ପୁରା ଖବର ବିଷୟରେ



ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Aug 12 2021 6:36AM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ,ଉପଖଣ୍ଡ ଚିକିତ୍ସା ଅଧିକାରୀ ଆଦି ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ l ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା କାର୍ଯ୍ୟସୂଚୀ ପରିବେଷଣ କରିଥିଲେ l ଚଳିତ ବର୍ଷ କରୋନା କଟକଣା କୁ ଦୃଷ୍ଟି ରେ ରଖି ପୂର୍ବ ବର୍ଷ ଭଳି ପାଳନ କରାଯିବ l ତା ୧୫.୦୮.୨୦୨୧ରିଖ ସକାଳ ଘ ୭:୩୦ମି ରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ କୋଭିଡ ନିୟମ ଅନୁସାରେ ପତାକା ଉତ୍ତୋଳନ କରlଯିବ l ସକାଳ ଘ ୯: ୧୫ମି ରେ ସ୍ଥାନୀୟ ମିନି ଷ୍ଟାଡିୟମରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ଓ ଅଭିଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଓଡ଼ିଶା ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ଛାତ୍ରଛାତ୍ରୀ , ଜନସାଧାରଣ କେହି ଉପସ୍ଥିତ ରହିବେ ନାହିଁ କେବଳ କରୋନା ଯୋଦ୍ଧା ହିଁ ଉପସ୍ଥିତ ରହିବେ l ପ୍ୟାରେଡ ରେ କେବଳ ଆଇ . ଆର୍. ବି ଭାମିନି ଷ୍ଟାଫ ହିଁ ଭାଗ ନେବେ l