ପୁରା ଖବର ବିଷୟରେ



ରାୟଗଡ଼ : ଶବ କା ସାଥ, ଶବ କା ବିକାଶ, ଶବ କା ପ୍ରୟାସ ରେ ଆଜି ରେଳ ମନ୍ତ୍ରୀ ଗୁଣପୁର -ଥେରୁଆଲୀ ରେଳ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ- ଐଶ୍ୱନୀ ବୈଷ୍ଣବ

Aug 20 2021 9:15PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ : ଓଡିଶାରୁ କେନ୍ଦ୍ର କ୍ୟାବିନେଟ କୁ ରେଳ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ l ରାୟଗଡ ଜିଲ୍ଲା କୁ ପ୍ରଥମ ଗସ୍ତ କରିଛନ୍ତି ରେଳ ମାନ୍ତ୍ରୀ ଐଶ୍ୱନି ବୈଷ୍ଣବ l ଭୁବନେଶ୍ବର ରୁ ରେଳ ଗାଡ଼ି ଯୋଗେ ଆସି ସକାଳ ୪.୩୦ ମିନିଟରେ ରାୟଗଡ ଷ୍ଟେସନରେ ପହଞ୍ଚି ଥିଲେ l ସେଠାରୁ ମା ମଘରିଆଣି ମନ୍ଦିର ଦର୍ଶନ କରିଥଲେ l ବିଜେପି କର୍ମୀଙ୍କ ସହ ସହର ସାରା ଶୋଭାଯାତ୍ରା ରେ ବୁଲିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ l ସହରରେ ଅବସ୍ଥିତ ସ୍ଥାନୀୟ ହୋଟେଲ୍ ତେଜସ୍ଵୀ ରେ ସାମ୍ବାଦୀକ ସମ୍ମୀଳନ୍ନିରେ ଯୋଗ ଦେଇଥିଲେ l ପ୍ରିୟ ପ୍ରଧାନ ମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ପୂର୍ବ ଉଦୟ ର ପରିକଳ୍ପନା କରିଛନ୍ତି l ଓଡିଶାର କିପରି ବିକାଶ ହେବ , ସାଡେ ୪ କୋଟି ଓଡ଼ିଆ ଜନସାଧାରଣ ଙ୍କ ର କିପରି ଉନ୍ନତି ହେବ l ଓଡ଼ିଶାକୁ ତାଙ୍କର ଭଲପାଇବା ଥିବା ଦୃଷ୍ଟିରୁ ଓଡ଼ିଶାକୁ ୭ ଟି ଗୁରୁତ୍ବ ପୂର୍ଣ୍ଣ ବିଭାଗ ମିଳିଛି l ଅଗଷ୍ଟ ୧୫ ରେ ପ୍ରଧାମନ୍ତ୍ରୀଙ୍କ କହିଥିବା କଥା ସବକା ସାଥ, ସବକା ବିକାଶ, ସବକା ପ୍ରୟାସ କୁ ପାଳନ କରି ଆମେ ସମସ୍ତେ ଅଣ୍ଟା ଭିଡ଼ି କାମ କଲେ ବିକାଶ ଆକାଶ ଛୁଇଁବ l ରାୟଗଡ ଜିଲ୍ଲା ର ପବିତ୍ର ମାଟିରେ ମୁଁ ପହଞ୍ଚି ଅନେକ ସ୍ଥାନ ବୁଲିଲୀ l ରେଳ ଓ ଯୋଗାଯୋଗ କ୍ଷେତ୍ରରେ ଥିବା ଅନେକ ସମସ୍ୟା ମୁଁ ନିଜେ ବୁଲି ଦେଖିଲି l ଓ ଅନ୍ୟ ସମସ୍ୟା ଗୁଡିକ ର ଦାବୀ ପତ୍ର ମତେ ମିଳିଛି l ରେଳ ଭିତ୍ତି ଭୂମିର ବିକାଶ ସହିତ ଯୋଗା ଯୋଗ କ୍ଷେତ୍ର ରେ ଥିବା ସମସ୍ତ ସମସ୍ୟା ଶୀଘ୍ର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ l ଗୁଣପୁର- ଥେରୁଆଲୀ ରେଳ ପ୍ରକଳ୍ପ ର କାର୍ଯ୍ୟ ଯଥା ଶୀଘ୍ର କରାଯିବ l ରାଜ୍ୟ ସରକାରଙ୍କ ଜମି ଦେବା ସମ୍ବନ୍ଧୀୟ ଯାହା ସମସ୍ୟା ଅଛି ସେ ବିଷୟରେ ଆଲୋଚନା କରି ଆମେ ସମସ୍ତେ ମିଶୀ ଶୀଘ୍ର କାର୍ଯ ଆରମ୍ଭ କରିବା ବୋଲି ରେଳ ମନ୍ତ୍ରୀ କହିଥିଲେ l ରେଳ ଡ଼ିଭିଜନ ହେବା ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ଯାଇ ଦେଖିଛି ଡିପିଆର କେଉଁ କେଉଁ ସ୍ତରରେ ଅଛି ଦେଖି ଯଥା ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି hଅଶ୍ୱିନୀ ବୈଷ୍ଣବ l ଜିଲ୍ଲା ରେ ଥିବା ଫୋନ ଯୋଗାଯୋଗ ଓ ନେଟୱର୍କ ଅସୁବିଧା ରେ ସୁଧାର ଆଣିବା ପାଇଁ ୱାଇଫାଇ କିମ୍ବା ବ୍ରୋଡବ୍ୟାଣ୍ଡ ପାଇଁ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ l ଜିଲ୍ଲାରେ ପଡିରହିଥିବା ୧୦୦୦ ଏକର ରୁ ଉର୍ଦ୍ଧ୍ବ ଜବର ଦଖଲରେ ଥିବା ରେଳୱେ ଜମିକୁ ଶୀଘ୍ର ହାତକୁ ଅଣାଯିବ ବୋଲି ସମ୍ବାଦିକ ସମ୍ମିଲନିରେ କହିଚନ୍ତି l ପ୍ରଧାନ ମନ୍ତ୍ରୀ ଗତ ଜୁଲାଇ ୭ ତାରିଖ ରେ ଦୁଇଟି ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି l SC,ST,OBC ମାନଙ୍କୁ ସମସ୍ତ କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ଯାହା ଅତ୍ୟନ୍ତ ପ୍ରସଂସ ନିୟ l ଓଡ଼ିଶା କୁ ରେଳ, ଦୂରସଂଚାର, ଶିକ୍ଷ୍ୟା , ଜଳଶକ୍ତି , ଟ୍ରାଇବଲ୍ ଅଫାୟର, infotec , ଆଦି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଥିବାରୁ ପ୍ରଧାନ ମନ୍ତ୍ରୀ ଙ୍କ ର ଓଡ଼ିଶା କୁ ଭଲପାଇବା କେତେ ଅଛି ତାହା ପ୍ରମାଣିତ l ତାଙ୍କ ରି କହିଥିବା କଥା ସବକା ପ୍ରାୟାସ ଆମ ସମସ୍ତ ଙ୍କ ପ୍ରାୟାସ ରେ ସମଗ୍ର ଦକ୍ଷିଣ ଓଡ଼ିଶା ର ସାଧାରଣ ଜନତାଙ୍କ ବିକାଶ ହୋଇପାରିବ ଓ ଆମେ ସମସ୍ତେ ମିଳି ମିଶି କାମ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି l ଆଜିର ଏହି କାର୍ଯ କ୍ରମରେ ଭୃଗୁ ବକସିପାତ୍ର, ଗୋଲକ ନାୟକ, ବସନ୍ତ ଉଲ୍ଲକା, ଶିବ ପଟ୍ଟନାୟକ, କାଳୀ ରାମ ମାଝୀ, ବିଦ୍ୟା ପଣ୍ଡା, ଶ୍ୟାମ ଦାସ ଓ ଅନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ l