ପୁରା ଖବର ବିଷୟରେ



ରାୟଗଡ଼ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳନ

Jul 23 2021 5:51PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ର ସ୍ଥାନୀୟ ଠକ୍ ର ବାପା ଆଶ୍ରମ ଠାରେ କରୋନା ସମୟରେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଛି । ଫଟୋ ଚିତ୍ର ରେ ଦ୍ଵିପ ପ୍ରଜ୍ବଳନ କରି ଶ୍ରମିକ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶ୍ରମିକ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସାଧାରଣ ସଂପାଦକ ଶ୍ରୀ ସାନ୍ତୁନୁ କୁମାର ମହାପାତ୍ର , ରାଯ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ , ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ର ସଭାପତି ଶ୍ରୀ ଅରୁଣ କୁମାର ଲେଙ୍କା ଯୋଗ ଦେଇ ନିଜ ବକ୍ତବ୍ୟରେ ସ୍ଵାଧୀନତା ପ୍ରାପ୍ତି ପରେ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ବିଚାର ଧାରା ରଖୁଥିବା ଅନେକ ଗୁଡ଼ିକ ସଂଘଠନ ସୃଷ୍ଟି ହୋଇଥିଲା । କିନ୍ତୁ ରାଜନୈତିକ ବିଚାରା ଧାରା ଠାରୁ ଦୂରେଇ ରହି ଶ୍ରମିକ ମାନଙ୍କ ହିତ ପାଇଁଁ ଭାରତୀୟ ବିଚାର କୁ ରଖି ଏକ ଅଣ ରାଜନୈତିକ ଶ୍ରମିକ ସଂଗଠନ ଏବଂ ଭାରତୀୟ ବିଚାର ରେ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ନେଇ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ତାଙ୍କ ସହ ରହି ଆଜି ପ୍ରଥମ ସ୍ଥାନ ଅଧିକାର କରିଛି ଭାରତୀୟ ମଜଦୂର ସଂଘ ବୋଲି ପ୍ରକାଶ କରିଥିଲେ । ବର୍ତମାନ କୋଭିଡ ସମୟରେ ଯେଉଁ ଭଳି ଭାବେ ଅଙ୍ଗନବାଡ଼ି କର୍ମୀ , ଆଶା କର୍ମୀ , ଆଶା ସାଥୀ , ସ୍ବାବଲମ୍ବୀ କାରିଗର , ଏବଂ ପଟିକା ଭଉଣୀ ମାନଙ୍କୁ ପ୍ରଶାସନିକ କ୍ଷେତ୍ରରେ ଯେପରି ହଇରାଣ ହରକତ କରାଯାଇଛି ତାକୁ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ରାଜ୍ୟ ସଂପାଦକ ଶ୍ରୀ ଦାସ୍ ଦାବି କରିଥିଲେ । ଅନୁଷ୍ଠିତ କାର୍ଯ୍ୟ କ୍ରମରେ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ , ଜେ କେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୂର ସଂଘର , ସ୍ୱାବଲମ୍ବୀ କାରିଗର ସଂଘ , ବିଶ୍ଵକର୍ମା ମଜଦୁର ସଂଘ , କୃଷି ଗ୍ରାମିଣ ମଜଦୂର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଇମ୍ଫା ଶ୍ରମିକ ସଂଘ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଭାରତୀୟ ମଜଦୂର ସଂଘର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଶ୍ରୀ ମହନ ରାଓ ମାଝୀ , ଉଷାରାଣୀ ଦାସ , ଆନନ୍ଦ ରାଉଳ , ଘାସିରାମ ଜୟ ସିଂ , ନେହା ସିଂ, ଏ ତିରୁପତି ରାଓ , ପ୍ରଦୀପ କୁମାର ମିଶ୍ର , ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପଂଜିକୃତ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ କୋଭିଡ ସମୟରେ ନିଜ ପରିବାର କୁ ଛାଡି ଜନସାଧାରଣଙ୍କ ସେବାରେ କାର୍ଯ୍ୟରତ ଡାକ୍ତର ସୁଖ୍ୟାତି ମହାପାତ୍ର , ଡାକ୍ତର ପି ସୁବୁଦ୍ଧି,ସହ ସ୍ଵାସ୍ଥ୍ୟ କର୍ମୀ , ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ , ଆଶା ସାଥୀ, ସ୍ଵେଚ୍ଛାସେବୀ , ପୋଲିସ କର୍ମଚାରୀ , ଶିଶୁ ବିକାଶ ଯୋଜନା ଅଧିକାରୀ ମାନଙ୍କୁ ନେଇ ପ୍ରାୟ ୧୨୦ ଜଣଙ୍କୁ କରୋନା ଯୋଦ୍ଧା ଭାବେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା