ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ମହିଳା ଜନତା ଦଳ ପକ୍ଷରୁ ଗରିବ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

Jun 28 2021 5:25AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାୟଗଡ଼ା ଜିଲ୍ଲା ମହିଳା ଜନତା ଦଳ ର ସଭାନେତ୍ରୀ ଶ୍ରୀମତୀ ଅନୁସୟା ମାଝୀଙ୍କ ନେତୃତ୍ୱରେ ଆଜି ରାୟଗଡ଼ା ସହରର ସଟଡାଉନ ସମୟରେ ଠିକ୍ ସମୟରେ କାମ ପାଉନଥିବା ଅସହାୟ ଗରିବ ପରିବାରରେ ବସବାସ କରୁଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ ପରିବାରଙ୍କୁ ରନ୍ଧାଖାଦ୍ୟ ସହ ପୁଡିଆ ବଣ୍ଟନ କରାଯାଇଥିଲା । ଉକ୍ତ ବଣ୍ଟନ କାର୍ଯ୍ୟକ୍ରମ ରେ ଶ୍ରୀମତୀ ଅନୁସୟା ମାଝୀଙ୍କ ସମେତ ରାୟଗଡା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ଅମ୍ବିକା ବିଡିକା , ପୂର୍ବତନ ରାୟଗଡ଼ା ନଗର ପାଳୀକା ଶ୍ରୀମତୀ ଭି ଗୈାରୀ ଜୟନ୍ତୀ , ନାରୀ ନେତ୍ରୀ ଶ୍ରୀମତୀ ସୂଜାତା ସାହୁକାର , ଶ୍ରୀମତୀ ପି ଲତା , ଶ୍ରୀମତୀ ଜୟନ୍ତୀ ମହାରଣା , ଶ୍ରୀମତୀ ପ୍ରସାନ୍ତୀ ବିଡିକା ପ୍ରମୁଖ ଉପସ୍ଥିତ ରହି ସହରର ଗରିବ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ