ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ରାପଡା ମହିଳା କନେଷ୍ଟବଳଙ୍କୁ ଗିରଫ ଦାବିରେ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର ପ୍ରଦାନ

Jul 24 2021 3:00PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା : ରାଜ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ସାମ୍ବାଦିକମାନଙ୍କୁ ଅହେତୁକ ଆକ୍ରମଣ କରାଯାଉଛି ଯାହାର ସତ୍ୟା ସତ୍ୟ ଘଟଣା ପୁରୀ ଜିଲ୍ଲା ଗୋପ ଓ କେନ୍ଦ୍ରାପଡ଼ା ରେ ଦେଖିବାକୁ ମିଳିଛି ନିକଟରେ କେନ୍ଦ୍ରାପଡ଼ା ଅରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଜେପିର ଗଣ ଧାରଣା ଚାଲିଥିବା ସମୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ନେଇ ସାମ୍ବାଦିକ ଭିମସେନ ସେଠି ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ କରିଥିଲେ ଏହାକୁ ନେଇ ଜୁଲାଇ 21 ତାରିଖ ଅପରାହ୍ନ ରେ ମହିଳା କନେଷ୍ଟବଳ ପିନୁ ନାୟକ ସାମ୍ବାଦିକ ଭିମସେନ ସେଠି ଙ୍କୁ ଅରକ୍ଷୀଅଧକ୍ଷ ଙ୍କ କାର୍ଯ୍ୟାଳୟ ପରିସରରେ ଉପରିସ୍ଥ ଅଧିକାରୀଙ୍କ ସମ୍ମୁଖରେ ରାସ୍ତା ଉପରେ ଜାତିଆଣ ଆକ୍ଷେପ କରିବା ସହିତ ମାଡ଼ମାରିଥିଲେ ଘଟଣାକୁ 4 ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ଉକ୍ତ ସମ୍ବନ୍ଧୀୟ ଘଟଣା କୁ ରାୟଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ଏହି ଉପଲକ୍ଷେ ଆଜି ରାୟଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ସୁରେଶ ଦାସ ଙ୍କ ନେତୃତ୍ୱରେ ସଂଘ ର ଉପସଭାପତି ଆଇ ସର୍ବେଶ୍ୱର ରାଓ,ସମ୍ପାଦକ ରାଜେଶ କୁମାର ମହାନ୍ତି, ପରିଚାଳନା ସମ୍ପାଦକ ପରମାନନ୍ଦ ପ୍ରଧାନ, ସହ ସମ୍ପାଦକ ସନ୍ତୋଷ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୟରେ ଏକ ଦାବି ପତ୍ର ଜିଲ୍ଲା ଅରକ୍ଷୀ ଅଧକ୍ଷ୍ୟକ ଶ୍ରୀ ବିବେକାନନ୍ଦ ଶର୍ମା ଙ୍କୁ ପ୍ରଦାନ କରାଯାଇଛି ଦାବି ମୁତାବକ ଯଥାଶୀଘ୍ର ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲଗୁ, ଉପରୋକ୍ତ ଘଟଣାରେ ତଦନ୍ତ କରାଯାଇ ମହିଳା କନେଷ୍ଟବଳ ପିନୁ ନାୟକଙ୍କୁ ଗିରଫ କରାଯିବା ସହିତ କାର୍ଯ୍ୟରୁ ନୀଳମ୍ବନ କରାଯାଉ, ତତ ସହିତ ପୁରୀ ଜିଲ୍ଲା ଗୋପ ଥାନାଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ଏଡାଇ ଦେବା ସହ ସରକାରଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସୁସମ୍ପର୍କ ବଜାୟ ରଖିବାକୁ ଦାବି କରାଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ବରିଷ୍ଠ ସାମ୍ବାଦିକ ରଶ୍ମିରଂଜନ ଦୋରା ଙ୍କ ସହ ସଭ୍ୟ ଗଣେଶ କୁମାର ସାହୁ, ପ୍ରଶନ୍ନ କୁମାର ପଣ୍ଡା ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ