ପୁରା ଖବର ବିଷୟରେ



ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ବଳିଦାନ ଦିବସ ପାଳନ

Jun 23 2021 5:44PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋବିଡ ର ସମସ୍ତ ନିୟମକୁ ପାଳନ କରି ବଳିଦାନ ଦିବସ ପାଳନ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନେତୃତ୍ବରେ ସ୍ୱର୍ଗୀୟ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ପୁଣ୍ୟତିଥି ଉପଲକ୍ଷେ ବଳିଦାନ ଦିବସ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ଏସ ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ କାଳୀରାମ ମାଝୀ ଯୋଗ ଦେଇ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ବିଷୟରେ ବିସ୍ତୃତ ଭାବରେ ବର୍ଣନା କରିବା ସହ ତାଙ୍କ ସମୟ ମଧ୍ୟରେ ଦେଶ ଭକ୍ତି ଏବଂ ଦେଶ ଗଠନରେ ଭୂମିକା ଉପରେ ପ୍ରକାଶ କରିଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ପଣ୍ଡା ପରିଚାଳନା କରିଥିଲେ , କାର୍ଯ୍ୟକ୍ରମ ରେ ରାୟଗଡା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ଶ୍ରୀ ବସନ୍ତ ଉଲ୍ଲକା ସମେତ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ, ଜ଼ିଲ୍ଲା ପଦାଧିକାରୀ, ଜ଼ିଲ୍ଲା ମୋର୍ଚ୍ଚା ସଭାପତି, ନଗର ପଦାଧିକାରୀ,ନଗର ମୋର୍ଚ୍ଚା ସଭାପତି ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ.