ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ।

Jun 24 2021 10:02PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଏକ ଅଧିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ କାଶୀପୁର ବ୍ଲକରେ ଆଜିବି ଅନେକ ପଞ୍ଚାୟତରେ ମୋବାଇଲ ନେଟୱର୍କ ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସୂଚନା ଅନୁଯାୟୀ ମୋବାଇଲ ଅସୁବିଧା ଯୋଗୁଁ ଅନେକ ସରକାରୀ ସେବା ଓ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେଉଛି । ଏ ଭଳି ପରିସ୍ଥିତିରେ କାଶୀପୁର ବ୍ଲକର ଛାତ୍ରଛାତ୍ରୀ ମଧ୍ୟ ଅନଲାଇନ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି । ଲୋକେ ମୋବାଇଲ ପାଇବା ଆଶାରେ କିଏ ପାହାଡ଼ ଚଢିବାକୁ ପଡୁଛିତ କିଏ ପଥର ଉପରେ ଛିଡ଼ା ହେବାକୁ ପଡୁଛି ତ କିଏ ଗଛ ଉପରକୁ ଚଡ଼ିବାକୁ ପଡୁଛି । ହଁ ଦର୍ଶକ ବୃନ୍ଦ ଆମକୁ ଅଧିକ ବଖାଣିବାକୁ ପଡ଼ିବ ନାହିଁ ଏହେଉଛି ଡିଜିଟାଲ ଦୁନିଆର ଡିଜିଟାଲ ଦୃଶ୍ୟ ଆପଣମାନେ ଏହି ଚିତ୍ର ଦେଖିଲେ ଅତି ସହଜରେ ଅନୁଭବ କରିପାରୁଥିବେ ଦର୍ଶକ ବୃନ୍ଦ ।