ପୁରା ଖବର ବିଷୟରେ



ଭାରତ ଇତିହାସ ର ଫେବୃଆରି ୧୪ ଏକ କଳା ଦିବସ ପାଳନ

Feb 14 2025 8:19PM
(ସୁପ୍ରିୟାସଡଙ୍ଗିଙ୍କରିପୋର୍ଟ) ଭାରତ ଇତିହାସ ର ଫେବୃଆରି ୧୪ ଏକ କଳା ଦିବସ ପାଳନ ଅବସରରେ ଆଜି JK ଯୁବ ଗୋଷ୍ଟୀଙ୍କ ଦ୍ୱାରା JK ପୁର ଠାରୁ ୦୬ କି.ମି ସୁଦୂର ସିଲ୍ଟିଗୁଡା ଡ୍ୟାମ ପର୍ଯ୍ୟନ୍ତ ଏକସୁନ୍ଦର ମିନି ମାରାଥନ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର ଯୋଗଦେବା ସହିତ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ,P.ଗୌରୀ ,ପଲମା ସ୍କୁଲ୍ ର ଶିକ୍ଷକ ତଥା international sports man ଶ୍ରୀ ବାବୁଲା ମେଲେକା, SI ଚାନ୍ଦିଲି ଥାନା, CRPF, JK କାଗଜକଳ ପରିଚାଳନା କମିଟି, ଆଦିବାସି ସମାଜ୍ ସଭାପତି ବସନ୍ତ ପେଦେଣ୍ଟି ଓ ଅନେକ ବୁଦ୍ଧିଜୀବି ଏଵଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ..... ଏହି ମାରାଥନ୍ ରେ ଅନ୍ୟାନ୍ୟ ଜିଲ୍ଲାରୁ ଯଥା କଳାହାଣ୍ଡି, କୋରାପୁଟ, କଟକ ଜିଲ୍ଲା ର ଭୁବନେଶ୍ୱର କିସ ମହାବିଦ୍ୟାଳୟ ର ଏଥେଲେଟ ଙ୍କ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୋଭା ବଢ଼େଇଥିଲେ ,ପଲମା ସ୍କୁଲ୍ , JK ସିଂଘାଣିଆ,ଚାନ୍ଦିଲି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଏହି ମାରାଥନ ରେ ଯୋଗ ଦେଇଥିବା ବେଳେ ପଲମା ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ରେ ପୁରସ୍କୃତ ହେଇଥିଲେ.........ll ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର ପୁଲୱାମା ଠାରେ ଆକ୍ରମଣ ହେଇଥିବା ଭାରତୀୟ ସେନା ବାହିନୀଙ୍କ ଉପରେ ର ପ୍ରେରଣା ଦାୟକ ଭାଷଣ ଉପସ୍ଥିତ କରିଥଲେ ଯୁବା -ଯୁବତୀ ଙ୍କୁ ବହୁତ ଅନୁପ୍ରାଣିତ କରିଥିଲା, ଏବଂ ସହିଦ ଯବାନ ଙ୍କ ପାଈଁ 2ମିନିଟ ର ଶାନ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣେଇଥିଲେ ତା ସହ କୌଣସି ଅସୁବିଧା ଯଥା ଶିକ୍ଷା,ସ୍ଵାସ୍ତ୍ୟ କିମ୍ବା ଅନ୍ୟାନ୍ୟ ଅସୁବିଧା ରେ ମୋର ସହଯୋଗ ତୁମ୍ଭ ମାନଙ୍କ ପାଈଁ ସବୁବେଳେ ରହିବ ଏହା ପ୍ରତିଶୃତି ଦେଇଥିଲେ l ମାରାଥନ ରେ ଯୋଗ ଦେଇଥିବା ପ୍ରତିଦ୍ବନ୍ଧି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ତତ୍ ସହିତ ସମସ୍ତ କ୍ରୀଡାବିତ୍ କିଭଳି ସୁରକ୍ଷିତ ଘରେ ପହଁଞ୍ଚିବେ ସେଥିପାଇଁ ଚାନ୍ଦିଲି ପୋଲିସ ତରଫରୁ ସମସ୍ତଙ୍କୁ ସହୋଯଗ କରିଥିଲେ l ଆଜିକାର ଏହି ମାରାଥନ୍ କାର୍ଯ୍ୟକ୍ରମ ଆଗାମୀ ଯୁବପିଢ଼ି ପାଇଁ ନିଶ୍ଚିତ ଭାବେ ମାର୍ଗଦର୍ଶକ ହବ ବୋଲି ଶ୍ରୀ ପ୍ରୀତମ୍ କୁମାର୍ କହିଛନ୍ତି