ପୁରା ଖବର ବିଷୟରେ



ରାୟଗଡ଼ ୪ର୍ଥ ବାଟାଲିୟନ୍ ସି ଆର ପି ଏଫ ଯବାନଙ୍କୁ ରାକ୍ଷୀ ବାନ୍ଧିଲେ ଜୁପିଟର ସ୍କୁଲ ଛାତ୍ରୀ

Aug 22 2021 6:08AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ : କୋଭିଡ-୧୯ଗାଇଡଲାଇନକୁ ପାଳନ କରି ରାୟଗଡ ସହରର ଜୁପିଟର ଇଂଟରନ୍ୟାସନାଲ ସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀମାନେ ରାୟଗଡ଼ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ରାୟଗଡ ସହର ଇନ୍ଦିରା ନଗର ସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡକ୍ୱାଟର୍ସ ପରିସରରେ ଆଜି ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁପିଟର ଇଂଟରନ୍ୟାସନାଲ ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ରୀ ମୋଟ ୭୫ଜଣ ଯୋଗ ଦେଇ ୪ର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡଡେଣ୍ଟ ମନୋଜ କୁମାର ଯାଦବ, ଡେପୁଟି କମାଣ୍ଡଡେଣ୍ଟ ରମେଶ କୁମାରଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଡିଆଇଜିପି ରାୟଗଡ ରେଂଜ ସେକେଣ୍ଡ ଇନ୍ କମାଣ୍ଡଡେଂଟ ପ୍ରଦୀପ୍ତ କୁମାର ସାହୁ ଏବଂ ସମ୍ବଲପୁର ରେଂଜ (ରାୟଗଡ ଟେକ୍‌) ଡେପୁଟି କମାଣ୍ଡଡେଂଟ ବିଜୟ କୁମାର ସାହୁଙ୍କୁ ମଧ୍ୟ ଛାତ୍ରୀ ଓ ଶିକ୍ଷୟତ୍ରୀମାନେ ରାକ୍ଷୀ ବାନ୍ଧିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶତ୍ମାତକବୋଧ ସଂଗୀତ ଗାନ କରିଥିଲେ । ଏହି ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମରେ ଦେଶ ସୀମା ସୁରକ୍ଷାରେ ଶ୍ରୀନଗର ଠାରେ ନିୟୋଜିତ ଥିବା ସିଆରପିଏଫ ଅଧିକାରୀ ଓ ଯବାନମାନଙ୍କ ପାଇଁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରାକ୍ଷୀ ଓ ଶୁଭେଚ୍ଛା ବାର୍ତାର ଏକ ବକ୍ସ କମାଣ୍ଡଡେଂଟ ଶ୍ରୀ ଯାଦବଙ୍କୁ ପ୍ରଦାନ କରିଥିଲେ । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଯବାନ ଭାଇମାନେ ନକ୍ସଲ ପ୍ରଭାବିତ ଅଂଚଳରେ ନିୟୋଜିତ ରହି ଅଂଚଳବାସୀଙ୍କୁ ସୁରକ୍ଷା ଦେବା ସହ ଅଂଚଳରେ ଭାଇଚାରାର ଏକ ପରିବେଶ ସୃଷ୍ଟି କରିପାରିଛନ୍ତି । ତେଣୁ ଯବାନ ଭାଇମାନଙ୍କ ଦୀର୍ଘାୟୁ ଓ ଶୁଭ କାମନା କରି ସେମାନଙ୍କ ଠାରୁ ସୁରକ୍ଷା ଆଶା କରି ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ବୋଲି ସ୍କୁଲ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ପ୍ରକାଶ କରିଥିଲେ । ଆସନ୍ତାକାଲି ଛାତ୍ରୀମାନେ ନିଜ ନିଜ ଘରେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବେ ତେଣୁ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀମାନେ ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧି ଆମକୁ ଏକ ବଡ ସମ୍ମାନ ଓ ବନ୍ଧନରେ ବାନ୍ଧିଛନ୍ତି । ଏହି ବନ୍ଧନକୁ ଆମେ ସବୁଦିନ ପାଇଁ ମନେରଖିବା ସହ ଆହୁରି ଉର୍ତ୍ସଗୀକୃତ ହୋଇ ଦେଶ ସେବା କରିବୁ ବୋଲି କମାଣ୍ଡଡେଂଟ ଶ୍ରୀ ଯାଦବ ପ୍ରକାଶ କରିଥିଲେ । ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଉପଦେଷ୍ଠା ସୂର୍ଯ୍ୟନାରାୟଣ ତ୍ରିପାଠୀ,ଉପାଧ୍ୟକ୍ଷ ପି.ଲକ୍ଷ୍ମୀ,ଏଡମିନ୍ କେ.ପ୍ରଭାଙ୍କ ସମେତ ଶୋହିନୀ ମିଶ୍ର, ରେଣୁକା, ଆଚାରୀ, ଶ୍ୱେତା ଭଣ୍ଡାରୀ, ବି.ପ୍ରଶାନ୍ତ, ଏସ.ଅଂଜଳୀ ଓ ପ୍ରୀତି ବେଉରିଆ ବିଦ୍ୟାଳୟ ଷ୍ଟାଫ ପ୍ରମୁଖ ଉପସ୍ଥିତ ରହିଥିଲେ ।