ପୁରା ଖବର ବିଷୟରେ



ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତି ଅବସରରେ ଟୁଡେ ନିଉଜ୍ 24 ଓଡିଶା ଲୋକାର୍ପିତ

Aug 8 2021 9:36PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ଟୁଡେ ନିଉଜ୍ 24 ଓଡିଶାର ଲୋକାର୍ପଣ ଉତ୍ସବ ଗଜପତି କିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର , କବିଚନ୍ଦ୍ରସାହି (କଟିକା ସାହି) ଠାରେ କରୋନା ଯୋଧ୍ୟା ଭାବେ ସାନିଟାଇଜର କର୍ମୀ , ଆଶା କର୍ମୀ , ଅଙ୍ଗନବାଡି କର୍ମୀ , ଗୃହରକ୍ଷୀ , ସ୍ୱସ୍ତିକ ସ୍ୱୟଂ ସହାୟିକା ଗୋଷ୍ଠୀ , ଜୟ ଅଫ ଗିଭିଂ ଚେରିଟେବୁଲ ଟ୍ରଷ୍ଟ ,ଗଜପତି ବ୍ଲଡ଼ ଡୋନେଟ ଗ୍ରୁପ ର କର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଟୁଡେ ନିୟୁଜ 24 ଓଡିଶା ର ଦକ୍ଷିଣ ଓଡିଶା ସଂଯୋଜକ ଶ୍ରୀଯୁକ୍ତ ଡମ୍ବରୁଧର ପଲେଇ ଙ୍କ ଆୟୋଜନ କାର୍ଯ୍ୟକ୍ରମ ରେ କୋଭିଡ ନିୟମକୁ ପାଳନ କରି ଲୋକାର୍ପଣ ଉତ୍ସବରେ ବି ଏମ ଏସ ର ରାଜ୍ୟ ସମ୍ପାଦକ ତଥା ନୂତନ ଓଡିଶା ବ୍ୟୁରୋ ହେଡ ଶ୍ରୀଯୁକ୍ତ ଯୋଗେଶ୍ୱର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କେ. ନାରାୟଣ ରାଓ (ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ) ,ସମ୍ନାନୀତ ଅତିଥି ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ( ମାନ୍ୟବର ବିଧାୟକ ମୋହନା ) , ଶ୍ରୀଯୁକ୍ତ ଅଶୋକ ରାଉତ ( କାର୍ଯ୍ୟ ନିର୍ବାହୀ ଅଧିକାରୀ ,ପାରଳାଖେମୁଣ୍ଡି ପୌରପରିଷଦ ),ଶ୍ରୀଯୁକ୍ତ ହିମାଂଶୁ ପଣ୍ଡା (ମୁଖ୍ୟ ସମ୍ପାଦକ , ନୂତନ ଓଡିଶା ନିୟୁଜ ) ମାନେ ସେମାନଙ୍କର ବକ୍ତବ୍ୟରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିବା ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଟୁ ଡେ ନିୟୁଜ 24 ଓଡିଶା ର ଦକ୍ଷିଣ ଓଡିଶା ବ୍ୟୁରୋ ହେଡ ନୃସିଂହ ମୁଦୁଲି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଥିଲେ ।