ନୂତନ ଓଡିଶା ଆପଣ ମାନଙ୍କୁ ସ୍ୱାଗତ କରୁଅଛି ପୁରା ଦିନର ଖବର ଆପଣଙ୍କ ନିକଟରେ

Dec 11 2019 10:43AM
ବସାଇବର କ୍ରାଇମ୍

     ସାଇବର କ୍ରାଇମ Report-Srikanta Mohapatra Basudevpur ସାଇବର ଠକେଇ ରୋକିବା ପାଇଁ ସରକାର ପକ୍ଷରୁ ବହୁ ସଚେତନ ପରେ ମଧ୍ୟ ରୋକା ଯାଇପାରୁ ନାହିଁ ସାଇବର ଠକେଇ । ସାଇବର ଠକ ମାନେ ନିରିହ ଗରିବ ଲୋକ ମାନଙ୍କୁ ଠକିବାରେ ବ୍ୟସ୍ତ ଅଛନ୍ତି । ଏହି ଠକେଇ ରେ ବ୍ୟାଙ୍କ କର୍ମଚାରୀ ମାନଙ୍କର ମଧ୍ୟ ପ୍ରଚ୍ଛଦ ପଟେ ହାତ ରହୁଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗୁଆଗଡ଼ିଆ ଗ୍ରାମରେ । ସୁଚନା ଅନୁସାରେ ଉକ୍ତ ଗ୍ରାମର ସୌମ୍ୟରଞ୍ଜନ ଦାସ ପିତା - ବାସବ ଚନ୍ଦ୍ର ଦାସ ଗୁଆଗଡ଼ିଆ ଗ୍ରାମର ଏକାଧିକ ଲୋକଙ୍କର ଆଧାର କାଡ଼ ସଂଶୋଧନ ଆଳରେ ସେମାନଙ୍କ ନାମରେ ବ୍ୟାଙ୍କରେ ଖାତା ଖୋଲି ଥିଲା , ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଲୋନ ଆଣିଥିଲା । ଏଠି ପ୍ରଶ୍ନ ଉଠୁଛି ବ୍ୟାଙ୍କ କୁ ଜଣେ ସାଧାରଣ ଲୋକ ଦଉଡ଼ି ଦଉଡ଼ି ବ୍ୟାଙ୍କ ଖାତା ଖୋଲି ଥାଏ , କିନ୍ତୁ ଏହି ଅସାଧୁ ଠକ ମାନଙ୍କର ବ୍ୟାଙ୍କ କର୍ମଚାରୀ ମାନଙ୍କ ସହିତ ଲିଙ୍କ ଏପରି ଲୋକ ନଯାଇ ମଧ୍ୟ ତାହା ନାମ ରେ ଖୋଲିଛନ୍ତି ବ୍ୟାଙ୍କ ଜମା ଖାତା ଏବଂ ଏହି ଠକର ଲିଙ୍କ ସେତିକରେ ସିମିତ ନାହିଁ ପୋଷ୍ଟାଲ କର୍ମଚାରୀଙ୍କୁ ମଧ୍ୟ ହାତକରୀ ହାତେଇଛନ୍ତି ଏଟିମ୍ କାଡ଼ । ସେହି ଗ୍ରାମର ଆର୍ଯ୍ୟପ୍ରକାଶ ସାହୁଙ୍କ ନାମରେ ଯେବେ ଲୋନ ଆଣିଥିବା ଚିଠି ତାଙ୍କ ଘରକୁ ଆସିଥିଲା ତେବେ ସେ ଉକ୍ତ ବ୍ୟାଙ୍କ ସହ ଯୋଗା ଯୋଗ କରିବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ଗ୍ରାମର ସୌମାରଞ୍ଜନ ଦାସ ତାଙ୍କ ନାମରେ ICICI ବ୍ୟାଙ୍କ କୋଟାକ ମହିନ୍ଦ୍ରା ବ୍ୟାଙ୍କ ରେ ଖାତା ଖୋଲି ଲୋନ ଉଠାଇଛନ୍ତି | ଏହି ବିଷୟରେ ଆର୍ଯ୍ୟପ୍ରକାଶ ସାହୁ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରେ ବାସୁଦେବପୁର ପୋଲିସ ମାମଲା ରୁଜୁ କରି ସୌମ୍ୟରଞ୍ଜନ କୁ ଗିରଫ କରିବା ସହିତ ଉକ୍ତ ଠକେଇରେ ବ୍ୟବହୃତ ଲାପଟପ , ମୋବାଇଲ ,ସ୍ଵାଇପ ମେସିନ , ଫିଙ୍ଗର ପ୍ରିଣ୍ଟ ମେସିନ , ବିଭିନ୍ନ ବ୍ୟାଙ୍କର ଜମା ଖାତା ,ଏଟିମ୍ କାଡ, ଗ୍ରାମବାସିଙ୍କ ନାମରେ ଆଧାର କଡ଼ ଜବତ କରିଛି । ଉକ୍ତ ଘଟଣା ପରଠାରୁ ସୌମ୍ୟରଞ୍ଜନଙ୍କ ବାପା ବାସବ ଚନ୍ଦ୍ର ଦାସ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି । 

Nov 27 2019 10:57AM
ପୁଣି ଜନନୀ ଯନ୍ତ୍ରଣା

     ପୁଣି ଜନନୀ ଯନ୍ତ୍ରଣା Reporter- ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ରାୟଗଡା: ପୁଣି ଜନନୀ ଯନ୍ତ୍ରଣାର ଶିକାର ହେଲେ ମହିଳା ।ରେଳ ଟ୍ରାକ ଥିବା ଯୋଗୁ ଗାଁ କୁ ପହଂଚି ପାରିଲା ନାହିଁ ଅମ୍ବୁଲେନ୍ସ ।ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ଚାଲିବାକୁ ପଡିଲା ୩ କିଲୋମିଟର । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକି ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଞ୍ଚଡ଼ାଗୁଡ଼ା ପଂଚାୟତ ର କେରାଣ୍ଡିଗୁଡା ଗ୍ରାମରେ । ଆଜି ଭର ସକାଳୁ କେରାଣ୍ଡିଗୁଡା ଗ୍ରାମର ସୁରେନ୍ଦ୍ର ପ୍ରସ୍କା ଙ୍କ ପତ୍ନୀ ମୋମି ପ୍ରସ୍କା କୁ ଜନନୀ ଯନ୍ତ୍ରଣା ହେବାରୁ ସେହି ଗ୍ରାମର ଆଶା ଦିଦିଙ୍କୁ ଖବର ଦେଇଥିଲେ ଖବର ଶୁଣିବା ପରେ ଆଶା ଦିଦି ୧୦୮ଆମ୍ବୁଲେନ୍ସ କୁ ଫୋନ କରିଥିଲେ ହେଲେ ରେଳ ଟ୍ରାକ ଥିବାରୁ ଆମ୍ବୁଲେନ୍ସ ୩ କିଲୋମିଟର ପୁର୍ବ ରୁ ଅଟକି ଯାଇଥିଲା । ପରେ ବାଧ୍ୟ ହୋଇ ଆଶା ଦିଦି ଗର୍ଭବତୀ ମହିଳାଙ୍କୁ ୩ କିଲୋମିଟର ଚଲାଇ ଚଲାଇ ଆଣିବା ପରେ ଆମୁଲେନ୍ସରେ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ କେରାଣ୍ଡିଗୁଡା ପାଖରେ ଥିବା ରେଳ ଟ୍ରାକ ତଳେ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ପାଇଁ ଗ୍ରାମ ବାସୀ ୬ ମାସ ତଳେ ରେଳ ରୋକ ଆନ୍ଦୋଳନ ମଧ୍ୟ କରିଥିଲେ। ମାତ୍ର ଫଳ ସୁନ। 

Nov 27 2019 10:06AM
ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରଣ ବଜାର କମିଟିର ପ୍ରଚାର ରଥ ର ଶୁଭାରମ୍ଭ

     ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟିର ପ୍ରଚାର ରଥ ର ଶୁଭାରମ୍ଭ। ରିପୋର୍ଟ-ସୂର୍ଯ୍ୟ ନାରାୟଣ ପଟନାୟକ, ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ୍ ------------------------------------------ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଚାର ରଥର ଉଦଘାଟନ ହୋଇ ଯାଇଛି।ନବରଙ୍ଗପୁର ଜିଲ୍ଳାପାଳ ଡକ୍ଟର ଅଜିତ କୁମାର ମିଶ୍ର ସବୁଜ ପୋତକା ଦେଖାଇ ଏହି ପ୍ରଚାର ଗାଡିକୁ ଶୁଭାରମ୍ଭ କରିଥିଲେ।ନବରଙ୍ଗପୁର ଜିଲ୍ଲାର ସମସ୍ତ ଚାଷୀ ଯେପରି ଉଚିତ ମୂଲ୍ୟରେ ସୁରୁଖୁରୁରେ ଧାନ ବିକ୍ରି କରି ପାରିବେ ଏବଂ ସେମାନଙ୍କ କୌଣସି ଅସୁବିଧା ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି କହିଛନ୍ତି।ଚାଷୀ ମାନଙ୍କ କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଡ଼ଃ ମିଶ୍ର ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି।ଏହି ପ୍ରଚାର ରଥ ନବରଙ୍ଗପୁର ଜିଲ୍ଲାର ୧୩ଟି ଲେମ୍ପ ଓ ୫୪ଟି ମଣ୍ଡିରେ ପ୍ରଚାର କରିବ ବୋଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅବକାଶ ବେହେରା କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଭାସ୍କର ରୋଇତ,ମିଲର ସଂଘ ସଭାପତି ପିଣ୍ଟୁ ତ୍ରିପାଠୀ, ଆଶିଷ ପଟନାୟକ,ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତ୍ତା,ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। 

Nov 26 2019 9:18AM
ରାସ୍ତା ନିର୍ମାଣ ଦାବୀରେ ଗ୍ରାମବାସୀଙ୍କ ଗଣ ଧାରଣା

     ରାସ୍ତା ନିର୍ମାଣ ଦାବୀରେ ଗ୍ରାମବାସୀ ଙ୍କ ଗଣ ଧାରଣା ଭଦ୍ରକ, ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତ ଅନ୍ତର୍ଗତ କୁମ୍ଭକରାଳ ଗ୍ରାମ କୁ ଯାଇଥିବା ମୁଖ୍ଯ ରାସ୍ତା ର ତୁରନ୍ତ ମରାମତି ଦାବୀରେ ଗ୍ରାମବାସୀମାନେ ଆଜି ଗ୍ରାମ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।ସୂଚନା ଯୋଗ୍ଯ ଯେ ଆନନ୍ଦପୁର ଭଦ୍ରକ 53 ନଂ ରାଜ୍ଯ ରାଜପଥ ର ବନ୍ତ କଲେଜ ଛକ ଠାରୁ କୁମ୍ଭକରାଳ ଗ୍ରାମ କୁ ସଂଯୋଗ କରୁଥିବା ପ୍ରାୟ ଦୁଇ କିଲୋମିଟର ଏକମାତ୍ର ରାସ୍ତା ଟି ନିର୍ଦ୍ଦିଷ୍ଟ ସମୟରେ ମରାମତି ଅଭାବରୁ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡିଥିଲା । ଉକ୍ତ ଜରାଜୀର୍ଣ୍ଣ ରାସ୍ତା ର ମରାମତି ନିମନ୍ତେ ଗ୍ରାମ ବାସୀ ମାନେ ବିଭିନ୍ନ ସମୟରେ ଗ୍ରାମ ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।କିନ୍ତୁ ଜରାଜୀର୍ଣ୍ଣ ରାସ୍ତା ଟିକୁ ମରାମତି ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ପଦକ୍ଷେପ ନ ନେବା ଯୋଗୁଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ବହୁ ସମୟରେ ଦୁର୍ଘଟଣାରେ ଶିକାର ହୋଇଥିବାର ନଜିର ଅଛି । ଶେଷରେ ଗତ ତା 13ରିଖ ଦିନ ଗ୍ରାମବାସୀ ମାନେ ଜିଲ୍ଲାପାଳ ଭଦ୍ରକ ଙ୍କୁ ରାସ୍ତା ମରାମତି ପାଇଁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଏହାର ଏକ କିତା କାଯ୍ୟନିର୍ବାହୀ ଯନ୍ତ୍ରୀ ,R.D (1)ଭଦ୍ରକ, ଥାନା ଅଧିକାରୀଣୀ ବନ୍ତ କୁ ଉକ୍ତ କପିର ନକଲ ପ୍ରଦାନ କରିଥିଲେ । କିନ୍ତୁ ଏହାର କୌଣସି ସୁଫଳ ନମିଳିବା ଯୋଗୁଁ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବନ୍ତ ଗ୍ରାମ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ମାତ୍ର ଦିନ ବାରଟା ପଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ କାଯ୍ୟଳୟ ଗେଟ ତାଲା ଖୋଲିନଥିବା ବେଳେ ଗ୍ରାମ ବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଦିନ ଦୁଇଟା ସମୟରେ ବନ୍ତ ଗ୍ରାମ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ କାଳନ୍ଦି ବେହେରା ଓ କନିଷ୍ଠ ଯନ୍ତ୍ରୀ ରମେଶ କୁମାର ମହାନ୍ତି ଆନ୍ଦଳୋନ ସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ଆସନ୍ତା କାଲି ଠାରୁ ରାସ୍ତା ମରାମତି କାର୍ଯ୍ଯ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ବନ୍ତ ରୁ ଜଗନ୍ନାଥ ପଳତାକଂ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍  

Nov 25 2019 8:09PM
ରାୟଗଡାରେ ଦୁର୍ଦାନ୍ତ ଅପରାଧିର ଏନକାଉଣ୍ଟର

     ରାୟଗଡ଼ାରେ ଦୁର୍ଦାନ୍ତ ଅପରାଧୀର ଏନକାଉଣ୍ଟର । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲି କରସ୍ପେଣ୍ଡେଟ) ରାୟଗଡା: ରାୟଗଡ଼ା ରେ ପୁଲିସର ଏନକାଉଣ୍ଟର। ଟାଉନ୍ ଥାନା ପୁଲିସ ପକ୍ଷରୁ ଏନକାଉଣ୍ଟର ହୋଇଥିବା ବେଳେ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧି ଏଚ. ଶିବା ଆହତ ହୋଇଛି । ଶିବାର ବାମ ଗୋଡରେ ଗୁଳି ଲାଗିଥିବା ଜଣାପଡିଛି । ଅନ୍ୟପଟେ ଗୁଳି ବିନିମୟ ରେ ଜଣେ ଏସ ଆଇ ରିଗାନ କିଣ୍ଡୋଙ୍କ ହାତରେ ଗୁଳି ଲାଗିଛି । ପୁଲିସର ସୂଚନା ଅନୁଯାୟୀ ଶିବା ନାଁରେ ୫୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଗତକାଲି ମଧ୍ୟରାତ୍ରିରେ ସାଙ୍କେସ ମନ୍ଦିର ନିକଟରେ ପୁଲିସ ଚଢ଼ାଉ କରିଥିଲା । ପ୍ରଥମେ ଅପରାଧି ଶିବା ପୁଲିସ ଉପରକୁ ଗୁଳି ଚଲାଇବା ପରେ ପୁଲିସ ପାଲଟା ଗୁଳି ଚଲାଇ ଥିଲା । ଗୁରୁତର ଅବସ୍ଥାରେ ଶିବାକୁ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ୧୯ ତାରିଖ ଦିନ ସୋନପୁର ଜିଲ୍ଲାର ବିଭୁତୀ ପୂଜାରୀକୁ ଟ୍ରେନରେ ଯାତ୍ରା କରୁଥିବା ବେଳେ ଶିବା ସହ ଗ୍ଯାଙ୍ଗର ୧୦ ଜଣ ଅପହରଣ କରିନେବା ସହ ମୁକ୍ତି ପାଇଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ଏନେଇ ଥାନାରେ ଏତଲା ହେବା ପରେ ପୁଲିସ ୬ ଜଣକୁ ଗିରଫ୍ କରିଥିବା ବେଳେ ଶିବା ଫେରାର୍ ହୋଇଯାଇଥିଲା ।  

Nov 23 2019 5:47PM
ଟ୍ରେନ୍ ରୁ ଯୁବକର ଅପହରଣ ମାମଲାର ପର୍ଦାଫାସ କଲା ରାୟଗଡା ପୋଲିସ

      ଟ୍ରେନରୁ ଯୁବକର ଅପହରଣ ମାମଲାର ପର୍ଦାଫସ କୋଲା ରାୟଗଡ଼ା ପୋଲିସ । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ରାୟଗଡା: ଯୁବକକୁ ଅପହରଣ କରି ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଏକ ଅପହରଣ କରି ଗେଙ୍ଗର ୬ ଜଣକୁ ରାୟଗଡା ପୋଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୩ ଜଣନାବାଳକ ଅଛନ୍ତି । ଗତ ୧୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ପଞ୍ଚାନନ ପୂଜାରୀଙ୍କ ୧୯ ବର୍ଷର ପୁଅ ବିଭୁତି ପୂଜାରୀ ଏଲପି - ଧାନବାଦ ଟ୍ରେନ ଯୋଗେ ବିଶାଖାପାଟଣାମ ରୁ ଟିଟିଲାଗଡ଼ ଯାଉଥିବା ବେଳେ ରାୟଗଡା ପାଖ ଲାଡା ଷ୍ଟେସନ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ । ବିଭୁତିକୁ ବାରିଝୋଲା ଜଙ୍ଗଲ ଭିତରେ ରଖି ତାଙ୍କ ବାପାଙ୍କୁ ଟେଲିଫୋନ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ନଚେତ ନଦେଲେ ପୁଅକୁ ହତ୍ୟା କରି ତାର ଶବକୁ ପାର୍ଶଲ କରି ତମ ନିକଟକୁ ପଠାଇ ଦିଆଯିବ ବୋଲି ଧମକ ଦେଇଥିଲେ । ଏନେଇ ଅପହୃତ ଯୁବକର ପିତା ରାୟଗଡା ଥାନାରେ ଏତେଲା ଦେଇଥିଲେ । ଏହି ଘଟଣାରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଡାଉ କରି ୬ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଗୋଟେ ମାଉଜର, ଦୁଇଟି ଜୀବନ୍ତ ଗୁଳି, ଟାଙ୍ଗିଆ, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଜବତ ହେବା ସହ ଗୋଟିଏ ବୁଲେରୋ, ଅଟୋ ଓ ଦୁଇଟି ବାଇକ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଫେରାର ଥିବା ବେଳେ ପୋଲିସ ଏମାନଙ୍କୁ ଖୋଜୁଛି । ଅପହୃତ ଛାତ୍ରକୁ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ପରିବାରଙ୍କୁ ଜିମା ଦେଇଥିବା ଏସପି ସର୍ବଣା ବିବେକ.ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

Nov 21 2019 6:16AM
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

      ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲି କରସ୍ପେଣ୍ଡେଟ) ରାୟଗଡା - ରାୟଗଡ଼ାରେ ୫୮ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଅବସରରେ ରାୟଗଡ଼ା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଶୋଭାଯାତ୍ରାରେ ଶିକ୍ଷାର୍ଥୀଙ୍କ ସମିତ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ଚିକିତ୍ସା ଜନିତ ସଚେତନତା ବର୍ତ୍ତା ଦେଇ ସ୍ଥାନୀୟ ଗଜପତି ଛକଠାରୁ ବାହାରି ବସ୍‍ଷ୍ଟାଣ୍ଡ ଛକ ଦେଇ ଷ୍ଟେଟ୍‍ ବ୍ୟାଙ୍କ ମୁଖ୍ୟ ଶାଖା ଛକ ଠାରେ ପହଞ୍ଚିଥିଲେ । ଔଷଧ ମାତ୍ରାଧିକ ବ୍ୟବହାର ନ କରିବା, ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୁରକ୍ଷିତ ଉପଚାର କରିବା ଓ ନିଜେ ସ୍ୱଚ୍ଛ ରହିବା ସହ ନିଜ ଚତୁଃପାଶ୍ୱର୍କୁ ସ୍ୱଚ୍ଛ ରଖିବା ଇତ୍ୟାଦି ନାରା ଦେଇ ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରିଥିଲେ । ଏହି ଅବସରରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଦୀପଙ୍କର ରଥ, ନିହାରରଞ୍ଜନ କର, ଏଲ.ଅଲିକକୁମାର, ସୁକାନ୍ତ ସତପଥି ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । 

Nov 17 2019 7:51PM
ମତ୍ସ୍ଯଜୀବୀକଂ ଅସ୍ୱାଭାବିକ ମୃତ୍ୟୁ

     ମତ୍ସ୍ୟଜୀବୀଙ୍କ ଅସ୍ୱାଭାବିକ ମୃତ୍ୟୁ Report -srikanta mohapatra ବାସୁଦେବପୁର: ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀର ଅସ୍ୱାଭାବିକ ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଚୁଡାମଣି ଠାରେ । ମୃତ ମତ୍ସ୍ୟଯିବି ହେଲେ ଚୁଡାମଣି ଅଢୁଆଁ ଗାଁର ସମ୍ବାର ମଳିକ(60) । ଗତ ଗୁରୁବାର ଠାରୁ ମା କନକ ଦୁର୍ଗା ନାମକଙ୍କ ବୋଟରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ସମ୍ବାର । ହେଲେ ଆଜି ହଠାତ ଅସୁସ୍ଥ ହେଇ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡି ଯାଇଥିଲେ । ବୋଟରେ ଥିବା ଅନ୍ୟ କର୍ମଚାରୀମାନେ ସମୁଦ୍ରରେ ମାଛ ନଧରି ତୁରନ୍ତ ତାକୁ ବୋଟରେ କୂଳକୁ ନେଇ ଆସୁଥିବା ବାଟରେ ତାର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ପହଂଚି ଶବକୁ ଜବଦ କରି ବ୍ୟବଛେଦ ପାଇଁ ପଠେଇଥିବା ଜଣାପଡିଛି । ହେଲେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବାବେଳେ ବୋଟର ମାଲିକ କଣ ପାଇଁ ପରିବାରର କାହାରିକୁ କିଛି ନକହି ବୃଦ୍ଧା ଅବସ୍ଥାରେ ବାପାଙ୍କୁ ସମୁଦ୍ରକୁ ମାଛ ଧରିବାକୁ ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । 

Nov 14 2019 9:12AM
ବିଦ୍ଯୁତ ଆଘାତରେ ଯୁବକ ମୃତ

     ବିଦ୍ୟୁତ ଆଘାତ ରେ ଯୁବକ ମୃତ Report-Srikanta Mohapatra ଉଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ରାଧାବଲ୍ଲଭ ପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ମୃତ । ସୁଚନ ଅନୁସାରେ ରାଧାବଲ୍ଲଭପୁର ଗ୍ରାମର ମନମଥ ଜେନାଙ୍କ ପୁଅ ପ୍ରହଲ୍ଲାଦ ଜେନା ୩୦ ବର୍ଷ ଅଜି ସକାଳେ ନିଜଗ୍ରାମ ଧାନ କ୍ଷେତ କୁ ବୁଲବୁଲ ରେ କ୍ଷୟକ୍ଷେତି ଦେଖିବାକୁ ଯାଇଥିଲେ । ପ୍ରହଲ୍ଲାଦ ନିଜ ଧାନ ବିଲକୁ ଯାଉଥିବା ସମୟରେ ସେହି ବିଲ ଦେଇ ଯାଇଥିବା ବିଦ୍ୟୁତ ଖୁଣ୍ଟଟି ଛୁଇଁବା ମାତ୍ରେ ସେହି ଠାରେ ସଂଜ୍ଞାହିନ ଅବସ୍ଥାରେ ପଡ଼ି ଯାଇଥିଲେ । ନିକଟରେ ଥିବା ଅନ୍ୟ ଚାଷି ମାନେ ତାଙ୍କୁ ତୁରନ୍ତ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରକୁ ନେଇଯାଇଥିଲେ , ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଉକ୍ତ ଖବର ପ୍ରଚାର ହେବା ପରେ ରାଧାବଲ୍ଲଭପୁର ଅଞ୍ଚଳର ସୋକର ଛାୟା ଖେଳିଯାଇଛି । 

Nov 13 2019 9:06AM
ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀରେ ବୁଡି ୨ଯୁବକ ମୃତ୍ୟୁ

      ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀରେ ବୁଡ଼ି ୨ଯୁବକ ମୃତ୍ୟୁ । ରିପୋର୍ଟ- ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ରାୟଗଡା: ପବିତ୍ର କାର୍ତିକ ପୂର୍ଣ୍ଣୀମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ରାୟଗଡା ଜିଲ୍ଲାରେ ଦୁଇଟି ବିଭିନ୍ନ ସ୍ଥାନରେ ଅଘଟଣ ଘଟି ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ରାୟଗଡ଼ା ସହର ନିକଟସ୍ଥ ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଭୋର ୪ ଘଟିକା ସମୟରେ ସ୍ଥାନୀୟ ଉତ୍କଳ ଗୌରବ ମଧୂସୁଧନ ବୈଷୟିକ ଶିକ୍ଷାଅନୁଷ୍ଠାନରେ ଡିପ୍ଲୋମା ମେକାନିକାଲ ଦ୍ଵିତୀୟ ବର୍ଷ ପଢିଥିବା ୪ ଜଣ ଛାତ୍ର ସାଙ୍ଗ ହୋଇ ବୋଇତ ବନ୍ଦାଇବା ପାଇଁ ଯାଇଥିଲେ । ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ସୁମନ ବେହେରା (୧୭)ଙ୍କ ଅସବଧାନତା ବସତଃ ପଥର ଉପରେ ଶିଉଳୀ ହୋଇଥିବା ଯୋଗୁଁ ଗୋଡ ଖସି ଯାଇ ନଦୀର ଭଉଁରୀରେ ପଡିଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଛାତ୍ରମାନେ କହିଥିଲେ । ଏହି ସମୟରେ ସ୍ଥାନୀୟ ଗ୍ରାମ ବସୀ ଏବଂ ସାଙ୍ଗରେ ଯାଇଥିବା ଛାତ୍ର ମାନେ ବୁଡିଯାଉଥିବା ଛାତ୍ର ସୁମନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନଦୀର ଗଭିର ଭିତରୁ ଉଧାର କରିପାରି ନଥିଲେ । ଏହାପରେ ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପୋଲିସର ଏକ ଟିମ ପହଁଞ୍ଚି ଥିଲା । ବହୁ ଖୋଜା ଖୋଜି କରିବା ପରେ ଘଟଣା ସ୍ଥଳରୁ ପ୍ରାୟ ୬୦୦ ମିଟର ଦୂର ମାରିଗୁଡା ଗ୍ରାମର ଘାଟରେ ଛାତ୍ର ସୁମନଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ଛାତ୍ର ସୁମନଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୁମନଙ୍କ ଘର ରାୟଗଡା ଜିଲ୍ଲାର ମୁନିଗୁଡା ଅଞ୍ଚଳର ବୋଲି ଜଣାପଡିଛି ।   ସେହିଭଳି ଅନ୍ୟ ଏକ ଘଟଣାରେ ରାମଣାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡାଠାରେ ବଂଶଧାରା ନଦୀକୁ ସ୍ଥାନୀୟ ଗୋପାଳପୁର ସାହିର ଏକ ପରିବାର ବୋଇତ ବନ୍ଦାଣ ଉତ୍ସବ ପାଳନ କରିବାକୁ ଯାଇଥିବା ସମୟରେ ଗୋଡ ଖସି ଯିବାରୁ ସନ୍ତୋଷ ଜେନା ନାମକ (୧୯)ର ଯୁବକ ନଦୀର ଗଭୀର ଜଳ ମଧ୍ୟକୁ ଚାଲିଯାଇ ବୁଡି ଯାଇଥିଲେ । ଏହି ସମୟରେ ଉପସ୍ଥିତ ପରିବାର ଉଦ୍ଧାର କରିବାକୁ ଚେଷ୍ଟାକରି ଉଦ୍ଧାର କରିପାରି ନଥିଲେ । ଏହାପରେ ଗୁମୁଡା ସ୍ଥିତ ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ଖୋଜାଖୋଜି କରି ନଦୀ ଗର୍ଭରୁୁ ସନ୍ତୋଷଙ୍କୁ ଉଦ୍ଧାରକରି ପଦ୍ମପୁର ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତ ସନ୍ତୋଷଙ୍କୁ ବ୍ୟବଛେଦ ନିମନ୍ତେ ଗୁଣୁପୁର ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି ।  

Read More



Live Gold Price

Nutana Odisha Viral Video

ଭଦ୍ରକ: ବେଆଇନ୍ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ


nutana odisha


bhadrak news


Read More