ପୁରା ଖବର ବିଷୟରେ



କଣିହାଁ ଏମ୍ ସି ଏଲ ର ଦବଙ୍ଗଗିରି।

Aug 5 2021 11:01PM
(ଅନୁଗୋଳ ରୁ ବିଜୟ କୁମାର ବେହେରା ଙ୍କ ରିପୋର୍ଟ ) ଜରଡା ଗ୍ରାମବାସୀଙ୍କ ଜୀବନ ସହ କମ୍ପାନୀ ଏବଂ ପ୍ରଶାସନର ସାଂଘାତିକ୍ ଖେଳ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ। ଏମ୍ ସି ଏଲ୍ ଥିବା ବେଳେ ଏଠି ଜରଡା ଜମି ହରା ପ୍ରଜାଙ୍କ ସହିତ ଏମ୍ ସି ଏଲ ଓ କମ୍ପାନୀ ଚଳାଇଛନ୍ତି ମନମୁଖୀ ଶାସନ, ଯାହା ଫଳରେ ପ୍ରଶାସନ ଏମ୍ ସି ଏଲ ଓ କମ୍ପାନୀ ଙ୍କୁ ସହଯୋଗ କରୁଥିବା ବେଳେ ଲୋକଙ୍କୁ ତାଙ୍କ ହକ ମିଳୁ ନାହିଁ।ଆଜିକୁ ଦଶ ବର୍ଷ ହେବ ଜରଡା ଗ୍ରାମବାସୀ ମାନଙ୍କ ପାଇଁ କ ଣ କରିଛି ଏମ୍ ସି ଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ପାଇଁ ଜମି ବ୍ୟବସ୍ଥା, ନା ଜଳ ବ୍ୟବସ୍ଥା, ନା ଶିକ୍ଷା ବ୍ୟବସ୍ଥା,ନା ପାରିପାର୍ଶ୍ବିକ ବ୍ୟବସ୍ଥା କରିଛି କ ଣ? ପ୍ରଶ୍ନ ଉଠୁଛି ଜରଡା ଗ୍ରାମବାସୀ ଙ୍କୁ ଏମ୍ ସି ଏଲ ୮୦ମିଟର ମାଟି ଖୋଳିବା କୁ କହି ଦ୍ୱିତୀୟ ଥର ୧୫୦ମିଟର କହି ବାରମ୍ବାର ଜୋରଜବରଦସ୍ତ ମାଟି ଖୋଳା କାର୍ଯ୍ୟ କରିଚାଲିଛି ଏହା କ ଣଏମ୍ ସି ଏଲ୍ ଦବଙ୍ଗିରି ନୁହେଁ କି? ଜରଡା ଗ୍ରାମ ନିକଟରୁ ୩୦୦ମିଟର କୋଇଲା ଖଣି ପ୍ରଯୋନ୍ତ ଦୂରତା ରଖିବା ପାଇଁ ଗ୍ରାମବାସୀ ଉପ ଜିଲ୍ଲାପାଳଙ୍କୁ ଲିଖିତ ମାଧ୍ୟମରେ ଜଣାଇଛନ୍ତି। କିନ୍ତୁ ତାହା ଏମ୍ ସି ଏଲ୍ କତ୍ତୃପକ୍ଷ ମାନୁନାହାନ୍ତି।ଏଠି ପ୍ରଶ୍ନ ଉଠୁଛି କ ଣ ପ୍ରଶାସନର ଏମ୍ ସି ଏଲ୍ ସହିତ କିଛି ମଧୁଚନ୍ଦ୍ରିକା ଅଛି କି? ସେଥିପାଇଁ ଜରଡା ଗ୍ରାମର ସଭାପତି ଙ୍କ ନେତୃତ୍ୱରେ ଗ୍ରାମବାସୀ ଏକ ହୋଇ ଏମ୍ ସି ଏଲ୍ କାର୍ଯ୍ୟ କୁ ବନ୍ଦ କରିଥିଲେ।।ଏମ୍ ସି ଏଲ୍ ଜମି ଅଧିଗ୍ରହଣ କଲାପରେ ସମସ୍ତଙ୍କୁ ଚାକିରୀ ଦେଇଥିଲେ ମଧ୍ୟ କିଛି ଜମି ହରା ପ୍ରଜା ଚାକିରୀ କରି ନଥିବା ବେଳେ ତିନି ବର୍ଷ ହେବ ଏମ୍ ସି ଏଲ୍ ଜରଡା ବାସୀଙ୍କୁ ଠକି ଚାଲିଛି ଓ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜମି ଯୋଗାଇ ଦିଆଯିବ ବୋଲି କହୁଥିଲେ ହେ ତାହା ଆଜି ପ୍ରଯୋନ୍ତ ଜମି ଯୋଗାଇ ଦିଆଗଲା ନାହିଁ। ସେହିପରି ଅପରପକ୍ଷରେ ଏମ୍ ସି ଏଲ୍ ଇଂଗ୍ରେଜ୍ ଶାସନ କଲା ଭଳି ଜରଡା ଗ୍ରାମବାସୀଙ୍କ ଉପରେ ଜୁଲୁମୁ କରି ଚାଲିଛି।ଯଦି ଜରଡା ଗ୍ରାମବାସୀଙ୍କ ହକ ନ ମିଳେ ତାହା ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ଜାରି ରହିବ ବୋଲି ତାହା ଗ୍ରାମବାସୀ ଏମ୍ ସି ଏଲ୍ କୁ ଚେତାବନୀ ଦେଇଛନ୍ତି।