ପୁରା ଖବର ବିଷୟରେ



ଧର୍ମାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ଧର୍ମର ଧର୍ମଗୁରୁ ମାନଙ୍କ ସହିତ ବୈଠକ

Aug 12 2021 6:41AM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) କୋଭିଡ-୧୯ ମହାମାରିର ଦ୍ୱିତୀୟ ଲହରି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ବର୍ଷ ମାର୍ଚ୍ଚ ମାସରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଯଥା- ମନ୍ଦିର, ମସଜିଦ୍, ଚର୍ଚ୍ ଭକ୍ତମାନଙ୍କ ନିମନ୍ତେ ବନ୍ଦ କରାଯାଇଥିଲା । କେବଳ ସିମିତ ପୂଜକ ମାନଙ୍କ ମଧ୍ୟରେ ବିଧିବିଧାନ କାର୍ଯ୍ୟ ସମ୍ପାଦନ କରାଯାଉଥିଲା । ବର୍ତ୍ତମାନ ପରିସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିବା ଯୋଗୁଁ କୋଭିଡ-୧୯ ନିୟମ ପାଳନ କରି ଧର୍ମାନୁଷ୍ଠାନ ଗୁଡିକ ଖୋଲା ଯିବl ଉପରେ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ବନ୍ଦ ରହିଥିବା ଧର୍ମାନୁଷ୍ଠାନର ଖୋଲିବା ନିମନ୍ତେ ବିଚାର କରୁଛନ୍ତି l ଏଥି ନିମନ୍ତେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହରେ ବିଭିନ୍ନ ଧର୍ମଗୁରୁ ମାନଙ୍କ ସହିତ ଆଲୋଚନା କରିଛନ୍ତି l ଏହି ବୈଠକରେ ମନ୍ଦିରର ସେବାୟତ, ସଦସ୍ୟ ମାନେ ଯୋଗାଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମନ୍ଦିର ,ମସଜିଦ ରେ କିପରି କୋଭିଡ ନିୟମ ପାଳନ କରି ଦର୍ଶନ କରି ପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତ ଧର୍ମଗୁରୁ ମାନଙ୍କୁ କହିଥିଲେ କୋଭିଡ-୧୯ ନିୟମ ଅନୁଯାୟୀ ପର୍ଯ୍ୟାୟ କ୍ରମ ଭକ୍ତ ମାନଙ୍କୁ ସୁଯୋଗ ଦେବା, ମାସ୍କ ବ୍ୟବହାର କରିବେ ,ସାମାଜିକ ଦୂରତା ରଖିବା ପ୍ରତି ଧ୍ୟାନ ଦେବେ l ଏହି ବୈଠକରେ ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ,ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ଉପସ୍ଥିତ ଥିଲେ l