ପୁରା ଖବର ବିଷୟରେ



ରାୟଗଡ଼ ବୌଦ୍ଧିକ ଦିବ୍ୟାଙ୍ଗ ମାନଙ୍କୁ ଶିକ୍ଷଣିୟ ଉପକରଣ ବଣ୍ଟନ l

Aug 16 2021 5:55PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ : ରାୟଗଡ ଜିଲ୍ଲାରେ ଥିବା ବୌଦ୍ଧିକ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଶିକ୍ଷଣିୟ ଉପକରଣ (ଟି.ଏଲ୍‍.ଏମ୍‍) କୀଟ ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ଅଧିନସ୍ତ ଜାତୀୟ ବୌଦ୍ଧିକ ଦିବ୍ୟାଙ୍ଗ ସଶକ୍ତି କରଣ ସଂସ୍ଥାନ ସିକନ୍ଦରାବାଦ ତରଫରୁ ଶିଶୁ ମାନଙ୍କୁ ବିଭିନ୍ନ ଶିକ୍ଷଣିୟ ସାମଗ୍ରୀ ପ୍ରଦାନ କରାଯାଇଛି ଯଥା- ବହି, ଖାତା, ପେନ୍‍ସିଲ ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯାଇଛି । ଜିଲ୍ଲାର ୪୯ ଜଣ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଏଥି ନିମନ୍ତେ ଚୟନ କରାଯାଇଥିଲା ସେଥି ମଧ୍ୟରୁ ୨୮ ଜଣ ରାୟଗଡର ଏବଂ ୨୧ ଜଣ ଗୁଣୁପୁର ଅଟନ୍ତି । ରାୟଗଡର ୨୮ ଜଣ ମଧ୍ୟର ୧୭ ଜଣ ଦିବ୍ୟାଙ୍ଗ ଶିଶୁ ଏବଂ ତାଙ୍କର ଅଭିଭାବକ ମାନେ ଉପସ୍ଥିତ ରହି ଏହି ଶିକ୍ଷଣିୟ ସାମଗ୍ରୀର ଉପଯୋଗିତା ବିଷୟରେ ତାଲିମ ଗ୍ରହଣ କରିଥିଲେ । ଆସନ୍ତା କାଲି ଗୁଣପୁର ଉପଖଣ୍ଡର 21ଜଣକୁ ଏହି ଉପକରଣ ଦିଆଯିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ଅଧିକାରୀ ଭିକ୍‍ଟୋରିଆ କୁଲୁ ଏବଂ ଜାତୀୟ ବୌଦ୍ଧିକ ଦିବ୍ୟାଙ୍ଗ ସଶକ୍ତି କରଣ ସଂସ୍ଥାନ ସିକନ୍ଦରାବାଦର ପ୍ରେମକୁମାର ପରିମଳ ବେରା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।