ପୁରା ଖବର ବିଷୟରେ



ଆବାସ ଯୋଜନାରେ ବଞ୍ଚିତ କୁଟିଗାଁ ଗ୍ରାମବାସୀ ।

Aug 7 2021 6:24AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ଵର ଦାସଙ୍କ ରିପୋର୍ଟ) ସ୍ୱାଧୀନତାର ସାତ ଦଶନ୍ଧି ବିତିଗଲାଣି ତଥାପି ଲୋକଙ୍କୁ ମିଳୁନି ସେମାନଙ୍କର ମୌଳିକ ଅଧିକାର ଆଜି ଆମେ ଆପଣଙ୍କୁ ଏଭଳି ଏକ ଗାଁ ବିଷୟରେ କହୁଛୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତରେ ରହିଛି ଏହି କୁଟିଗାଁ । ନ୍ୟୁଜ ସଦାସର୍ବଦା ସଠିକ ଏବଂ ନିର୍ଭୁଲ ଖବର ଲୋକଙ୍କୁ ଦେଇ ଦେଇ ଅସୁଥିବାରୁ ଲୋକେ ଆମ ପ୍ରତିନିଧିଙ୍କୁ ଯୋଗାଯୋଗ କରିଥିବାରୁ ସାଙ୍ଗେ ସାଙ୍ଗେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଖବର ସଂଗ୍ରହ କରିଥିଲେ । ଏହି ଗ୍ରାମରେ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର 100 ପରିବାରୁ 300ରୁ ଉର୍ଦ୍ଧ୍ବ ଲୋକ ଏହି ଗ୍ରାମରେ ବସବାସ କରୁଛନ୍ତି । ଗ୍ରାମବସୀଙ୍କ ପାଇଁ ସରକାରୀ ଯୋଜନା କହିଲେ ରାସ୍ତା ଖଣ୍ଡିକ ଏବଂ ବିଜୁଳି ବ୍ୟବସ୍ଥା ଛାଡ଼ି ଦେଲେ ଆଉକିଛି ଶୁଭିଧା ପହଞ୍ଚି ପାରୁନଥିବା ଗ୍ରାମବସୀ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ବଞ୍ଚିତ ହୋଇପାରିବେ ନାହିଁ ବୋଲି ଡିମଡିମ ପିଟୁଥିବା ବେଳେ ଏହେଉଛି ତାହାର ଏକ ବାସ୍ତବ ଚିତ୍ର । ଗାଁ ର ଚିତ୍ର ଦେଖିଲେ ବୁଝିବାକୁ କଷ୍ଟ ହେବନି ଏଠି ମଣିଷ କେମିତି କାଟାଉଛି ଅଭିଶପ୍ତ ଜୀବନ । ଆମେ କିଛି କହୁନାହିଁ ଦର୍ଶକ ବୃନ୍ଦ ଗାଁ ଦୃଶ୍ୟର ବୟାନହିଁ ବଖାଣୁଛି। ପରିତାପର ବିଷୟ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ମାନେ ମଧ୍ୟ ଅନ୍ତର୍ଭୁକ୍ତ ତାଲିକରେ ବାଦ ପଡଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାର ଗରିବ ଲୋକମାନଙ୍କ ପାଇଁ ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ମୋ କୁଡ଼ିଆ, ଯୋଜନା କାହାପାଇଁ । ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତଦନ୍ତ କରାଯାଇ ନିତାନ୍ତ ଭାବେ ବର୍ଷା, ଖରା,ଏବଂ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।