ପୁରା ଖବର ବିଷୟରେ



ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନକୁ ଅନୁମତି ପାଇଁ ହିନ୍ଦୁ ଜାଗରଣ ମଞ୍ଚର ଦାବି

Aug 7 2021 6:28AM
(ଭଦ୍ରକ ରୁ ଶିବାନୀ ଶଂକର ମିଶ୍ରକଂ ରିପୋର୍ଟ) ଭଦ୍ରକ:- କରୋନା ମହାମାରୀ ପାଇଁ ସବୁଠି ଲକଡାଉନ୍ ଜାରୀ ହୋଇଥିଲା । ଏହି କ୍ରମରେ ସମସ୍ତ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନ ବନ୍ଦ ରହିବା ସହ ସାଧାରଣ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ମନା ଥିଲା । ସାଧାରଣ ହିତରେ ଜାରୀ ଏହି ଲକଡାଉନ ଓ ସରକାରୀ କଟକଣାକୁ ସମସ୍ତ ଶ୍ରଦ୍ଧାଳୁ ମାନି ଆସିଥିଲେ । କିନ୍ତୁ ଇତି ମଧ୍ୟରେ ଅଗଷ୍ଟ ମାସ ୧ ତାରିଖ ଠାରୁ ଏହି କଟକଣାକୁ ବହୁମାତ୍ରାରେ କୋହଳ କରାଯାଇଛି । ଏହାବ୍ୟତୀତ ପରିସ୍ଥିତିକୁ ଦେଖି ଆବଶ୍ୟକ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଦିଅଁ ଦର୍ଶନ ପାଇଁ ଅନୁମତି ଦେବାକୁ ବହୁ ପୂଜକଙ୍କ ସମେତ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଜିଲ୍ଲପ।।ଳଙ୍କୁ ଏକ ଦାବିପତ୍ର ଜରିଆରେ ଅନୁରୋଧ କରାଯାଇଛି । ମଞ୍ଚର ସଭାପତି ସୁବୋଧ କୁମାର ସାହୁଙ୍କ ସମେତ ବିଭାଗ ସଂଯୋଜକ ପ୍ରେମାନନ୍ଦ ବେହେରା, ନଗର ସଂଯୋଜକ ମନୋରଂଜନ ନାୟକ, ସହ ସଂଯୋଜକ ବିଜୟ କୁମାର ଜେନା, ପୂଜକ ରସିକ ଶିରୋମଣୀ ଦିକ୍ଷୀତ ଜିଲ୍ଲାପାଳଙ୍କୁ ଆଜି ସାକ୍ଷାତ କରି ଏ ସମ୍ପର୍କରେ ଅନୁରୋଧ କରିଛନ୍ତି । ଗତ ୨ବର୍ଷ ଧରି କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଛି । ଫଳରେ କୌଣସି ଶ୍ରଦ୍ଧାଳୁ ଦେବାଳୟକୁ ଆସୁ ନାହାନ୍ତି । ଶ୍ରଦ୍ଧାଳୁମାନେ ଦେବପୂଜା ସହିତ ପୂଜକମାନଙ୍କୁ ଦକ୍ଷୀଣା ଦେଇଥାନ୍ତି । ସେମାନଙ୍କ ଦାନ ଦକ୍ଷୀଣାରେ ପୂଜକମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ । ଫଳରେ ପୂଜକ ଗୋଷ୍ଠୀ ଗତ ୨ବର୍ଷ ଧରି ଆର୍ଥୀକ ଅନାଟନ ମଧ୍ୟରେ ଗତି କରୁଛନ୍ତି । ତେଣୁ ପ୍ରଶାସନ କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ଦେବ ଦର୍ଶନ ପାଇଁ ଅନୁମତି ଦେଲେ, ପୂଜକ ଶ୍ରେଣୀ ଏହା ଦ୍ୱାରା ଉପକୃତ ହୋଇ ପାରନ୍ତେ । ତେଣୁ ତୁରନ୍ତ ସମସ୍ତ ଦେବାଳୟ ଖୋଲିବାକୁ ପ୍ରଶାସନ ଅନୁମତି ଦେବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ପାଣିଗ୍ରାହୀ, ଅମରେନ୍ଦ୍ର ପଣ୍ଡା, କ୍ଷୀରୋଦ ଭଟ୍ଟାଚାର୍ଯ୍ୟ, ଶ୍ୟାମ ପ୍ରସାଦ ଶତପଥୀ, ରବିନାରୟଣ ଦାଶ, ବିଦେଶ କୁମାର ପତ୍ରୀ, ମାନଗୋବିନ୍ଦ ପାଣିଗ୍ରାହୀ, ମଦନ ବାରିକ ପ୍ରମୁଖ ଉପସ୍ତିତ ଥିଲେ ।