ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲାରୁ ଉପକୃତ ହେବେ ୧,୩୩,୫୪୭ ଜଣ ଶ୍ରମିକ ଅଣକୁଶଳୀ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅତିରିକ୍ତ ୫୦ ଟଙ୍କା କୋଭିଡ୍ ସହାୟତା ପ୍ରଦାନ

Jul 11 2021 7:23AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ମହାମାରୀ କରୋନା ସମୟରେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇ ତା ବାବଦକୁ ସରକାରଙ୍କ ନିର୍ଦ୍ଧାରିତ ଧାର୍ଯ୍ୟ ହିସାବରେ ମଜୁରୀ ପ୍ରଦାନ କରାଯାଉଥିଲା । ଗତ ୨୦୨୧ ଏପ୍ରିଲ ୧ତାରିଖରୁ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ତିନିମାସ ପାଇଁ ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଅଣକୁଶଳୀ ଶ୍ରମିକମାନଙ୍କୁ କୋଭିଡ୍ ସହାୟତାରେ ଅତିରିକ୍ତ ୫୦ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ଭିଡିଓ କନଫ୍ରେରନ୍ସ ମାଧ୍ୟମରେ ପ୍ରଦାନ କରିଛନ୍ତି । ଫଳରେ ବହୁ ମନରେଗା ଅଣକୁଶଳୀ ଶ୍ରମିକମାନେ ଏହି ଅତିରିକ୍ତ ସହାୟତା ରାଶି ପାଇପାରିବେ । ଏହି କ୍ରମରେ ରାୟଗଡ ଜିଲ୍ଳାର ୧ଲକ୍ଷ ୩୩ହଜାର ୫୪୭ଜଣ ଅଣକୁଶଳୀ ଶ୍ରମିକମାନେ ସିଧାସଳଖ ଉପକୃତ ହେବେ ବୋଲି ଜଣାପଡିଛି । ଜିଲ୍ଳାରେ ଉକ୍ତ ତିନି ମାସରେ ଅଣକୁଶଳୀ ଶ୍ରମିକମାନେ ୨୪୬୯୦୭୨ଶ୍ରମ ଦିବସ ସୃଷ୍ଟି କରିଥିବା ଜଣାପଡିଛି । ସେମାନଙ୍କୁ ଆସନ୍ତା ଦଶ ଦିନ ମଧ୍ୟରେ ୧୨କୋଟି ୩୪ଲକ୍ଷ ୫୩ହଜାର ୬୦୦ଟଙ୍କା ପ୍ରଦାନ କରାଯିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ଜିଲ୍ଳାର ୩୬,୬୦୩ଜଣ ଅଣକୁଶଳୀ ଶ୍ରମିକଙ୍କୁ ୩ କୋଟି ୩୭ଲକ୍ଷ,୨୦ହଜାର ୧୫୦ଟଙ୍କା ଆଜିର ଭିଡିଓ କନଫ୍ରେରନ୍ସ ମାଧ୍ୟମରେ ସିଧାସଳଖ ଅଣକୁଶଳୀ ଶ୍ରମିକମାନଙ୍କ ବ୍ୟାଙ୍କ୍ ଖାତାକୁ ଜମା କରାଯାଇଛି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫ୍ରେରନ୍ସ ମାଧ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର,ପିଡି-ଡିଆରଡିଏ ମହେଶ୍ୱର ନାୟକଙ୍କ ସମେତ ଅନ୍ୟ ଅଧିକାରୀ ଓ ମନରେଗା ଅଣକୁଶଳୀ ଶ୍ରମିକମାନେ ଉପସ୍ଥିତ ରହିଥିଲେ ।