ପୁରା ଖବର ବିଷୟରେ



ଗୁଣୁପୁରଠାରେ ବଳଦଟଣIପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

Jun 28 2021 1:36PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ଗୁଣୁପୁର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁବେସରକାରୀ ସଂସ୍ଥା, ସର୍ବ ସେବା ସମିତି ସଂସ୍ଥା (ଏସ ଏସ ଏସ ଏସ ) ର ସହାୟତାରେ ଅନ-ଲାଇନରେ ରାୟଗଡା ଜିଲ୍ଲାର ଗୁଣୁ ପୁର ବ୍ଲକ ର ଆମ୍ବଗୁଡ଼ା ଗ୍ରାମ ଠାରେ ବଳଦ ଟଣIପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଆଇସିଏର-ସିଆଇଏଇ, ଭୋପାଲରୁ ପ୍ରକଳ୍ପ ସଂଯୋଜକ ପ୍ରଫେସର ମହାରାଣୀ ଦିନ, ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର ସିମାଚଳ ସାହୁ, ସମ୍ପ୍ରସାରଣ ଅଧ୍ୟକ୍ଷ, ପ୍ରଫେସର ପ୍ରସଂଜିତ ମିଶ୍ର, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଫେସର ସଞ୍ଜୟ କୁମାର ଦାଶ, କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗର ମୁଖ୍ୟ ପ୍ରଫେସର ଦେବରାଜ ବେହେରା ଓ ବେସରକାରୀ ସଂସ୍ଥା ସର୍ବ ସେବା ସମିତି ସଂସ୍ଥା (ଏସ ଏସ ଏସ ଏସ ) ର କର୍ମକର୍ତ୍ତାଗଣ ଯୋଗଦେଇ ଧାନଚାଷରେ ଧାଡିବୁଣା ପାଇଁ ବ୍ୟବହାର ହେଉଥିବା ବଳଦ ଟଣIପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଦେଖିଥିଲେ I ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରାୟ ପଚାଶ ଜଣ ଅଗ୍ରଣୀ ଚାଷୀ, କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡାର ବୈଜ୍ଞାନିକ ବନ୍ଧୁଗଣ, ସହକାରୀ କୃଷି ଯନ୍ତ୍ରୀ ଗଣ, ସହକାରୀ କୃଷି ଅଧିକାରୀ ଗଣ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ର ବନ୍ଧୁଗଣ ଯୋଗଦାନ କରିଥିଲେ I ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ପ୍ରକଳ୍ପ ତରଫରୁ ବିକଶିତ ବଳଦ ଟଣIପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର ବ୍ୟବହାର, ଉପାଦେୟତା, ମରାମତି ତଥା ନିୟନ୍ତ୍ରଣ ବିଷୟରେ ଅନ-ଲାଇନରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ଏହି ଯନ୍ତ୍ର ସାହାଯ୍ୟରେ ହଳେ ମଝିଅIଳୀ ବଳଦଦ୍ୱାରା ପ୍ରାୟ ତିନି ଘଣ୍ଟା ମଧ୍ୟରେ ଏକ ଏକର ଜମିରେ ଧାଡିରେ ମଞ୍ଜି ବୁଣା ଯାଇପାରୁଛି i ସମ୍ପ୍ରତି ଏହି ଖରିଫଋତୁରେ ରାୟଗଡା ଜିଲ୍ଲାରେ ଦୁଇଟି ବ୍ଲକରେ ଏହି ବେସରକାରି ସଂସ୍ଥା ଓ ଓୟୁଏଟିର ମିଳିତ ଉଦ୍ୟମରେ ଧାନଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣାପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଓ ଏଥି ନିମନ୍ତେ ମିଳିତ ଉଦ୍ୟମରେ ଏହି ଅଂଚଳର ଚାଷୀମାନଙ୍କୁ ନେଇ ଅନଲାଇନ ତାଲିମ କାର୍ଯ୍ୟକ୍ରମ କରାଯାଇସାରିଛି i ବେସରକାରୀ ସଂସ୍ଥା, ସର୍ବ ସେବା ସମିତି ସଂସ୍ଥା (ଏସ ଏସ ଏସ ଏସ )ର ବରିଷ୍ଠ ସଂଯୋଜକ ଶ୍ରୀଯୁକ୍ତ କିରଣ କୁମାର ଦାସ ଓ ସ୍ଥାନିୟ ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଗୌଡ଼ ପ୍ରମୁଖ ଆଗାମୀ ଦିନରେ ଧାନଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡିବୁଣା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତଙ୍କ ସହାୟତା କାମନା କରିଥିଲେ i ଆଇସିଏର-ସିଆଇଏଇ, ଭୋପାଲରୁ ପ୍ରକଳ୍ପ ସଂଯୋଜକ ପ୍ରଫେସର ମହାରାଣୀ ଦିନ ଏହିପରି ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ ଚାଷୀ ଜମିରେ ଅନ୍ୟ ଜିଲ୍ଲାମାନଙ୍କରେ ଆୟୋଜନ କରିବାପାଇଁ ଆଗ୍ରହ କରିଥିଲେ i ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର ସିମାଚଳ ସାହୁ ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣା କାମ ସହ ଘାସ ମରା ଔଷଧର ସଠିକ ବ୍ୟବହାର ଚାଷୀମାନଙ୍କପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପ୍ରକାଶ କରିଥିଲେ I କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଫେସର ସଞ୍ଜୟ କୁମାର ଦାଶ ପ୍ରକଳ୍ପର ଏତାଦୃଶ କ୍ଷେତ୍ର ପ୍ରଦର୍ଶନକୁ ପ୍ରଶଂସା କରିବାସହ ଅଧିକ ସଂଖ୍ୟାରେ ଚାଷୀମାନେ ଏହି ଯନ୍ତ୍ରକୁ ବ୍ୟବହାର କରନ୍ତୁ ବୋଲି ଉପଦେଶ ଦେଇଥିଲେ I କୃଷି ବିଜ୍ଞାନ କେନ୍ଦ୍ର,ରାୟଗଡାର କୃଷି ଯାନ୍ତ୍ରିକ ବୈଜ୍ଞାନିକ ଇଂ ଅମିତ ଜ୍ୟୋତି ମାଝୀଙ୍କ ତତ୍ୱାବଧାନରେ ଏହି ବଳଦ ଟଣIପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ସମ୍ପନ୍ନ ହୋଇଥିଲା i ଗବେଷଣା ଆଲୋଚନାରେ ଭାଗନେଇ କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗର ମୁଖ୍ୟ ପ୍ରଫେସର ଦେବରାଜ ବେହେରା ବିଗତ ବର୍ଷ ମାନଙ୍କରେ ରାୟଗଡା ଜିଲ୍ଲାରେ ପ୍ରକଳ୍ପ ତରଫରୁ ଅନେକ କ୍ଷେତ୍ରପ୍ରଦର୍ଶନ ଓ ତାଲିମ କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇସାରିଛି ବୋଲି ପ୍ରକାଶ କରିଥିଲେ i ସମ୍ପ୍ରତି ଧାନ ଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣା କରାଗଲେ ଛଟା ବୁଣା ତୁଳନାରେ ପ୍ରାୟ ଅଧା ବିହନରେ ଅର୍ଥାତ ଏକର ପିଛା ମାତ୍ର ୧୫ କେଜି ବିହନରେ ଧାନ ଚାଷ କରାଯାଇପାରିବ ଓ ଉତ୍ପାଦନ ଶତକଡା ୨୦ ଭାଗ ଯାଏଁ ବଢିପାରିବ ବୋଲି ବିଶେଷଣଜ୍ଞ ମାନେ ମତ ରଖିଥିଲେ ଯାହାକି ଏହି ଅଂଚଳର ଚାଷୀମାନଙ୍କ ପାଇଁ ବିଶେଷ ଲାଭଜନକ ହେବ ଏଥିରେ ସନ୍ଦେହ ନାହିଁ i ତେବେ ଏହିସବୁ ଧାଡି ବୁଣା ଯନ୍ତ୍ର ଗୁଡିକ ଉପରେ ସରକାରୀ ରିହାତିର ବ୍ୟବସ୍ଥା ରହିଛି ଓ ଆବଶ୍ୟକସ୍ଥଳେ ଭଡା ସୂତ୍ରରେ ଚାଷୀଭାମାନେ ଏହିପରି ଯନ୍ତ୍ର ଗୁଡିକର ବ୍ୟବହାର ସହଜରେ କରିପାରିବେ i ସାମ୍ପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ସରକାରୀ କୋଭିଡ କଟକଣା ମଧ୍ୟରେ ପ୍ରକଳ୍ପ ତରଫରୁ ଆୟୋଜିତ ଏହିପରି ଅନ-ଲାଇନ କାର୍ଯ୍ୟକ୍ରମକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ i