Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ା ଜିଲ୍ଲା ଏସୟୁଜେ ଶାଖା ପକ୍ଷରୁ ଜବରଗୁଡା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Jul 6 2021 5:42AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାଜ୍ୟ ସାମ୍ବଦିକ ୟୁନିୟନ, ଓଡିଶା(ଏସୟୁଜେ(ଓ)ରାୟଗଡା ଜିଲ୍ଲା ଶାଖା ଏବଂ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଗୁଣପୁର ରେଞ୍ଜ, ରାୟଗଡା ବନଖଣ୍ଡ ମିଳିତ ଆନୁକୂଲ୍ୟରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ଅର୍ନ୍ତଗତ ଜବରଗୁଡା,ସେବା ସମାଜ ପରିସରରେ ଆଜି ୭୨ ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନମହୋତ୍ସବ କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଶାନ୍ତିଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରିବା ସହ ବୃକ୍ଷର ଉପକାରିତା ଓ ଆବଶ୍ୟକତା ଉପରେ ସମସ୍ତେ ଗୂରୁତ୍ୱ ଦେବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ସମ୍ମାନ୍ନୀତ ଅତିଥି ଭାବେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ବୃକ୍ଷରୋପଣକୁ ଆହୁରି ସାମୁହିକ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରି ଜିଲ୍ଲାକୁ ଏକ ସବୁଜ ପରିବେଶ ବଳୟରେ ସୃଷ୍ଟି କରିବା ଓ ଚାରା ରୋପଣ ପରେ ତାହାର ଯତ୍ନ ନେବା ହିଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ସଫଳତା ବୋଲି ଜାଣି ପାରିବା ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବ୍ଳକ ଅଧ୍ୟକ୍ଷ ରମାକାନ୍ତ ମାଝି,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ, ତହସିଲଦାର ନୀଳମାଧବ ମାଝି ,ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ବିଷ୍ଣୁପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ୧୦୦ଟି ଚାରା ରୋପଣ କରି ଏସୟୁଜେ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେହିପରି ସଂଘ ସଭାପତି ଶିବ ନାରାୟଣ ଗଉଡ,ଉପସଭାପତି ସହଦେବ ସାହୁ,ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ,ସାଂଗଠନିକ ସଂପାଦକ ଦୁର୍ଗା ପ୍ରସାଦ ପାଢୀଙ୍କ ସମେତ ପଦ୍ମପୁର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ପଣ୍ଡା,ଇନ୍ଦ୍ରଜିତ ପଣ୍ଡା,ରବିନ୍ଦ୍ରନାଥ ମହାପାତ୍ର ଏବଂ ଗୁଣପୁର ବନାଞ୍ଚଳ ଅଧିକାରୀ ରଞ୍ଜନ ମହାନ୍ତି ସମେତ ବନପାଳ ପିକେ ଜେନା, ବନରକ୍ଷୀ ସନ୍ତୋସି ବାଗ, ଲକ୍ଷ୍ମୀ ଦାଶ ପାଇଟାଳ, କେ ସି ଶବର, , ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।