ପୁରା ଖବର ବିଷୟରେ



ରାୟଗଡ଼ା ବିଦ୍ୟାଳୟଗୁଡିକର ରୂପାନ୍ତରୀଣ କାର୍ଯ୍ୟକ୍ରମ ଅନୁଧ୍ୟାନ କଲେ ଜିଲ୍ଲାପାଳ

Aug 3 2021 5:33PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ଵର ଦାସଙ୍କ ରିପୋର୍ଟ) ରାୟଗଡା:- ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ସାତଟି ଉଚ୍ଚ ବିଦ୍ୟାଳୟକୁ ୫ ଟି ଅଧୀନରେ ରୂପନ୍ତରୀଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଜିଲ୍ଲାର କେତୋଟି ପ୍ରମୁଖ ବିଦ୍ୟାଳୟ ଗୁଡିକ ଚୟନ କରି ତାହାର ନବୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି l ଆଜି ପ୍ରଥମରେ ସ୍ଥାନୀୟ ରାୟଗଡ ସହରର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ,ପୌରନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ ରାୟଗଡ ବ୍ଲକ ଅନ୍ତର୍ଗତ କୁମୁତୁଲପେଟାରେ ପ୍ରତିଷ୍ଠିତ ଉଗ୍ରତାର ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଏଠାରେ ରାୟଗଡ଼ ବିଡ଼ିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ କଲ୍ୟାଣସିଂପୁର ବ୍ଲକର ଶିକାରପାଇ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ସରକାରଙ୍କ ୫ ଟି ବିଭାଗ ଅଧୀନରେ ଉନ୍ନତିକରଣ ନିମନ୍ତେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିଦ୍ୟାଳୟ କର୍ତ୍ତ୍ତୃପକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଦ୍ୟାଳୟର ପୂର୍ବତନ ଛାତ୍ରମାନଙ୍କୁ, ସରପଞ୍ଚ, ବିଦ୍ୟାଳୟ ସଭାପତି ସହିତ ଆଲୋଚନା କରିଥିଲେ l ବିଶେଷ କରି ବିଜ୍ଞାନ ଗାର,ପାଠାଗାର, ଶ୍ରେଣୀ ଗୃହ,ପିଇବା ପାଣିର ବ୍ୟବସ୍ତା, ସାନିଟାଈଜର ବ୍ୟବସ୍ଥା, ବିଦ୍ୟୁତ, ଖେଳପଡ଼ିଆ, କିଚେନ ବଗିଚା, ବିଦ୍ୟାଳୟର ପରିସ୍କାର ପରିଛନ୍ନତା, ଛାତ୍ର ଛାତ୍ରୀମାନଙ୍କ ବସିବା ବ୍ୟବସ୍ଥା ଉପରେ ବୁଲିଦେଖିଥିଲେ l ବିଦ୍ୟାଳୟ ମାନଙ୍କରେ ନୂତନ ଭାବେ ସ୍ମାର୍ଟ କ୍ଲାସ କେଉଁଠି ହେବ, ଇ -ପାଠାଗାର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଶିକ୍ଷଣୀୟ ବ୍ୟବସ୍ଥା ଯେଉଁଠି କରାଯିବ ସେନେଇ ଆଲୋଚନା କରିଥିଲେ l ଏହି କୋଠରୀ ମାନଙ୍କରେ କିକି ପ୍ରକାର ବ୍ୟବସ୍ଥା କରାଯିବ ସେନେଇ ମଧ୍ୟ ଆଲୋଚନା କରିଥିଲେ l ନୂତନ ଜ୍ଞାନ କୌଶଳରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦନ କରାଯିବା ନିମନ୍ତେ ବିଶେଷ ଭାବରେ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ସମସ୍ତ ନିର୍ମାଣ କାର୍ଯ୍ୟ ଆସନ୍ତା ଅକ୍ଟୋବର ସୁଦ୍ଧା ସାରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l କଲ୍ୟାଣସିଂପୁର ବ୍ଲକ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚଦ୍ର ବରିହା, ବିଡ଼ିଓ, କାଳୁଚରଣ ନାଏକ, ତହସିଲଦାର ଦେବାଶିଷ କର,ବିଦ୍ୟାଳୟ ପରଚଳନା କମିଟିର ସଭାପତି, ସଦସ୍ୟବୃନ୍ଧ, ସରପଞ୍ଚ, ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ l