ପୁରା ଖବର ବିଷୟରେ



ରାୟଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ କର୍ମକର୍ତ୍ତା ନିର୍ବାଚିତ

Aug 30 2021 8:33AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ : ରାୟଗଡ଼ ଜିଲ୍ଲା ଶାଖା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ସହର ସ୍ଥିତ ବିଦ୍ୟୁତ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଉକ୍ତ ନିର୍ବାଚନରେ ରାଜ୍ୟ ସଂଙ୍ଘ ମହାସଚିବ ଅମିୟ କୁମାର ଦାସ, ଉପସଭାପତି ସଙ୍ଗିତା ଦାଶଙ୍କ ଉପସ୍ଥିତିରେ ରାଜ୍ୟ ଆଞ୍ଚଳିକ ସଂମ୍ପାଦକ ସୁରେନ୍ଦ୍ର କୁମାର କୁଳଦୀପ ନିର୍ବାଚନ ପରିଚାଳନା କରିଥିଲେ । କୋରାପୁଟ ଜିଲ୍ଲା ସଙ୍ଘ ସଂମ୍ପାଦକ ରାଜେନ୍ଦ୍ର ସାହୁ ଓ ନବରଙ୍ଗପୁର ଜିଲ୍ଲା ସଙ୍ଘ ସଂମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ରାୟଗଡା ଜିଲ୍ଲା ପ୍ରାଥମିକ ଶିକ୍ଷା ସଙ୍ଘ ସଭାପତି ଭାବେ ଅଜିତ କୁମାର ଚୈାଧୁରୀ, ଉପସଭାପତି ଭାବେ ଦୀପକ କୁମାର ରାଉତ, ଉପ ସଭାନେତ୍ରୀ ବି.ସୁଜାତା, ସାଧାରଣ ସଂମ୍ପାଦକ-ନିଳାଞ୍ଚଳ ମିଶ୍ର, ସଗଠନ ସଂମ୍ପାଦକ ମହେନ୍ଦ୍ର ବାଗ ନିର୍ବାଚିତ ହୋଇଥିବା ବେଳେ ଅଞ୍ଜଳୀ କୁମାର ଶତପଥି, ପ୍ରବୀଣ କୁମାର ରଥ, ନରସିଂହ ପ୍ରସାଦ ମିଶ୍ର ଓ ସୋମନାଥ ଗରଡା ଯୁଗ ସଂପାଦକ ରୂପେ ଏବଂ କୋଷାଧ୍ୟକ୍ଷ ନିଳାଚଳ ପଣ୍ଡା, ଜିଲ୍ଲା ସଂଯୋଜକ ରୂପେ ସାନନ୍ଦ କୁମାର ବେନିଆ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ପୂର୍ବତନ ରାଜ୍ୟ ଯୁଗ୍ମ ସଂମ୍ପାଦକ ଦାଶରଥି ରାଜଗୁରୁ, ସଭାପତି ଅନନ୍ତ ଚରଣ ରଥ, ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚିତ କର୍ମକର୍ତ୍ତାଙ୍କୁ ରାଜ୍ୟ ସଂଘ ତରଫରୁ ଶପଥ ପାଠ କରାଯାଇଥିଲା । ନିର୍ବାଚିତ ସଦସ୍ୟଙ୍କୁ ବ୍ଲକର ସମସ୍ତ ଶିକ୍ଷକ ଓ କମକର୍ତ୍ତା ମାନଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ ଶୁଭେଚ୍ଛା ଜଣାଇଥିଲେ।