ପୁରା ଖବର ବିଷୟରେ



ରାୟଗଡ଼ା ଭାରତୀୟ ମଜଦୁର ସଂଘ ର ଚେତାବନୀ ସମସ୍ୟା ର ସମାଧାନ ନ ହେଲେ କାର୍ଯ୍ୟ ବନ୍ଦ ସହ ରାଜ ରାସ୍ତା କୁ ଓହ୍ଲାଇବ

Jul 7 2021 5:03PM
(ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ସ୍ବାବଲମ୍ବୀ କାରିଗର ସଂଘ ର ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ସ୍ଵବଲମ୍ବୀ କରିଗର ସଂଘ ର ଜିଲ୍ଲା ସଭାପତି ରାମକୃଷ୍ଣ ପଣ୍ଡୁ ଏବଂ ଉପସଭାପତି ବନଂସିଧର କଣ୍ଡାଗରି ଙ୍କ ନେତୃତ୍ବରେ କୋବିଡ ର ସମସ୍ତ ନିୟମକୁ ପାଳନ କରି ବିଷମକଟକ ପୂର୍ତ୍ତ ଡ଼ାକବଙ୍ଗଳାରେ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାର ୧୧ଟି ବ୍ଳକରୁ ଶତାଧିକ ସ୍ବାବଲମ୍ବୀ କାରିଗର ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନିୟ ଅତିଥି ଭାବେ ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ , ଜିଲ୍ଲା ଉପସଭାପତି ଶ୍ରୀ ମହନ ରାଓ ମାଝୀ , ଆନନ୍ଦ ରାଉଳ ଯୋଗ ଦେଇ ସ୍ଵବଲମ୍ବୀ କରିଗର ସଂଘ ର ୬ ଦଫା ଦାବିନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ଦାବି ମଧ୍ୟରେ ସ୍ବାବଲମ୍ବୀ କାରିଗର ମାନଙ୍କୁ କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲାଗାଇ କାର୍ଯ୍ୟ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା, ସ୍ବାବଲମ୍ବୀ କାରିଗର ମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ଦେବା , କରୋନା ଯୋଦ୍ଧା ଭାବେ ଘୋଷଣା କରିବା , ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ କୋବିଡ ସମୟରେ ପ୍ରୋତ୍ସାହନ ରାଶି ଯୋଗାଇ ଦେବାପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ସ୍ବାବଲମ୍ବୀ କାରିଗରମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ସ୍ବାବଲମ୍ବୀ କାରିଗର ସଂଘ ର ଜିଲ୍ଲା ସମ୍ଫାଦକ ଶ୍ରୀ ସୀମାଞ୍ଚଳ ମିଶ୍ର ବିଷମକଟକ ବ୍ଳକ ସମ୍ଫାଦକ ଅନିରୁଦ୍ଧ ସଦା ଓ ସୁଧାକର ବେହେରା ସମେତ ସଂଘର ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।