ପୁରା ଖବର ବିଷୟରେ



ବଂଶଧାରା ଟ୍ରିବୁନ୍ଯୁଲ ରାୟ ଓଡିଶା ବିପକ୍ଷରେ ଯିବା ପରେ ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଙ୍କ ନେତୃତ୍ୱରେ ଆଜି କ୍ଷତିଗ୍ରସ୍ତ ଅଞ୍ଚଳକୁ ରାଜ୍ଯ ବିଜେପିର ଉଚ୍ଚସ୍ତରୀୟ କମିଟିର କ୍ଷେତ୍ର ପରିଦର୍ଶନ

Jul 2 2021 7:04PM
(ଗଜପତିରୁ ଡମ୍ବୁରୁଧର ପଲେଇ କଂ ରିପୋର୍ଟ ) ବିଜେପି ରାଜ୍ଯ ଉପସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ପାରଳା ଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସାମିଲ ଥିଲେ, ଗଜପତି ଓ ରାୟଗଡା ଅଞ୍ଚଳର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ ପ୍ରତିନିଧି ଦଳ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ସାରା ଗାଁ ରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ ବିଜେପି ର ଏହି ଟିମ୍, ଅନ୍ୟ ମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ଚି. ଏଚ୍ ସୀମାଦ୍ରି, ପୁର୍ବତନ ନଗରପାଳ ତଥା ବରିଷ୍ଟ ବିଜେପି ନେତା ନୃସିଂହ ଚରଣ ପଟନାୟକ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ପିନିଣ୍ଟି କ୍ରାନ୍ତି, ପିନିଣ୍ଟି କିରଣ, ମହିଳା ନେତ୍ରୀ ପି. ଲତା, କୃଷକମୋର୍ଚ୍ଚାଜିଲ୍ଲା ସଭାପତି ପ୍ରଶାନ୍ତ ପାଳ ଓ କାଶୀନଗର ତଥା ଗୁଣୁପୁର ର ବରିଷ୍ଟ ବିଜେପି ନେତା ମାନେ ଉପସ୍ଥିତ ରହି ସାରା, ବାଦି ଗାଁ , ପାଲସିଂ ଇତ୍ୟାଦି ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ଆଗମୀ ଦିନରେ ସେମାନଙ୍କ ସମସ୍ୟା ରାଜ୍ୟସ୍ତରର ନେତୃତ୍ଵ ଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେପି ଟିମ୍ କହିଛନ୍ତି, ଗଜପତି ଜିଲ୍ଲା କାଶୀନଗର ବଂଶଧାରା ନଦୀର ଉପକୂଳ ଗାଁ ବୁଲିବା ପରେ ବିଜେପି ର ଏହି ଟିମ୍ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଭିମୁଖେ ଗସ୍ତ କରିଥିଲେ।