ପୁରା ଖବର ବିଷୟରେ



ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ମୁଖପାତ୍ର ଓ ଜିଲ୍ଲା ପ୍ରବକ୍ତାଙ୍କ ନାମ ଘୋଷଣା

Aug 5 2021 6:01PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡ଼ିଶା ପ୍ରଦେଶର ମୁଖପାତ୍ର ଓ ବିଭିନ୍ନ ଜିଲ୍ଲାର ପ୍ରବକ୍ତାଙ୍କ ନାମ ଘୋଷଣା କରାଯାଇଛି । ନୂଆପଡ଼ା ଜିଲ୍ଲାର ପରିଚିତ ଚେହେରା ତଥା ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ଯଦୁମଣି ପାଣଗ୍ରାହୀ, ଭୁବନେଶ୍ଵରର ଦିଲ୍ଲିପ ସ୍ୱାଇଁ, ଜ୍ଞାନଞଳି ପରିଡ଼ା ଏବଂ ବାଲେଶ୍ଵର ଜିଲ୍ଲାର ମିହିର ପାଣି ମୁଖପାତ୍ର ଭାବରେ ମନୋନୀତ ହୋଇଥିବା ବେଳେ ରାଜ୍ୟ ପ୍ରବକ୍ତା ଭାବରେ ଭୁବନେଶ୍ଵରର ସରୋଜ ସାହୁ ଓ ସିପ୍ରା ହୀରା, ବ୍ରହ୍ମପୁରରୁ ସୂର୍ଯ୍ୟନାରାୟଣ ଦାଶ ,, ରାୟଗଡ଼ାରୁ ଯୋଗେଶ ଦାସ ,ରାଉରକେଲାରୁ ନୃସିଂହ ଚରଣ ଜେନା,ସମ୍ବଲପୁରରୁ ମିଲନ ମହାରଣା ,ଅନୁଗୁଳରୁ ଅନିରୁଦ୍ଧ ଦାସ ଓ ଜଗନ୍ନାଥ ଗଡ ନାୟକ ସିଂ ଏବଂ କଟକରୁ ବିଶିଷ୍ଟ ଶ୍ରମିକ ନେତା ବସନ୍ତ କୁମାର ସାହୁଙ୍କୁ ମନୋନୀତ କରାଯାଇଥିବା ସଂଗଠନର ରାଜ୍ୟ ସଭାପତି ବିପିନ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣେଇଛନ୍ତି । ପ୍ରବକ୍ତା ମାନେ ମୁଖ୍ୟତଃ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଉତ୍ପନ୍ନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବେ । ଦାରିଦ୍ର୍ୟତା, ଦରଦାମ, ପ୍ରଦୂଷଣ, ଅପରାଧ ବୃଦ୍ଧି, ଶିକ୍ଷାର ଅଧୋଗତି,କୁପୋଷଣ, ବେରାଜଗାରୀ, ବେକାରୀ ସମସ୍ୟା, ବିଛିନ୍ନତାବାଦ ଓ ଉଗ୍ରବାଦ, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ପାନୀୟ ଜଳର ଅଭାବ ଓ ଦୂଷିତ ଜଳବାୟୁ , ପ୍ରାକୃତିକ ସମ୍ପଦର ଅଭାବ, ଜନହିତକାରି ସରକାରୀ ଯୋଜନା ରୂପାୟନରେ ବିଫଳତା, ଆର୍ଥିକ ସ୍ଥିତିର ଦୂରାବସ୍ଥା, ଚାଷ ଓ ଜଙ୍ଗଲ ଜମିର ଅବକ୍ଷୟ, ହିନ୍ଦୁ ସଂସ୍କୃତି ଓ ସନାତନ ଧର୍ମ ପ୍ରତି ବିପଦ ଆଦି ସମ୍ପର୍କରେ ଅବଗତ କରିବେ ।