ପୁରା ଖବର ବିଷୟରେ



ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଓ ଲିଫଲେଟକୁ ନେଇ ବିଜେପିର ବିକ୍ଷୋବ ।

Jun 21 2021 4:48PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) କରୋନା ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାନର ଓ ଲିଫ୍ଲେଟକୁ ନେଇ ବିଜେପିର ବିରୋଧ । ଟୀକାକରଣ କେନ୍ଦ୍ର ଆଗରେ ନବୀନ ପଟ୍ଟନାୟକଙ୍କ ବଡ ବଡ ବ୍ୟାନର ଲଗାଇବା ଓ ଲୋକଙ୍କୁ ଦିଆଯାଉଥିବା ଚିରୁକୁଟିରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫୋଟ ରହିବାକୁ ନେଇ ଆପତ୍ତି ଉଠାଇଛି ଭାରତୀୟ ଜନତା ପାର୍ଟି । ରାୟଗଡା ବିଜେପିର ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲକାଙ୍କ ନେତୃତ୍ୱରେ ଭାଜପାର ଏକ ଟିମ ରାୟଗଡା ସହର ସ୍ଥିତ UGMIT ରେ ଚାଲିଥିବା ଟୀକା କେନ୍ଦ୍ରକୁ ଯାଇ ଟୀକାକରଣ କେନ୍ଦ୍ରରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି । କରୋନା ଟୀକା ସଚେତନତା ବ୍ୟାନର ଓ ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଲଗାଜିବାକୁ ପ୍ରତିବାଦ କରିବା ସହ ହଟାଇବା ପାଇଁ ଦାବି କରିଛନ୍ତି । ଖବର ପାଇ ସ୍ଥାନୀୟ ସହରାଞ୍ଚଳ ଡାକ୍ତର ଖାନାର ଇନଚାର୍ଜ ଆସି ବିଜେପି ନେତା ଓ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ଟୀକା ଦବା ପାଇଁ ଘୋଷଣା କରୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପୋଷ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ଫୋଟ ହଟାଇବା ପାଇଁ ଦାବି କରିଛି ବିଜେପି । ଅନ୍ୟ ପାଖେ ଆଲୋଚନା ପରେ ଆଜିଠାରୁ ସମସ୍ତ ଲିଫଲେଟକୁ ବନ୍ଦ କରାଯିବ ବୋଲି କହିଛନ୍ତି ଡାକ୍ତର ।