ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ସହରାଞ୍ଚଳ ବିକାଶ ନିମନ୍ତେ ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ l

Jul 6 2021 5:51AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରତିବାଦ୍ଧତା ଅନୁଯାୟୀ ରାୟଗଡ ଜିଲ୍ଲାର ତିନୋଟି ପୌରାଞ୍ଚଳ ଯଥା ରାୟଗଡ, ଗୁଣପୁର ଓ ଗୁଡାରି ପୌରାଞ୍ଚଳର ନାଗରିକ ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଭିତିଭୂମି ସୃଷ୍ଟି କରିବା ଯଥା ମୁକ୍ତ ଆକାଶ ଜିମାନସିଅମ, ଯୋଗୀଙ୍ଗ ଟ୍ରlକ, ଖେଳପଡିଆ,ବିମାନ ଘାଟି ସଦୃଶ ପରିସ୍ରାଗାର ଓ ଜଳ ଉତ୍ସ ବ୍ୟବସ୍ତା କରିବା ନିମନ୍ତେ ପ୍ରସ୍ତାବିତ କାର୍ଯ୍ୟକ୍ରମ କୁ କାର୍ଯ୍ୟକରିବା ନିମନ୍ତେ ଆଜି ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷତାରେ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ସମସ୍ତ ନିର୍ବାହୀ ଅଧକାରୀ,ଡୁଡାର ଟିମ ଲିଡର ଓ ପୌର କର୍ମଚାରୀ ମାନେ ଉପସ୍ଥିତରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ମୁଖ୍ୟ ଯୋଜନା ଗୁଡିକ ଯଥା ଉନ୍ନତି, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା , ସହରାରଞ୍ଚ ସଚ୍ଛଭାରତ ମିଶନ, ବସ୍ତି ଉନ୍ନତିକରଣ, ମୁଖ୍ୟମନ୍ତ୍ରୀ କରମାତତ୍ପତରତl ଓ ଦିନଦୟାଲ ଜାତୀୟ ଜୀବିକା ମିଶନ ତା ସହିତ ସହରାଞ୍ଚଳ ଭିତ୍ତିଭୂମି ସୃଷ୍ଟି ଓ କାର୍ଯ୍ୟକାରୀ ଉପରେ ଆଲୋଚନା କରିଥିଲେ l ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଧର୍ଯ୍ୟ ଲକ୍ଷ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ 31ତାରିଖ ସୁଦ୍ଧା ସମ୍ପୂର୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l