Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ କେନ୍ଦ୍ର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ।
Aug 17 2021 9:44PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ ସ୍ଥିତ କେନ୍ଦ୍ର ବିଦ୍ୟାଳୟର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଚଳିତ ବର୍ଷର ବାର୍ଷିକ ଫଳାଫଳ,ଚଳିତ 2021-22 ବର୍ଷା ପାଇଁ ନାମଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା,ଅନ୍ଲାଇନ କ୍ଲାସ,କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲିଥିବା ପଦବୀ, ସ୍ମାର୍ଟ କ୍ଳାସ ଉପରେ ଉପସ୍ଥାପନା କରିଥିଲେ l ଏହା ସହିତ ବିଦ୍ୟାଳୟ ସମସ୍ୟା ବିଷୟରେ ବିଶେଷ କରି କାର୍ଯ୍ୟାଳୟ ଆବଶ୍ୟକତା ଉପକରଣ ଉପରେ ଆଲୋଚନା କରି ତାହାକୁ କିଣିବା ପାଇଁ କମିଟି ଅନୁମତି ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଚାଲିଥିବା ଭିତ୍ତି ଭୂମିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରି ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସାନିଟାଇଜର ବ୍ୟବସ୍ଥା, ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ବୈଦ୍ଧିକ ବିକାଶ ନିମନ୍ତେ ନୂତନତା ଜ୍ଞାନ ପ୍ରଦର୍ଶିତ କରିବାକୁ ଓ କଳାର ବିକାଶ ନିମନ୍ତେ ଲୁକାୟିତ ପ୍ରତିଭାକୁ ଆବିଷ୍କାର କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ବିଦ୍ୟାଳୟରେ 10ମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ସହିତ ଆଲୋଚନା କରି ଭଲ ପାଠ ପଢିବା ପାଇଁ କହିଥିଲେ l ବିଦ୍ୟାଳୟ ପରିଷରରେ ଥିବା ବିଜ୍ଞାନଗାର, କମ୍ପ୍ୟୁଟର ଲେବ୍, ଲାଙ୍ଗୁଏଜ୍ ଲେବ ଏବଂ ଖେଳ ପଡିଆ ପରିଦର୍ଶନ କରିଥିଲେ । ଏହି ପରିଚାଳନା କମିଟି ବୈଠକରେ ଉପ-ଜିଲ୍ଲାପାଳ, ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଡଃ. ଏଲ୍.ଏନ୍ ପୃଷ୍ଠୀ ପୌର ନିର୍ବାହୀ ଅଧିକାରୀ, ୱାଇ.ବି. ଅହମଦ୍, ଶିକ୍ଷା ବିଶେଷଜ୍ଞ ଶ୍ରୀ ବି. କେ.ପାଣିଗ୍ରହୀ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପାତ୍ର, ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ ଅଭିଭାବକ ଶିବ ପ୍ରସାଦ ମିଶ୍ର, ମହିଳା ଅଭିଭାବକ ଶ୍ରୀମତୀ ଭବାନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦାନ କରି ବିଦ୍ୟାଳୟର ବିଭିନ୍ନ ବିଷୟବସ୍ତୁ କୁ ନେଇ ଆଲୋଚନା କରିଥିଲେ ।