ପୁରା ଖବର ବିଷୟରେ



72ତମ ବନ ମହୋତ୍ସବ ପାଳିତ ।

Jul 2 2021 6:38PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ଗୁଣପୁର ଉପଖଣ୍ଡସ୍ଥ ରାମନଗୁଡା ବ୍ଲକ ଅନ୍ତର୍ଗତ ରୋବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରୋବାଡି ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରର ମାନ୍ୟବର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦେଇଥ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଗୁଣପୁର ବନ ଖଣ୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ରହି ବିଦ୍ୟାଳୟ ପରିସର ଓ ଚିକିତ୍ସାଲୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ବନଖଣ୍ଡ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମହାନ୍ତି, ବାଙ୍କିଲି ପଞ୍ଚାୟତ ସରପଞ୍ଚ ଶ୍ରୀ ବିଶି କେଶନ କଣ୍ଡଗୋରୀ ଓ ବନ ପାଳ ଶ୍ରୀ ଭଗବାନ ସାରକା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ମେଡିକାଲ କର୍ମଚାରୀ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।