ପୁରା ଖବର ବିଷୟରେ



ସାମ୍ବାଦିକ ଆକ୍ରମଣ କାରି ଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Jun 30 2021 5:26PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା : ଦୁର୍ନୀତି, ଲାଞ୍ଚ ଖୋର ଓ ଅତ୍ୟଚାର ବିରୁଧରେ ସ୍ୱର ଉଠାଉଥିବା ଓ ଲୋକଙ୍କ ସମସ୍ୟା କୁ ଲୋକ ଲୋଚନକୁ ଆଣୁଥିବା ଗଣ ତନ୍ତ୍ରର ଚତୁର୍ଥ ସ୍ତମ୍ବ ଦେଶ ତଥା ରାଜ୍ୟ ର କୋଣ ଅନୁକୋଣରେ ସର୍ବଦା ଆକ୍ରୋଶ ରେ ସ୍ୱୀକାର ହୋଇଆସୁଛି ସମାଜ ର ହିତ ପାଇଁ କାର୍ଯ୍ୟ ରତ ସାମ୍ବାଦିକ ଭାଇ ମାନଙ୍କୁ ସରକାର ନ୍ୟାୟ ଦେବା ତ ଦୂରର କଥା ବରଂ ସେହି ଆକ୍ରମଣ କାରି ଙ୍କୁ ସୁରକ୍ଷା ଦେବା ଭଳି କାର୍ଯ୍ୟ ରାଜ୍ୟ ର ପ୍ରଶାସନିକ ଅଧିକାରୀ ମାନେ ସର୍ବଦା କରୁଥିବାର ନଜର ଆସୁଛି ଯାହାର ଉଦାହରଣ ନିକଟରେ ନୟାଗଡ଼ ଜିଲ୍ଲା ରେ ସାମ୍ବାଦିକ ଙ୍କୁ ହୋଇଥିବା ଆକ୍ରମଣ ରୁ ସ୍ପଷ୍ଟ ଅନୁମେୟ ଏହି ଆକ୍ରମଣ କୁ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ ଶାଖା ପକ୍ଷରୁ ଦୃଢ ନିନ୍ଦା କରିବା ସହିତ ଆକ୍ରମଣ କାରି ଙ୍କୁ ତୁରନ୍ତ ଗିରଫ ଦାବି କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ସୂଚନା ରୁ ପ୍ରକାଶ କି ଗତ 18 ତାରିଖ ଦିନ ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ରେ କାର୍ଯ୍ୟରତ ଏସ ଆଇ ଧନଞ୍ଜୟ ପାତ୍ର ଚୋରା ମଦ କରବାର ସମ୍ବନ୍ଧୀୟ ଦୁର୍ନୀତି କରିଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ଏଥି ସହ ଏକ ସରକାରୀ ମଦ ଦୋକାନରୁ ୧୨୧ ଲିଟର ମଦ ଜବତ ସମ୍ବନ୍ଧରେ କେତକ ଗଣମାଧ୍ୟମ ଅବକାରୀ କାର୍ଯ୍ୟାଳୟକୁ ଯାଇ ତଥ୍ୟ ମାଗିଥିଲେ ଏଥିରେ ଉତକ୍ଷିପ୍ତ ହୋଇ ଏସ ଆଇ ଶ୍ରୀ ପାତ୍ର ନ୍ୟୁଜ 7 ର ସାମ୍ବାଦିକ ବୈଦ୍ୟଭୁଷଣ ମହାପାତ୍ର ଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାଡ଼ ମାରିବା ଘଟଣାକୁ ନେଇ ସାମ୍ବାଦିକ ମାନଙ୍କ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ଓ ଏହି ଘଟଣା ରେ ଯଦି ରାଜ୍ୟ ସରକାରଙ୍କ ତରଫରୁ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗାମୀ ଦିନରେ ଏହି ବିରୋଧ ଅହୁରି ଜୋରଦାର କରାଯିବ ବୋଲି ରାୟଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି ଆଜି ଉକ୍ତ ଘଟଣା ବିରୁଧରେ ରାୟଗଡ଼ ଉତ୍କଳ ସାମ୍ବାଦିକ ସଙ୍ଘର ସମ୍ପାଦକ ଶ୍ରୀ ରାଜେଶ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଙ୍ଘର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସ, ପରିଚାଳନା ସମ୍ପାଦକ ପରମାନନ୍ଦ ପ୍ରଧାନ, ସହ ସମ୍ପାଦକ ସନ୍ତୋଷ ପାଢ଼ୀ, ବରିଷ୍ଠ ସାମ୍ବାଦିକ ରଶ୍ମିରଞ୍ଜନ ଦୋରା ପ୍ରମୁଖ ଆକ୍ରମଣ କରିଥିବା କାର୍ଯ୍ୟ ରତ ସରକାରୀ କର୍ମଚାରୀ ଏସ ଆଇ ଶ୍ରୀ ଧନଞ୍ଜୟ ପାତ୍ର ଙ୍କୁ ତୁରନ୍ତ ଗିରଫ ଦାବିରେ ଓ ରାଜ୍ୟରେ କର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୟରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି