ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ଅଗ୍ନିଶମ କେନ୍ଦ୍ର ପରିସରରେ ୭୨ ତମ ବନମହୋତ୍ସବ ପାଳନ

Jul 5 2021 5:56PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଅଗ୍ନିଶମ ବିଭାଗ ଏବଂ ରାୟଗଡ଼ା ବନ ବିଭାଗ ର ମିଳିତ ଆନୁକୁଲ୍ୟରେ ୭୨ ତମ ବନମହୋତ୍ସବ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ କୋବିଡ ର ସମସ୍ତ ନିୟମକୁ ମାନି ବନମହୋତ୍ସବ ପାଳନ କରାଯାଇଛି। ଉକ୍ତ ବନମହୋତ୍ସବ ରେ ବିଭିନ୍ନ କିସମର ଚାରା ଯଥା ଅଁଳା , ବୈ।ଳ , ଚମ୍ପା , ଜାମୁ , ବାହାଡା , ପଣସ , କରଞ୍ଜ , ଅର୍ଜୁନ ଇତ୍ୟାଦି ୫୦ ଗୋଟି ଚାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅଗ୍ନିଶମ ବିଭାଗ ର ଉପ ଅଗ୍ନିଶମ ଅଧିକାରୀ ଶ୍ରୀ ଶାଗରାମ ହାଁସଦା ଯୋଗ ଦେଇ ଚାରା ରୋପଣ କରିବା ସହ ଆମ ସମସ୍ତଙ୍କ ର ସୁରକ୍ଷା ପାଇଁ ନିଜ ନିଜ ବାଡି ବଗିଚା ରେ ଗଛ ଲଗାଇବା ସହ ପରିବେଶ ପ୍ରତି ବୃକ୍ଷ ର ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରି ଅନୁରୋଧ କରିଥିଲେ ‌। ରାୟଗଡ଼ା ବନାଅଞ୍ଚଳ ଅଧିକାରୀ ଶ୍ରୀ ଅଶୋକ କୁମାର ପ୍ରଧାନଙ୍କ ଦ୍ଵାରା ଆୟୋଜିତ ବନମତ୍ସବରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ସହ ବନ ବିଭାଗ ର ରାୟଗଡ଼ା ବନପାଳ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ , ଗୁମ୍ମା ବନାଞ୍ଚଳ ର ବନପାଳ ଶ୍ରୀ ଡମ୍ବରୁଧର ନାୟକ , ବନରଖି ଗୈାରୀ ଶଙ୍କର ସାହୁ , ରବି ଚନ୍ଦ୍ର ପାତ୍ର , ସନ୍ତୋଷ ପାଣିଗ୍ରାହୀଙ୍କ ସହ ରାୟଗଡ଼ା ବନାଞ୍ଚଳ ର ଅଧିକାରୀ ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ