ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ସ୍ଥିତ " ଇମ୍ଫା " ଶିଳ୍ପ ଗୋଷ୍ଠୀ ର କୋଭିଡ ଟୀକାକରଣ କାର୍ଯ୍ୟକ୍ରମ

Jun 28 2021 4:32PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : କରୋନା ମହାମାରୀ ରୁ ସୁରକ୍ଷା ପାଇଁ ରାୟଗଡ଼ା ର ଥେରୁବାଲି ରେ " ଇମ୍ଫା " ଶିଳ୍ପ ଗୋଷ୍ଠୀ ତରଫରୁ ମାଗଣାରେ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ ସମସ୍ତ ବର୍ଗର ଶ୍ରମିକ ଓ ତାଙ୍କର ପରିବାର ସଦସ୍ୟ ଙ୍କ ମନରେ ନୂତନ ଆଶାର ସଂଚାର କରିପାରିଛି।ଏହି ଟୀକାକରଣ ରେ ସ୍ୱତଃ ପ୍ରବୃତ୍ତ ଭାବେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନୁଧି , ଗାଁ ର ମୁଖିଆ , ଜାନୀ ,ଡିସାରୀ ଓ ସାଆନ୍ତା ନାଗରିକ ମଂଚର ସମ୍ପାଦକ, ସ୍ବେଛାସେବୀ ଆଦିବାସୀ ଯୁବକଁ ଯୁବତୀ । ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଶ୍ରମିକ ଓ ତାଙ୍କର ପରିବାର ବର୍ଗଙ୍କୁ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ହୋଇଛନ୍ତି।ଏହି ଟୀକାକରଣ କାର୍ଯ୍ୟକ୍ରମ " ଇମ୍ଫା " ଶିଳ୍ପ ଗୋଷ୍ଠୀ, ଫିକି ଓ ଆପୋଲୋ ହସିପିଟାଲ ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଇମ୍ଫାର ଉପସଭାପତି ଶ୍ରୀମାନ କେ.ଭି.ରାଓ, ଉପମହା ପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀମାନ କଲୋଲ କୁମାର ନାୟକ ଓ ବିଭିର୍ଣ୍ଣ ବିଭାଗର ଅଧିକାରୀମାନେ ସହଯୋଗ କରିଥିଲେ। ଇମ୍ଫା ହସ୍ପିଟାଲ ର ଡାକ୍ତର ଶ୍ରୀ ପଶାନ୍ତ କୁମାର କରଙ୍କ ତତ୍ୱବାଧାନ ରେ ,ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଙ୍କ ଦ୍ଵାରା ଟୀକାକରଣ କରାଯାଇଛି। " ଇମ୍ଫା ଦ୍ୱାରା ମୁଁ ଓ ମୋର ପରିବାର ବର୍ତ୍ତମାନ ସୁରକ୍ଷିତ" ବୋଲି ନିଜର ମତ ପ୍ରକାଶ କରିଛନ୍ତି ଥେରୁବାଲି ର ନାଗରିକ ମଞ୍ଚ ର ସମ୍ପାଦକ ଶ୍ରୀମାନ ଭାସ୍କର ଅମର ସିଂ। ଶ୍ରମିକ ଓ ତାଙ୍କର ପରିବାର ଵର୍ଗ ପାଇଁ ମାଗଣାରେ ଓ ସୁବିଧାରେ ଟୀକାକରଣ କାର୍ଯ୍ୟକ୍ରମ ର ଆୟୋଜନ କରିଥିବାରୁ ଇମ୍ଫାର ସମସ୍ତ ଶ୍ରମିକ ସଂଗଠନ କାରଖାନା କର୍ତ୍ତୁପକ୍ଷ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।