ପୁରା ଖବର ବିଷୟରେ



ରାୟଗଡ଼ା ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଓ ଲିଫଲେଟକୁ ନେଇ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ ।

Jun 22 2021 4:43PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : କରୋନା ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାନର ଓ ଲିଫ୍ଲେଟକୁ ନେଇ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଟୀକାକରଣ କେନ୍ଦ୍ର ଆଗରେ ନବୀନ ପଟ୍ଟନାୟକଙ୍କ ବଡ ବଡ ବ୍ୟାନର ଲଗାଇବା ଓ ଲୋକଙ୍କୁ ଦିଆଯାଉଥିବା ଚିରୁକୁଟିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟ ରହିବାକୁ ନେଇ ଆପତ୍ତି ଉଠାଇଛି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା। ରାୟଗଡା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଙ୍କ ନେତୃତ୍ୱରେ ବିଜେପି ଯୁବ ମୋର୍ଚ୍ଚା ର ଏକ ଟିମ ରାୟଗଡା ସହର ରେ ଚାଲିଥିବା କିଛି ଟୀକା କେନ୍ଦ୍ରକୁ ଯାଇ ଟୀକାକରଣ କେନ୍ଦ୍ରରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି । କରୋନା ଟୀକା ସଚେତନତା ବ୍ୟାନର ଓ ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଲଗାଜିବାକୁ ପ୍ରତିବାଦ କରିବା ସହ ହଟାଇବା ପାଇଁ ଦାବି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଦେବାଶିଷ ପଣ୍ଡା , ସହ ମଈନା ଆଚାର୍ଯ୍ୟ , ଅଭିଷେକ ପାଣିଗ୍ରାହୀ , ପ୍ରତାପ ପୁଆଲା , ରାଜୁ ଗୁପ୍ତା , ଉମେଶ ଖଶଲା , କମଳ ନୀଳଗିରି ଉପସ୍ଥିତ ଥିଲେ ।