ପୁରା ଖବର ବିଷୟରେ



ରାୟଗଡ଼ା ନାଗାବଳୀ ଲାୟନ୍ସ କ୍ଳବର ନୂତନ କର୍ମକର୍ତ୍ତା ଚୟନ

Jul 2 2021 8:07PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ନାଗାବଳୀ ଲାୟନ୍ସ କ୍ଳବର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ କରୋନାର ସମସ୍ତ ନିୟମକୁ ପାଳନ କରି ନାଗାବଳୀ ଲାୟନ୍ସ କ୍ଳବର ୨୦୨୧ - ୨୦୨୨ ବର୍ଷ ପାଇଁ ସଭାପତି ଭାବେ ଦ୍ଵିତୀୟ ଥର ପାଇଁ ଡଃ ପ୍ରସନ୍ନ କୁମାର ଗନ୍ତାୟତଙ୍କୁ ମନୋନୀତ ହୋଇଥିଲେ ସେହିପରି ଲାୟନ୍ସ କ୍ରୀଷ୍ଣା ପ୍ରିୟା ସାହାଣୀ ଏବଂ ଲାୟନ୍ସ ଅଜିତ୍ କୁମାର ପାଣିଗ୍ରାହୀ ଉପସଭାପତି ଭାବେ , ଲାୟନ୍ସ ରବିନାରାୟଣ ସତପଥି ସଂପାଦକ ଓ ଲାୟନ୍ସ ଡଃ ଚଞ୍ଚଳ ଜୈନ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ନାଗାବଳୀ ଲାୟନ୍ସ କ୍ଳବର ର ଚାର୍ଟର ସଭାପତି ଲାୟନ୍ସ ଡଃ ଦୁଷ୍ମନ୍ତ କୁମାର ମହାନ୍ତି , ଲାୟନ୍ସ ବ୍ରଜ ସୁନ୍ଦର ନାୟକ , ଲାୟନ୍ସ ରାଜେଶ କୁମାର ପାଢ଼ୀ। , ଲାୟନ୍ସ ରୁବୀ ରାଣୀ କୁଣ୍ଡୁ , ବିଦାୟୀ ସଭାନେତ୍ରୀ ଲାୟନ୍ସ ଅର୍ଚ୍ଚନା ପଟ୍ଟନାୟକ , ଲାୟନ୍ସ ଶୁଶାନ୍ତ କୁମାର ନାଏକ , ଏବଂ ଅନ୍ୟ ସଭ୍ୟମାନେ ଶୁଭେଚ୍ଛା ଓ ଗ୍ୟାପନ କରିଛନ୍ତି। ନବନିର୍ବାଚିତ ସଭାପତି ଲାୟନ୍ସ ଡଃ ପ୍ରସନ୍ନ କୁମାର ଗନ୍ତାୟତ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏକ ବାର୍ତ୍ତା ରେ ଲାୟନ୍ସ କ୍ଳବର ନୂତନ ଡିଷ୍ଟ୍ରୀକଟି ଗଭର୍ଣ୍ଣର ଲାୟନ୍ସ ଇଞ୍ଜିନିୟର ପୂର୍ଣ୍ଣ ଚନ୍ଦ୍ର ପାଢି ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ