ପୁରା ଖବର ବିଷୟରେ



ରାୟଗଡ଼ା ରେ କୋଭିଡ ନିୟମ ପାଳନ କରି ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ l "ଜିଲ୍ଲାରେ ୬୬ ଟି ମାମଲା ଫଇସଲା କରି ଜରିମାନା ବାବଦରେ ଟଙ୍କା ୬୯,୬୮,୮୮୫ /- ଆଦାୟ କରାଯାଇଛି "

Jul 11 2021 7:25AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ରେ ଆଜି କୋଭିଡ ନିୟମକୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ରାୟଗଡ ତତ୍ୱାବଧାନରେ ରାୟଗଡ ସିଭିଲ କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣପୁର, ଵିଷମକଟକ, କାଶୀପୁରରେ ଦୀର୍ଘ ଦିନଧରି ପଡିରହିଥିବା 66ଟି ମାମଲାର ଫୋଇସଲା ହୋଇ ଜରିମାନା ବାବଦକୁ ଟଙ୍କା ୬୯,୬୮,୮୮୫/- ( ଅଣସ୍ତରି ଲକ୍ଷ ଅଡସଠି ହଜାର ଆଠ ସହ ପଞ୍ଚାଅଶୀ ) ଟଙ୍କା ଆଦାୟ ହୋଇଛ l ଏହି ଲୋକ ଅଦାଲତ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧକ୍ଷ ତଥା ଜିଲ୍ଲା ଦୌରା଼ ଜର୍ଚ୍ଚ ଶ୍ରୀ ମଳୟ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ଥାୟୀ ଲୋକ ଅଦାଲତର ଅଧକ୍ଷ ହିମାଂଶୁ ଶେଖର ବ୍ରହ୍ମା, ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ, ରେଜିଷ୍ଟ୍ରର ଶ୍ରୀମତୀ ପ୍ରତିମା ପାତ୍ର, ବରିଷ୍ଠ ଦଣ୍ଡlଧିକାରୀ ମନୋରଞ୍ଜନ ଦାସ, ବରିଷ୍ଠ ଦିୱା୍ନୀ ବିଚାରପତି ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ମହିଳା କୋର୍ଟର ବିଚାରପତି ଶ୍ରୀମତୀ ସୋନାଲ ଶର୍ମା,ଅନୁ ବିଭାଗୀୟ ଦଣ୍ଡlଧୀକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ନ୍ୟାୟଧିକାରୀ ଗ୍ରାମ୍ୟ ନି୍ୟାଳୟ ଶ୍ରୀମତୀ ସୁବାସିନୀ ବେହେରା,ପ୍ରଥମ ଶ୍ରେଣୀ ଦଣ୍ଡଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ, ଶ୍ରୀ ଗୁରିଚରଣ ଜେନlମଣୀ ପ୍ରମୁଖ ଯୋଗଦେଇଥିଲେ l ରାଜ୍ୟ ସରକାରଙ୍କର କୋଭିଡ ଗାଇଡ ଲାଇନ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷାକରି ଲୋକମାନେ ଏହି ଲୋକଦାଲତରେ ଅଂଶଗ୍ରହଣ କରିଥିଲେ l