ପୁରା ଖବର ବିଷୟରେ



ଆନ୍ଧ୍ର ପ୍ରଦେଶ ର ବେପାରୁଆ ମନୋଭାବକୁ ସନ୍ଥ ସମାଜର ବିରୋଧ ଏବଂ ପ୍ରତିବାଦ

Aug 22 2021 1:14PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ : ବହୁ ପୁରାତନ ଓ ଶକ୍ତିପୀଠ ବିଶାଖାପାଟଣାର ସିମାଞ୍ଚଳ ମନ୍ଦିର ବର୍ତମାନ ଆନ୍ଧ୍ର ସରକାର ଅଣଦେଖା କରିବା କଥା ସାମନାକୁ ଆସିଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ବେପାରୁଆ ମନୋଭାବ ମଠ ମନ୍ଦିର ପ୍ରତି ରହୁଥିବାରୁ, ସାଧୁ ସନ୍ଥଙ୍କ ସହ ରାୟଗଡ଼ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ମିଶି ସିମଞ୍ଚଳ ମନ୍ଦିର ( ବିଶାଖାପାଟଣା ) ଠାରେ ପଦଯାତ୍ରା ଏବଂ ଧାରଣା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସୂଚନା ଥାଉକି, ସିମଞ୍ଚଳ ମନ୍ଦିର ଆଗରେ ଥିବା ଗରୁଡ ସ୍ତମ୍ବ ଜୀର୍ଣାନ ଅବସ୍ଥା ଦେଖି ସାଧୁ ସନ୍ଥ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୋୖଣସି ପଦକ୍ଷେପ ନନେଇ ଚୁପ୍ ରହିଲେ, ଆଜି ତାହା ଭାଙ୍ଗି ପଡ଼ିଛି , ଗୋ ଶାଳ ଅବସ୍ଥା ବହୁତ ଶୋଚନୀୟ, ଦିନକୁ ୭ରୁ ୮ ଗାଈ ମୃତ୍ୟୁ ବରଣ କରୁଛନ୍ତି ଏବଂ ସେଠାରୁ ମଦ ବୋତଲ ଦେଖିବାକୁ ମିଳୁଛି ,ଗୋଶାଳା କୁ ବହୁତ ଅର୍ଥ ସଂଗ୍ରହ ହେଉଛି କିନ୍ତୁ ରକ୍ଷଣା ବେକ୍ଷଣାର ଅଭାବରୁ ଗୋମାତା ସୁରକ୍ଷା ନାହାନ୍ତି ତେଣୁ ଆନ୍ଦ୍ରପ୍ରେଦେଶ ସନ୍ଥ ଶ୍ରୀ ସ୍ବାମୀ ଶ୍ରୀନିବାସନ ଙ୍କ ନେତୃତୁରେ ଏବଂ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ବିଶ୍ୱ ହିନ୍ଦୁ ପରିଷଦ , ସାଧୁ ,ସନ୍ଥଙ୍କ ସହ, ରାୟଗଡ଼ ଜିଲ୍ଲା ସାଧୁ ସନ୍ଥ ଯଥା ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି, ସ୍ୱରୂପ ନନ୍ଦ ଗିରିଜୀ, ସ୍ବାମୀ ଜନକା ନନ୍ଦ ଗିରିଜୀ, ହାତୀ ବାବାଙ୍କ ସହ ରାୟଗଡ଼ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପୂର୍ଣ୍ଣ ରୂପେ ସହଯୋଗ ଦେବା ପାଇଁ ସ୍ଥିର କରିଛନ୍ତି । ଆଗାମୀ ୧୦ ଦିନ ମଧ୍ୟରେ ପଦ ଯାତ୍ରା ପାଇଁ ସମୟ ନିର୍ଧାରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି , ପ୍ରାଚୀନ କାଳରୁ ମନ୍ଦିର ସମ୍ମୁଖରେ ଧ୍ଵଜା ସ୍ତମ୍ଭ ସ୍ଥାପିତ ହୋଇଥିଲା ତାର ସଠିକ୍ ରକ୍ଷଣା ବେକ୍ଷଣ କରି ନ ଯିବା ତାର ଅବସ୍ଥା ସମ୍ବନ୍ଧରେ ବାର ବାର ଜଣାଇଲା ପରେ ବି ତାର ମରାମତି କରା ନ ଯିବାରୁ ତାହା ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି ତେଣୁ ତାହା ପୁନଃ ସ୍ଥାପନ ଦାବି କରାଯାଇଛି । ଏଠାରେ ଆରାଧ୍ୟ ନୃସିଂହ ମହାପ୍ରଭୁଙ୍କ ପରିଧିରେ ଏକ ଗୋ ଶାଲା ରହିଅଛି ସେଠାକାର ସେବାୟତ ଗୋ ବଂଶକୁ ଅବହେଳା କରିବା ସହ ଖାଦ୍ୟପେୟ , ଚିକିତ୍ସା ଅଭାବରୁ ପ୍ରତ୍ୟେକ ଦିନ ୪/୫ ଗୋଟି ଗାଈ ମୃତ୍ୟୁବରଣ କରନ୍ତି । ଏହାର ପୁନଃ ତାହା ପୁନଃ ସ୍ଥାପନ ଦାବି କରାଯାଇଛି। ଆନ୍ଦ୍ରପ୍ରଦେଶର ସାଧୁ ସନ୍ଥ ସମାଜ ପରାମର୍ଶ, ସହଯୋଗ , ତାଙ୍କ ପଦକ୍ଷେପକୁ ଓଡ଼ିଶା ସାଧୁ ସନ୍ଥ ଅକ୍ଷର ଅକ୍ଷର ପାଳନ କରିବା ସହ ଏହି ଦିଗରେ ଓଡ଼ିଶାର ଧାର୍ମିକ ସଂଗଠନ ଗୁଡ଼ିକ ଦୃଢ଼ ସମର୍ଥନ କରିବା । ଅନେକ ଦାବି ମଧ୍ୟରୁ ମୁଖ୍ୟ ଦାବି ହେଉଛି । ମନ୍ଦିରର ସମ୍ପତି ଅଭୂଷଣ , ଜମି, ଅନ୍ୟ ଆସବାବପତ୍ର , ଅର୍ଥ ରାଶି ଏବଂ ଆନୁସଂଗିକ ସମ୍ପତ୍ତିର ଟିକି ନିଖି ହିସାବ ଜନିତ କରି ଜଣ ସାଧାରଣଙ୍କୁ ଅବଗତ କରାଯାଉ ଦାବି କରାଯାଇଛି । ପରିପ୍ରେକ୍ଷୀରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର ଏବଂ ଜିଲ୍ଲା ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟଜନରେ ଏହି ସମସ୍ତ ବିଷୟ ଉଲ୍ଲେଖ କରାଯାଇଥିଲା