ପୁରା ଖବର ବିଷୟରେ



ଏ ସ୍ ଆଇ ଙ୍କ ବଦଳି

Jul 9 2021 4:44PM
(ବାଲେଶ୍ୱର ଜିଲ୍ଲା ସୋର ରୁ ପ୍ରଭାକର ବେହେରା ଙ୍କ ରିପୋର୍ଟ )ସୋର ରେ ଗତ ଚାରି ତାରିଖ ବିଳମ୍ବିତ ରାତିରେ ସୋର କଲେଜ ଛକ ମିଲ କ୍ୟାମ୍ପସ ରେ ରହୁଥିବା ଜଣେ ବରିଷ୍ଠ ଓକିଲ ଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ମାଡମାରିବା ସହିତ ଦୁର୍ବ୍ୟବହାର କରିଥିବା ଘଟଣା ରେ ସୋର ଓକିଲ ସଂଘ ତରଫରୁ ବିରୋଧ କରାଯାଇ ସୋର ଥାନାରେ ଏକ ଅଭିଯୋଗ କରାଯିବl ସହିତ ଏସ୍ ପି ଙ୍କ ନିକଟରେ ଫେରାଦ ହୋଇଥିଲେ l ଏ ସମ୍ପର୍କ ରେ ହୃଦବୋଧ ହୋଇ ଗତକାଲି ବାଲେଶ୍ୱେର ଏସ ପି ଶୁଭ୍ରାଂଶୁ ଶେଖର ମିଶ୍ର ଗତକାଲି ଏହାର ତଦନ୍ତ ପାଇଁ ଏସ୍ ଡି ପି ଓ ଶ୍ରୀ ହର୍ଷ ମିଶ୍ର ଙ୍କୁ ନିର୍ଦେଶ ଦେବା ସହିତ ସୋର ଥାନା ଏସ୍ ଆଇ ଚନ୍ଦ୍ରଶେଖର ମହାନ୍ତି ଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି l ଆଜି ଏସ୍ ଡି ପି ଓ ଶ୍ରୀ ମିଶ୍ର ସୋର ଥାନାରେ ପହଂଚି ଆଇ ଆଇ ସି ମଧୁମିତା ମହାନ୍ତି ଙ୍କ ସହିତ ଓକିଲ ସଂଘ ର କର୍ମ କର୍ତ୍ତା ଙ୍କ ଉପସ୍ଥିତ ରେ ଘଟଣା ସମ୍ପର୍କ ରେ ତଦନ୍ତ ଆରମ୍ଭ କରିଛନ୍ତି l