ପୁରା ଖବର ବିଷୟରେ



ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ବିଦ୍ୟୁତ ବିଭାଗ କୁ ଦାବି ପତ୍ର ପ୍ରଦାନ

Jun 25 2021 2:02PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା :ଭାରତୀୟ ଜନତା ପାର୍ଟି ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟାକୁ ନେଇ ବିଦ୍ୟୁତ ବିଭାଗ ଏସ.ଡି.ଓ ଶ୍ରୀ ବଳରାମ ନାୟକଙ୍କୁ ସରକାରଙ୍କ କୋବିଡ ର ସମସ୍ତ ନିୟମକୁ ପାଳନ କରି ଏକ ଦାବିପତ୍ର ପ୍ରଦାନ ପ୍ରଦାନ କରାଯାଇଛି । ବର୍ତ୍ତମାନ କୋଭିଡ଼-୧୯ କଟକଣା ଯୋଗୁ ଉଭୟ ବ୍ୟବସାୟୀ ଓ ସାଧାରଣ ଜନତା ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିପରି କଠିନ ପରିସ୍ଥିତିରେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଅଧିକ ବିଦ୍ୟୁତ ବିଲ ପ୍ରଦାନ କରିବା, ଅଘୋଷିତ ବିଦ୍ୟୁତ କାଟ କରିବା ଓ ବିଦ୍ୟୁତ ଦର ବୃଦ୍ଧି କୁ ନେଇ ଭାରତୀୟ ଜନତା ପାର୍ଟି ର ରାୟଗଡା ନଗର ସଭାପତି ଶ୍ରୀ ଦାଶ ବିରୋଧ କରିଛନ୍ତି । ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ଭାରତୀୟ ଜନତା ପାର୍ଟି ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ସମେତ ରାୟଗଡ଼ା ବିଧାନସଭା ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା, ନଗର ସାଧାରଣ ସମ୍ପାଦକ ଅଜୟ କୁମାର ଚୁଲେଟ , ନଗର ଉପସଭାପତି ଶ୍ରୀମତୀ ମଞ୍ଜୁଳା ମିନିୟାକା, ସମ୍ପାଦକ ଜଗଦୀଶ ସୁନାରୀ, କୋଷାଧ୍ୟକ୍ଷ ବିଦ୍ୟା ସାଗର , ସୁଶାନ୍ତ ମିଶ୍ର, ଶ୍ରୀମତୀ ଝରଣା ମହାନ୍ତି, ଯୁବମୋର୍ଚା ସଭାପତି ରାଜେଶ କୁମାର ପାଣିଗ୍ରାହୀ, ଯୁବମୋର୍ଚା ସାଧାରଣ ସମ୍ପାଦକ ଜୟରାମ ବର୍ମା, ଜିଲ୍ଲା ଏସି.ମୋର୍ଚ୍ଚା ସଭାପତି ଟି. ନାଗାରାଜୁ ପ୍ରମୁଖ ଉପସ୍ଥିତ ଥିଲେ