Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ ଗ୍ରାମୀୟ ନିର୍ମାଣ ବିଭାଗ ତରଫରୁ ଆଜାଦୀକା ଅମୃତ ମହୋତ୍ସବ ଅନୁଷ୍ଠିତ
Aug 26 2021 11:12PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା : ଭାରତର ସ୍ୱାଧୀନତାର ୭୫ ତମ ବର୍ଷ ପୁର୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀ କା ଅମୃର୍ତ ମହୋତ୍ସବ ପାଳିତ ହେଉଛି । ଏହି ଅବସରରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣଳୟର ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫରୁ ଏକ ସେମିନାର ଅନୁଷ୍ଠିତ ହୋଇଥିଲ।। ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ଶ୍ରୀ ସୁଧିର ଦାସ, ସାସଂଦ ପ୍ରତିନିଧି ଶ୍ରୀ ଦୁର୍ଗା ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଡି.ଆର୍.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ରାୟଗଡ଼ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଧର ନାୟକ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ଗୁଣୁପୁର ଶ୍ରୀ ସରୋଜ କୁମାର ପାଢୀ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ରାୟଗଡ ଶ୍ରୀ ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଜିଲ୍ଲାରେ ନିଆଯାଇଥିବା କାର୍ଯ୍ୟକ୍ରମ ବିଶେଷ କରି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ଗ୍ରାମାଅଂଳର ଭିତି ଭୂମିର ଉନ୍ନତି ଅସଂଯୋଜିତ ଗ୍ରାମ ଗୁଡିକ ନିତି ଦିନିଆ ରାସ୍ତା କରିବା କାର୍ଯ୍ୟକରି ବିଗତ ୨୦୦୦ ମସିହାରୁ ଚାଲି ଆସୁଅଛି । ଜିଲ୍ଲାର ଗ୍ରାମ,ବ୍ଲକ ଓ ଜିଲ୍ଲା ସ୍ତରରେ ରାସ୍ତା ଗୁଡିକ ନିର୍ମାଣ ଉନ୍ନତି ହେବl ଦ୍ୱାରା ଯୋଗାଯୋଗ ଉନ୍ନତି ଘଟିଛି , ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ନିଜର ଉତ୍ପାଦିତ ଦ୍ରବ୍ୟ ଠିକ ଭାବରେ ବଜାରକୁ ନେଇ ଯାଇ ବିକ୍ରୀ କରିପାରୁଛନ୍ତି । ସେହିଭଳି ଦୁର୍ଗମ ଅଂଳରର ଗର୍ବବତୀ ମହିଳା ମନେ ମଧ୍ୟ ସୁବିଧା ଭାବରେ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି, ଅପହଞ୍ଚ ଇଲାକାର ଶିଶୁ ମାନେ ପାଠପଢି ପାରୁଛନ୍ତି । ତେଣୁ ଛୋଟ ଛୋଟ ଅଣସଂଯୋଜିତ ଗ୍ରାମ ଗୁଡିକ ସଂଯୋଗୀ କରଣ ହେଲେ ସ୍ୱାଧୀନତାର ସ୍ୱାଦ ସମସ୍ତେ ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ଯୋଗଦାନ କରି ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ମୌଳିକ ସୁବିଧା ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି । ଛୋଟ ଛୋଟ ଅସଂଯୋଜିତ ଅଞ୍ଚଳ ଗୁଡିକ ଯୋଗାଯୋଗ ହୋଇପାରିଲେ ଜିଲ୍ଲାର ସାମଗ୍ରୀକ ବିକାଶ ହୋଇପାରିବ । ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶର ଧାରା ବଜାୟ ରହିଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଚାଳନା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ସାରାଦେଶରେ ପ୍ରଶଂସିତ ହୋଇପାରିଛନ୍ତି ।