ପୁରା ଖବର ବିଷୟରେ



ରାୟଗଡ଼ ଜିଲ୍ଲା ଅବକାରୀ ବିଭାଗର କଳା ସାମ୍ରାଜ୍ୟ ର ଫର୍ଦା ବାସ କଲେ କନେଷ୍ଟବଳଙ୍କ ପତ୍ନୀ । ପ୍ରତିଟି ବିରୋଧ ର ମୂଲ୍ୟ ମତେ ରକ୍ତରେ ଦେବାକୁ ପଡେ l : ପତ୍ନୀ ପ୍ରଜ୍ଞା ପ୍ରତିମା

Aug 27 2021 6:53PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ : ରାୟଗଡ଼ ଜିଲ୍ଲା ଅବକାରୀ ବିଭାଗର କଳା ସାମ୍ରାଜ୍ୟ ର ଫର୍ଦା ଫାସ କଲେ କନେଷ୍ଟବଳଙ୍କ ପତ୍ନୀ l କିଛି ଦିନ ହେବ ଚାକିରିରୁ ନିଲମ୍ବିତ ହୋଇଥିବା କନେଷ୍ଟ ବଲ ସୁଶାନ୍ତ ପାତ୍ର ଙ୍କ ଧର୍ମ ପତ୍ନୀ ଆଜି ସ୍ଵାମୀ ଙ୍କ ନାଁରେ କରିଚନ୍ତି ସାଙ୍ଘାତିକ ଅଭିଯୋଗ l ଯାହା ରାଜ୍ୟ ର ପ୍ରତ୍ୟେକ ଟି ଜନ ମାନସ କୁ ଦୋହଲାଇ ଦେବା ସହ ଚକିତ କରିଛି l କୌଣସି ସହଯୋଗ ପାଇ ନଥିବାରୁ ଶେଷରେ ମହିଳା କମିଶନ ନିକଟରେ ଦ୍ବାରସ୍ତ ହୋଇ ଥିବା ପ୍ରକାଶ କରିଛନ୍ତି କନେଷ୍ଟବଲ ଙ୍କ ଧର୍ମ ପତ୍ନୀ ପ୍ରଜ୍ଞା ପାରମିତା l ଓଡିଆ ବାହୁ ଟିଏ ହୋଇ ସ୍ଵାମୀ ର ସେବା କରିବେ ବୋଲି ଭାବି ନିଜେ କରୁଥିବା ପୋଲିସ ଚାକିରି ଛାଡିଥିଲେ ମାତ୍ର ପିଶାଚ ସାଜି ମତେ ନର୍କ କୁ ପଠାଇ ଦେଇଛି ବୋଲି ଲୁହ ଭିଜା ଆଖିରେ ପ୍ରକାଶ କରିଛନ୍ତି ପ୍ରଜ୍ଞା ପରମିତା l ଘଟଣାରୁ ପ୍ରକାଶ କି ଗତ ଅଗଷ୍ଟ 16 ତାରିଖ ଦିନ ଜିଲ୍ଲା ଅବକାରୀ ବିଭାଗର ଭିଡ଼ିଓ ଭାଇରାଲ୍ ଘଟଣା ସମସ୍ତ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ l ଚାକିରିରୁ ନିଲମ୍ବିତ ହୋଇଥିଲେ ରାୟଗଡ ଜିଲ୍ଲା ଅବକାରୀ ବିଭାଗ ର କନେଷ୍ଟବଳ ସୁଶାନ୍ତ ପାତ୍ର l ଏହାର କିଛି ଦିନ ପରେ ଅଜୀ ସାମାଜିକ ଗଣ ମାଧ୍ୟମରେ ଅତି ସ୍ପର୍ଶକାରୀ ଓ ଲୋମ ଟାଙ୍କୁରା ଘଟଣାର ବର୍ଣନା ସହିତ ଜିଲ୍ଲା ଅବକାରୀ ବିଭାଗରେ ଚାଲିଥିବା କଳା ସାମ୍ରାଜ୍ୟ ର ଖୁଲାସା କରିଛନ୍ତି ଶୁଶାନ୍ତ ଙ୍କ ପତ୍ନୀ ପ୍ରଜ୍ଞା ପରମିତା l କହିଛନ୍ତି ନିଜ ଆଖିରେ ଦେଖିଥିବା ଜିଲ୍ଲା ଅବକାରୀ ବିଭାଗର ଗୁମାସ୍ତା କୁହାଯାଉଥିବା କନେଷ୍ଟବଳ ଙ୍କ ଅସଲ ଚିତ୍ର l ଲୁହ ଢଳ ଢଳ ଆଖିରେ ବାଖାଣୀଚନ୍ତି ସ୍ବାମୀଙ୍କର କଳା କାରବାର କୁ ସହଯୋଗ କରୁଥିବା କିଛି ଦଲାଲ ଓ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ବିଷୟରେ l କନେଷ୍ଟବଳ କେବଳ ଜଣେ ଅବ କରୀ ମାଫିଆ ନଥିଲେ l ସେ ମଧ୍ୟ ଥିଲେ ଜଣେ ପାରିବାରିକ ନିର୍ଯ୍ୟାତନା ର ଏକ କଳାକାର l ବିବାହର ଅଢେଇ ବର୍ଷ ପରେ ପତ୍ନୀ ଓ ପୁଅ କୁ ରାତି ଅଧରେ ଖଣ୍ଡା ଧରି ଘରୁ ଗୁଡ଼ାଇ ଥିଲେ l ଭୟ ରେ ଘର ଛାଡ଼ି ପଳାଇଥିଲେ ଧର୍ମ ପତ୍ନୀ l ଗଣ ମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ପତ୍ନୀ କହିଚନ୍ତି ମତେ ଗୋଟେ ଘରେ ବନ୍ଦୀ କରି ରଖୁଥିଲେ ଶୁଶାନ୍ତ l ମୁଁ ପୋଲିସ ପ୍ରଶାସନିକ ସ୍ତରରେ କନେଷ୍ଟବଳ ଚାକିରି କରିଥିଲି ପୋଲିସ ବିଭାଗକୁ ସମ୍ମାନ ଦେବାକୁ ଯାଇ କଳା କାରବାର ଓ ଅବକାରୀ ଦୁର୍ନୀତି କୁ ବିରୋଧ କରୁଥିଲି ସେଥିପାଇଁ ମତେ ପ୍ରତିଦିନ ମାଡ ଖାଇବାକୁ ପଡୁଥିଲା l ରକ୍ତ ବାହାରିବା ପର୍ଯ୍ୟନ୍ତ ସେ ମତେ ବାଡ଼ାଉଥିଲେ ମାଡ଼ରେ ମ ଡାହାଣ କାନ ଫାଟି ଥିବାରୁ ମତେ ମଧ୍ୟ ଠିକରେ ଶୁଭୁନାହିଁ l ଖଣ୍ଡା ଧରି ମ ବେକରେ ଲଗାଇ ମୋର ମାଙ୍କୁ ଭିଡ଼ିଓ କଲିଙ୍ଗ କରି ବେକ କାଟି ନାଗାବଳୀ ନଦୀରେ ଭସାଇ ଦେବାକୁ ଧମକ ଦେଇଥିଲେ , ଟ୍ରେନ ଲାଇନରେ ଶୁଆଇ ଦେଇ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ l ମୋର ପରିବାର ଗରିବ ଓ ଦୁର୍ବଳ ମତେ ସହଯୋଗ କରିବାକୁ ଘରେ କେହି ମୁରବି ନ ଥିବାରୁ ମୁଁ ବାଧ୍ୟ ହୋଇ ତା ପାଖେ ପଡି ରହିଥିଲି l ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ଘର ଛାଡ଼ିଲେ ବୋଲି ପ୍ରକାଶ କରିଛନ୍ତୀ ପତ୍ନୀ l ଏହି ସମ୍ବନ୍ଧରେ ସେ ଅବକାରୀ ବିଭାଗର ସୂପରିଟେଣ୍ଡ ପ୍ରଶନ୍ନ ନାୟକ ଙ୍କୁ ଅଭିଯୋଗ କରିଥଲେ ମଧ୍ୟ ନିଜେ ପ୍ରସନନ୍ନ ନାୟକ ଏହି ଦୁର୍ନୀତିକୁ ସହଯୋଗ କରୁଥିଲେ l ଗଞ୍ଜେଇ ଗାଡ଼ି କୁ ଜିଲ୍ଲା ପାର କରିବା, ମଦ ଦୋକାନ ରୁ ଚାନ୍ଦା ଆଣିବା ଆଦି କାମରେ ମ ସ୍ଵାମୀ ଙ୍କୁ ନିୟୋଜିତ କରିଥିଲେ l ଜିଲ୍ଲା ଅବକାରୀ ବିଭାଗ ର ଦୁର୍ନୀତି କୁ ପ୍ରଶୟ ଦେଇ ଶୁଶାନ୍ତ ଙ୍କ ସାହାଯ୍ୟରେ ଅର୍ଥ ଆଦାୟ ପ୍ରସନ୍ନ ନାୟକ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ପ୍ରଜ୍ଞା l ଦୁର୍ନୀତି କୁ ପ୍ରସୟ ଦେଉନଥିବାରୁ ଓ କଳା ଟଙ୍କା ରୋଜଗାର କରିବା କୁ ବିରୋଧ କରିବାରୁ ମତେ ନିର୍ଯ୍ୟାତନା ମିଳୁଥିଲା l ମ ସ୍ଵାମୀ ଶୁଶାନ୍ତ ଙ୍କ ଦ୍ଵାରା ହେଉଥିବା ଦୁର୍ନୀତି ଘଟଣା ସମ୍ବନ୍ଧ ରେ ଓ ନିଜେ ନ୍ୟାୟ ପାଇବା ପାଇଁ ରାୟଗଡ ଆରକ୍ଷୀ ଅଧକ୍ଷକ, ଜିଲ୍ଲପାଳ, ରାଜ୍ୟ ଅବକାରି ଆୟୋଗ, ପ୍ରିନ୍ସିପାଲ ସେକ୍ରେଟାରୀ , ସମସ୍ତ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା l ଏବେ ନୁଆ କରି ଆସିଥିବା ରାଜ୍ୟ ଅବକାରୀ ଆୟୋଗ ଆଶିଷ ସିଂ ଘଟଣା କୁ ଗୁରୁତର ସହିତ ଗ୍ରହଣକରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି l ମୁଁ ଜଣେ ପୋଲିସ କର୍ମଚାରୀ ହୋଇ ମଧ୍ୟ ନ୍ୟାୟ ପାଇବାକୁ ମତେ ଏମିତି ଯଦି ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ କାର୍ଯ୍ୟାଳୟ କୁ ଦୌଡ଼ିବାକୁ ପଡୁଛି l ତେବେ ଜଣେ ସାଧାରଣ ନାରୀ ଟିଏ ଏହି ଭଳି ନିର୍ଯ୍ୟାତନା ରେ ସ୍ବୀକାର ହେଲେ ସେ କିପରି ନ୍ୟାୟ ପାଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି l ରାଜ୍ୟ ସରକାରଂକ ନାରୀକୁ ସମ୍ମାନ ଉକ୍ତି କୁ ଦୋହରାଇ ଶ୍ରୀମତୀ ପ୍ରଜ୍ଞା ପରମିତା କହିଚନ୍ତି ସରକାର ଙ୍କ ର ପ୍ରସାଶନିକ ଅଧିକାରୀ ମେନେ ନାରୀ କୁ ସମ୍ମାନ କେମିତି ଦେଉଛନ୍ତି ଉକ୍ତ ଘଟଣାରୁ ସହଜେ ଅନୁମେୟ l ଯଦୀ ସତରେ ନାରୀ କୁ ସମ୍ମାନ ରାଜ୍ୟ ସରକାର ଙ୍କ ର ଲକ୍ଷ୍ୟ l ତେବେ ଏହି ଘଟଣାର ମୋଡ କୁଆଡେ ଯାଉଚି ଓ ଶ୍ରୀମତୀ ପ୍ରଜ୍ଞା ପରମୀତାଙ୍କୁ କଣ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି l ମୋର ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ବୋଲି ସର୍ବ ଶେଷରେ ପ୍ରଜ୍ଞା ପ୍ରକାଶ କରିଛନ୍ତି l