ୍ଟ ରେଞ୍ଜ ଖବର

May 7 2024 1:31PM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେଞ୍ଜ ଅଧୀନରେ ଥିବା ବୁଡ଼ାଗୁଡା ଫରେଷ୍ଟ ପୋଲମା ଗ୍ରାମ ପଞ୍ଚାୟତ ପାପିକଣା ଗ୍ରାମ୍ୟ ଘଞ୍ଚ ଜଙ୍ଗଲ ରେ ପରିପୂର୍ଣ ଏହି ଅଞ୍ଚଳ ବିଶେଷ ଭାବରେ ବର୍ଷ ତମାମ ବନ୍ୟ ଜନ୍ତୁ ମାନଙ୍କ ରହଣି ସ୍ଥଳ ଭାବେ ପରିଚିତ | ପରିତାପର ବିଷୟ ଏହିକି ଭାରତ ସ୍ୱାଧୀନତାର ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରଙ୍କ ଜଙ୍ଗଲ ବିଭାଗ ତରଫରୁ ଉକ୍ତ ଅଞ୍ଚଳ କୁ ଅଣ ଦେଖା କରାଯାଉଛି ଅଣ ଦେଖାର ଅର୍ଥ ହେଲା ଉକ୍ତ ଅଞ୍ଚଳ ରେ ବାସ କରୁଥିବା ଜନ ସାଧାରଣଙ୍କ ସଚେତନତା ଭାରତ ସରକାରଙ୍କ ଜଙ୍ଗଲ ବିଭାଗ,ବନ୍ୟ ପ୍ରାଣୀ ଉନ୍ନୟନ ସଂସ୍ଥା ଦ୍ୱାରା କୌଣସି ପ୍ରକାର ବନ୍ୟ ପ୍ରାଣୀ ସୁରକ୍ଷା ନିମିତ୍ତ ପଦକ୍ଷେପ ଆପଣା ଯାଉ ନ ଥିବା ନଜିର କୁ ଆସୁଛି ନା ଅଛି ଜଙ୍ଗଲ ନା ଅଛି ବନ୍ୟ ପ୍ରାଣୀ ମାନଙ୍କ ପିଇବା ପାଣିର ସୁବିଧା | ଜଙ୍ଗଲକୁ ଅସଚେତନ ଗ୍ରାମ ବାସି ନିଜ ପେଟ ପାଇଁ ପରିବାରକୁ ଚଳାଇବା ନିମନ୍ତେ ପଡ଼ୁ ଚାଷ ନିମିତ୍ତ ନିଆଁ ଲଗାଇବା ଦେଖିବାକୁ ମିଳୁଛି | ଫଳରେ ଅଞ୍ଚଳ ର ଅବସ୍ଥା ଅସହ୍ୟ ଗରମ ସହ ନିଆଁ ବର୍ଷା ରେ ଜଳିବାରେ ଲାଗିଛି | ଅଣୁ ଜଙ୍ଗଲ ବିଭାଗ ନିଜ ଜମିକୁ ଅକ୍ତିଆର କୁ ନେଇ ନୂତନ ଜଙ୍ଗଲ ସୃଷ୍ଟିକରି ବନ୍ୟ ପ୍ରାଣୀ ଜଙ୍ଗଲୀ ହାତୀ,ବରାହା,କୁଟୁରା ଇତ୍ୟାଦି ବନ୍ୟଜନ୍ତୁ ମାନଙ୍କ ପିଇବା ପାଣି ନିମନ୍ତେ ଏକ ବିରାଟ ମହାବନ୍ଦ ର ବ୍ୟବସ୍ଥା କରିବା ନିମନ୍ତେ ଅଞ୍ଚଳ ର ଜନ ସାଧାରଣ ଓ ବୁଦ୍ଧିଯିବି ଦାବିକରୁଛନ୍ତି |