ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ୫ ଦଫା ଦାବି ନେଇ ମହାମହିମ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ

Jul 1 2021 5:07PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ମହାମହିମ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ରାୟଗଡ଼ା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂପାଦକ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ବରେ କରୋନାରେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ଏକ ପ୍ରତିନିଧି ଦଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ଚଳିତ ରବି ଋତୁରେ ଓଡ଼ିଶାର ଚାଷୀଙ୍କ ଠାରୁ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା, ମିଲରସମାନଙ୍କ ମଜିରେ ମଣ୍ଡିରୁ ଧାନ ଉଠିବା, ଚାଷୀଙ୍କ ପ୍ରତି କୁଇଣ୍ଟାଲ ଧାନରୁ ମିଲରସମାନେ ୮/୧୦ କେଜି ଧାନ କଟନିଛଟନି କରିବା , ବସ୍ତା , ସୁତୁଳି , ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କେନ୍ଦ୍ର ସରକାର ଦେଉଥିବା ବେଳେ ଏହା ଚାଷୀଙ୍କୁ ନଦେଇ ଏହି ଅର୍ଥ ମଧ୍ୟ ମିଲରସମାନେ ହଡ଼ପ କରିବା ଭଲି ଅଭିଯୋଗ ଅଛି । ପୂର୍ବରୁ ଜିଲ୍ଲା ସ୍ତରରେ ଥିବା ପ୍ୟାଡି ପ୍ରୋକ୍ୟୋରମେଣ୍ଟ କମିଟିକୁ ଅଚଳ କରି ଦେଇ ଏବେ ରାଜ୍ୟ ସରକାର ଧାନ କିଣା ବିକା ସିଧାସଳଖ ଭୁବନେଶ୍ୱରରୁ ଚାଷୀଙ୍କୁ ଟୋକନ ଦେଇ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ଫଳରେ ଜିଲ୍ଲାର ଚାଷୀମାନଙ୍କ ସମସ୍ୟାଙ୍କୁ ଦେଖିଲେ ସମାଧାନ କରିବା ପରିବର୍ତ୍ତେ ଜିଲ୍ଲାପାଳମାନେ ହାତ ଟେକି ଦେଉଛନ୍ତି । ଖରିଫ୍ ଋତୁରେ ଏବଂ ଏବେ ରବି ଋତୁରେ ଓଡ଼ିଶାର ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକେନ ଲାଫସ ହୋଇଥିବା ଯୋଗୁଁ ଚାଷୀ ଧାନ ମଣ୍ଡିରେ ବିକ୍ରି କରି ନପାରି ଖୋଲା ବଜାରରେ ୧୦୦୦ / ୧୨୦୦ ଟଙ୍କା କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଟୋକେନ ବ୍ୟବସ୍ଥା ଚାଷୀଙ୍କ ଧାନ ବିକ୍ରି ପାଇଁ ନା ଚାଷୀ ଧାନ କିପରି ବିକ୍ରି କରିପାରିବ ନାହିଁ ତାର ବ୍ୟବସ୍ଥା, ସରକାର ଏହା ସ୍ପଷ୍ଟ କରନ୍ତୁ ବୋଲି ଜିଲ୍ଲା ସଂପାଦକ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଦଳ ଓଡ଼ିଶା ଗସ୍ତରେ ଆସ ୪ ଟି ମଣ୍ଡିର ସରଜମିନ୍ ତଦନ୍ତ କରିବା ସହ ରାଜ୍ୟର ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଏହି ରିପୋର୍ଟକୁ ସମୀକ୍ଷା କରିଛନ୍ତି କି ? ଯଦି କରିଛନ୍ତି ତାହା ସର୍ବସାଧାରଣରେ ପ୍ରକାଶ କରନ୍ତୁ । ଭାରତୀୟ ଜନତା ପାର୍ଟି ଲଗାତାର କୃଷକମାନଙ୍କ ସମସ୍ୟାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ପାଇଁ ଆନ୍ଦୋଳନ ଜରିଆରେ ଦାବୀ କରି ଆସୁଛି । ଗତ ତା _ ୨୫_୦୬_୨୦୨୧ରଖି ଦିନ ବିଜେପି କୃଷକ ମୋର୍ଚ୍ଚା ସହ ୫ଜଣ ବିଧାୟକ ଖାଦ୍ୟା ଯୋଗାଣ ବିଭାଗ କର୍ପୋରେସନ ଏମ୍.ଡି ଭୁବନେଶ୍ୱର ଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ଏମ୍.ଡି ମହୋଦୟ ଧାରଣା ସ୍ଥଳକୁ ଆସି ଜୁନ୍ ୩୦ ତାରିଖ ଭିତରେ ରାଜ୍ୟ ସରକାର ଟୋକନ୍ ଦେଇଥିବା ସମସ୍ତ ଚାଷୀଙ୍କୁ ଧାନ ଉଠାଇବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ,ମଣ୍ଡିରୁ ଧାନ ଉଠାଇବାରେ ସରକାର ଏପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନେଇନାହାନ୍ତି ବରଂ ବାଧକ ହେଉଛନ୍ତି । ସରକାରଙ୍କ ଜିଦ୍ ଯୋଗୁଁ ଏମ୍.ଡି ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ଏବେ ଚୁପ୍ ବସିଛନ୍ତି । ତେଣୁ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ଅନୁଯାୟୀ ୧ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଆନ୍ଦୋଳନ ପରେ ଆଜି ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏ ଦାବୀପତ୍ର ପ୍ରଦାନ କରିଛନ୍ତି ଦାବି ପତ୍ର ପ୍ରଦାନ ସମୟରେ ଭାରତୀୟ ଜନତା ପାର୍ଟି ର ନଗର ସଭାପତି ଶ୍ୟାମ କୁମାର ଦାଶ , କାର୍ଯ୍ୟକର୍ତ୍ତା ବିଦ୍ୟା ଭୁଷଣ ପଣ୍ଡା , ବିଭିଷଣ ପାଣି , ମୋର୍ଚ୍ଚା ସଭାପତି ସଂପାଦକ ସହ ସମସ୍ତ ଜିଲ୍ଲା ପଦାଧିକାରୀ ଯୋଗ ଦେଇଥିଲେ