ପୁରା ଖବର ବିଷୟରେ



ରାଜମିଡ଼ିଆ ଲଷ୍ମୀ ଟେଲିଭିଜନ ନେଟୱାର୍କ ତରଫରୁ ଧାମନଗର ଠାରେ ବଂଧୁ ମିଳନ ଓ ବୃକ୍ଷ ରୋପଣ------

Aug 17 2021 10:05PM
ଚଳିତ ବର୍ଷ ୨୦୨୧ ରେ ପବିତ୍ର ୭୫ ତମ ସ୍ବାଧିନତା ଦିବସ ଉପଲକ୍ଷେ ରାଜମିଡ଼ିଆ ଲଷ୍ମୀ ଟେଲିଭିଜନ ନେଟୱାର୍କ ତରଫରୁ ଭଦ୍ରକ ଜିଲ୍ଲା ରେ ଭଦ୍ରକ ଜିଲ୍ଲା ପ୍ରତିନିଦିଧି ମହମ୍ମଦ ଜାବିର ବାବୁ ଙ୍କ ଉଦ୍ୟମ ରେ ଭଦ୍ରକ ଜିଲ୍ଲା ଧାମନଗର ଠାରେ ଏକ ବଂଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ରେ ସମସ୍ତ ସାମ୍ବାଦିକ ବଂଧୁ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି -ଶ୍ରୀଯୁକ୍ତ ଦୀଲିପ କୁମାର ମହାପାତ୍ର ଯୋଗଦେଇଥିଲେ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଲଲା କେନ୍ଦୁ ମିଶ୍ର ଯୋଗ ଦେଇଥିଲେ ଏବଂ ରାଜ ମିଡ଼ିଆ , ଲକ୍ଷ୍ମୀ ଟେଲିଭିଜନ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜକିଶୋର ମହାନ୍ତି, ସମ୍ମାନିତ ଅତିଥି ଧାମନଗର ଥାନାରେ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହନ୍ତ, ଅଭିଷେକ ରାଉତ ଓ ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ ଶ୍ରୀଯୁକ୍ତ ନବୀନ ଦାଶ, ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଜେନା, ମହମ୍ମଦ ଏଜାରୁଲ ହକ, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତି, ଶ୍ରୀଯୁକ୍ତ ରଞ୍ଜନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଓ ରାଜମିଡ଼ିଆ ଲଷ୍ମୀ ଟେଲିଭିଜନ ନେଟୱର୍କ ର ପ୍ରତିଷ୍ଠତା ଶ୍ରୀ ରାଜକୀଶ୍ୱର ମହାନ୍ତି , ଶ୍ରୀଯୁକ୍ତ ଶ୍ରୀକାନ୍ତ ବିଶ୍ବାଳ ଅନ୍ୟ ମାନଙ୍କ ମଧ୍ୟରେ ,ଯାଜ୍ଞସେନୀ ନାୟକ, ମଞ୍ଚାସୀନ ଥିଲେ ।ଏହି କଜର୍ଯ୍ୟକ୍ରମଟି କୁ ଭଦ୍ରକ ଜିଲ୍ଲା ର ରାଜ ମିଡ଼ିଆ ପ୍ରତିନିଧି ମହମ୍ମଦ ଜାବିର ବାବୁ ପରିଚାଳନା କରିଥିଲେ ।ଧାମନଗର ମାଟିର ବିର ଶହୀଦ ଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ, ସହୀଦ ଙ୍କ ପିତାଙ୍କୁ ସମ୍ମାନିତ କରିବା ସହିତ ସମାଜ ସେବୀ ଓ କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଛି ।ଶେଷରେ ପଶ୍ଚିମଓଡ଼ିଶା ହେଡ ନବୀନ ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ରଞ୍ଜନ କୁମାର ମଲିକ ଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୂଜ