ପୁରା ଖବର ବିଷୟରେ



ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ

Jul 16 2021 3:38PM
(ରାୟଗଡା ରୁ ଷନ୍ତୋସ ପଟ୍ଟନାୟକ ଙ୍କ ରିପୋର୍ଟ) ରାୟଗଡ଼ା : ଯେଉଁ ଦେଶରେ ଜନସଂଖ୍ୟାର ସଠିକ ସନ୍ତୁଳନ ଅଛି ସେହି ଦେଶ ଗୁଡିକରେ ସ୍ୱାସ୍ଥ୍ୟ ,ଶିକ୍ଷା ,ନିଯୁକ୍ତି , ସୁଷମ ଖାଦ୍ୟ ,ଗମନାଗମନର ସୁବ୍ୟବସ୍ଥା ଥିବାବେଳେ ପର୍ଯ୍ୟାବରଣ ଓ ପରିବେଶ ବେଶ ଉତ୍ତମ ଅଛି ଏବଂ ବିଜ୍ଞାନ କ୍ଷେତ୍ରରେ ଆଗୁଆ ଅଛନ୍ତି । ଏହା ବ୍ୟତୀତ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ସ୍ବଳ୍ପ ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକ ଅତ୍ୟନ୍ତ ନିୟନ୍ତ୍ରିତ ଓ ଶୃଙ୍ଖଳିତ ଅବସ୍ଥାରେ ରହିଛନ୍ତି ।ସ୍ୱାଧୀନତା ପାଇବା ସମୟରେ ମାତ୍ର ଛତିଶ କୋଟି ଜନସଂଖ୍ୟା ଥିବା ଦେଶ ଭାରତ ବର୍ତ୍ତମାନ 140 କୋଟିରୁ ଅଧିକ ଜନସଂଖ୍ୟାକୁ ବୃଦ୍ଧି ହେଲାଣି । ପ୍ରତ୍ୟେକ ମିନିଟରେ 51 ଜଣରୁ ଅଧିକ ନବଜାତ ଶିଶୁଙ୍କୁ ଜନ୍ମ ଦେଉଥିବା ଭାରତ ବର୍ତ୍ତମାନ ଏକ ଭୟଙ୍କର ଜନ ବିସ୍ଫୋରଣ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ।ଭାରତରେ ମାତ୍ର 2.4 ପ୍ରତିଶତ ସ୍ଥଳ ଭାଗ ଥିବାବେଳେ ପ୍ରତ୍ୟେକ ବର୍ଗ କିଲୋମିଟରରେ ପୃଥିବୀର ସର୍ବାଧିକ 411ଜଣ ଲୋକ ରହିଛନ୍ତି । ଚୀନର କ୍ଷେତ୍ରଫଳ ଆମ ଦେଶର ତିନି ଗୁଣା ଅଧିକ ହୋଇଥିବାବେଳେ ସେଠାରେ ପ୍ରତି ବର୍ଗ କିଲୋମିଟରରେ ମାତ୍ର 153 ଜଣ ଲୋକ ରହୁଛନ୍ତି । ସେହିଭଳି ପୃଥିବୀର ବିଭିନ୍ନ ଦେଶର ଜନବସତି ପରିସଂଖ୍ୟନ ବର୍ଗ କିମି ଅନୁସାରେ ଆମେରିକା 37.71ଜଣ, ରୁଷିଆର ମାତ୍ର 9 ଜଣ ,କାନାଡ଼ାରେ 3.92 ଜଣ, ଅଷ୍ଟ୍ରେଲିଆରେ 3.3ଜଣ ,ଜର୍ମାନୀରେ,234 ଜଣ , ବ୍ରିଟେନରେ 275 , ଓ ପାକିସ୍ଥାନରେ ମାତ୍ର 275 ଜଣ ଲୋକ ପ୍ରତି ବର୍ଗ କିଲୋମିଟର ରହୁଛନ୍ତି । ବେକାରୀ ସମସ୍ୟାରେ ମଧ୍ୟ ଭାରତ ସର୍ବୋଚ୍ଚ ସ୍ଥାନରେ ଅଛି । ସମଗ୍ର ପୃଥିବୀରେ ମାତ୍ର 5.7 ପ୍ରତିଶତ ବେକାରୀ ଥିବା ବେଳେ ଚୀନରେ ମାତ୍ର 5.3ପ୍ରତିଶତ , ଅଷ୍ଟ୍ରେଲିଆରେ5.7ପ୍ରତିଶତ ,ଆମେରିକାରେ 18 ,ପାକିସ୍ଥାନରେ 4.4ପ୍ରତିଶତ ଇଂଲଣ୍ଡର 2.9 ଓ ଜର୍ମାନୀର ମାତ୍ର 4.4ପ୍ରତିଶତ ବେକାରୀ ଥିବା ବେଳେ ଭାରତରେ ରେକର୍ଡ ସଂଖ୍ୟକ 23ପ୍ରତିଶତ ବେକାରୀ ଅଛନ୍ତି । ଅସନ୍ତୁଳିତ ଜନ ବିସ୍ଫୋରଣ ଯୋଗୁଁ ସ୍ଵାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି । ତା'ର କାରଣ ହେଉଛି ଆମ ଅପେକ୍ଷା ପାଞ୍ଚ ଗୁଣା ବୃହତ୍ତମ କ୍ଷେତ୍ର ବିଶିଷ୍ଟ ଦେଶ ଆମେରିକାର ଜନସଂଖ୍ୟା ମାତ୍ର 48 କୋଟି ହୋଇ ଥିବାସ୍ଥଳେ ଭାରତର ଜନସଂଖ୍ୟା 140 କୋଟି । ଏତେ ବଡ଼ ଜନସଂଖ୍ୟାକୁ ସ୍ଵାସ୍ଥ୍ୟ ଓ ଶିକ୍ଷା ସମେତ ଆନାନ୍ୟ ସରକାରୀ ଜନ ମଙ୍ଗଳକାରୀ ଯୋଜନା ଯୋଗାଇବା ଯେକୌଣସି ସରକାର ପକ୍ଷରେ ସମ୍ପୂର୍ଣ ଅସମ୍ଭବ। ଏହାର ଜୀବନ୍ତ ଉଦାହରଣ (COVID19)ରେ ସରକାରଙ୍କ ସବୁପ୍ରକାର ଉଦ୍ୟମ ବିଫଳ।ତେଣୁ ଅସନ୍ତୁଲିତ ଜନସଂଖ୍ୟା କେବଳ ଆମ ଦେଶର ଭବିଷ୍ୟତ ପାଇଁ ଉଦବେଗ ଜନକ ତାହା ନୁହେଁ ଆମ ଭାରତୀୟ ସଂସ୍କୃତି ,ଅସ୍ମିତା ତଥା ଇତିହାସ ଏବଂ ଗୌରବମୟ ପରମ୍ପରା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି।ଭାରତ ବର୍ଷରେ ଯାବତୀୟ ସମସ୍ୟା , ପାନୀୟ ଜଳଠୁ ଆରମ୍ଭ କରି ବେକାରୀ ସମସ୍ୟା ପର୍ଯ୍ୟନ୍ତ , ପର୍ଯ୍ୟାବରଣ ଓ ପରିବେଶ କ୍ଷତି ଠାରୁ ଆରମ୍ଭ କରି ବେକାରୀ ସମସ୍ୟା ପର୍ଯ୍ୟନ୍ତ ଏବଂ ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ସବୁର ମୂଳ କାରଣ ହେଉଛି ଭାରତରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି । ଏହି ସବୁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ବର୍ଦ୍ଧିତ ଜନସଂଖ୍ୟା ଉପରେ ସମ୍ପୂର୍ଣ ଅଙ୍କୁଶ ଲଗାଇବା । ଚୀନ ଭଳି ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣି ପ୍ରଥମେ ଦେଶର ଜନସଂଖ୍ୟାକୁ ସନ୍ତୁଳିତ କରିବା।ଜାତି, ସମ୍ପ୍ରଦାୟ,ବର୍ଣ୍ଣ ନିର୍ବିଶେଷରେ ସବୁ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ବାଧ୍ୟତା ମୂଳକ କରିବା ଏବଂ ଆଇନ ଅବଜ୍ଞା କରି ତୃତୀୟ ସନ୍ତାନ ଜନ୍ମଦାତା ଦମ୍ପନ୍ତିମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରିବା ଏବଂ ଉଭୟ ଜେଲ ଓ ଆର୍ଥିକ ଦଣ୍ଡ ବିଧାନ ଦାବି କରି ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାୟଗଡା ଜିଲ୍ଲ ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଦାବି ପତ୍ର ପ୍ରଦାନ ସମୟରେ କେ କେ ଜେନା , ଖଗେଶ୍ବର ସିଂ , ଦୁର୍ଗା ମାଧବ ଘୋଷ , ମହନ ରାଓ ମାଝୀ , ପ୍ରଳୟ ସାହୁ , କସ୍ତୁରୀ ନାୟକ , ଆନନ୍ଦ ରାଉଳ , ଏମ ରାମ ବାବୁ , ରବି ଗୈ।ଡ ଉପସ୍ଥିତ ରହି କରୋଣା ରେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ଦାବି ପତ୍ର ପ୍ରଦାନ କରିଛନ୍ତି