ପୁରା ଖବର ବିଷୟରେ



ରାୟଗଡ଼ ନଗର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ପୈାର ପରିଷଦ ଅଧିକାରୀଙ୍କୁ ଦାବି ପ୍ରଦାନ

Jul 27 2021 2:06PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ଆଜି ଭାରତୀୟ ଜନତା ପାର୍ଟି ରାୟଗଡ଼ା ନଗର ତରଫରୁ ରାୟଗଡ଼ା ପୌର ପରିଷଦରେ ରହୁଥିବା ଜନତା ଙ୍କ ପ୍ରତିନିଧିତ୍ବ କରି ରାୟଗଡ଼ା ପୌରପରିଷରେ ସଫେଇ କାର୍ଯ୍ୟପାଇଁ ୩୦/- ଟଙ୍କା ଆଦାୟ କରାଯାଉଛି ତାହା ଦେବା ପାଇଁ ନଗର ଜନତା ପ୍ରସ୍ତୁତ ଅଛନ୍ତି, କିନ୍ତୁ ରାୟଗଡା ପୌରପରିଷ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯେତେ ଦିନ ପର୍ଯ୍ୟନ୍ତ ନିମ୍ନ ପ୍ରଶ୍ନର ଉତ୍ତର ପ୍ରଦାନ ନ କରିବେ, ୮ କୋଟି ଟଙ୍କାର ଦୁର୍ନୀତି ହିସାବ, ଶୋପିଙ୍ଗ କମ୍ପ୍ଲେକ୍ସ ଅନିୟମିତତା ହିସାବ, ହାଉସ ହୋଲଡ ଟିକସର ହିସାବ, ସ୍ୱଚ୍ଛ ଭାରତ ମିଶନ(ସହର) ପାଇଁ ଆସିବା ଅନୁଦାନର ହିସାବ, ରାୟଗଡ଼ା ପୌରପରିଷର ଉନ୍ନତି ନିମନ୍ତେ ବିଭିନ୍ନ ବେସରକାରୀ କାରଖାନା ମାନଙ୍କଠୁ ଆସୁଥିବା ଅନୁଦାନର ହିସାବ ଆଦି ଅଭିଯୋଗର ତଥ୍ୟଗୁଡିକ ଗୋଟିଏ ଭିନ୍ନ ଢ଼ଙ୍ଗରେ , ଯାହା ପୋଷ୍ଟ କାର୍ଡ ମାଧ୍ୟମରେ ପଚରା ଯାଇଛି । ଭାଜପା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ କହିବାନୁଯାୟୀ ଉପରକ୍ତ ତଥ୍ୟର ସଠିକ ହିସାବ ରାୟଗଡ଼ା ଜନତାଙ୍କୁ ନ ଦିଆଯିବ ତା ହେଲେ ଆଗାମୀ ଦିନରେ ନଗର ଭାଜପା ତରଫରୁ ଜୋରଦାର ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନଗର ଭାଜପା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ସମେତ ଅଜୟ କୁମାର ଚୁଲେଟ , ମଞ୍ଜୁଳା ମିନିୟକା , ଝରଣା ମହାନ୍ତି ବିଦ୍ୟା ସାଗର, ଜଗଦୀଶ ସୁନାରୀ, ରାଜେଶ ପାଣିଗ୍ରାହୀ, ସନ୍ତୋଷ ସାହୁ , ପେଦିନା ମୁରଲୀ, ଆଶିଷ ସିନହା ଏବଂ ଜିଲ୍ଲାରୁ ବିଦ୍ୟା ଭୂଷଣ ପଣ୍ଡା , ଟି. ନାଗାରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।