ପୁରା ଖବର ବିଷୟରେ



ରାୟଗଡ଼ା ନଗର ବିଜୁ ଯୁବ ଜନତା ଦଳ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ

Jun 21 2021 5:55AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଜାରି ହୋଇଥିବା ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଅନାହାରରେ ଦିନ କାଟୁଥିବା ଅସହାୟ ମାନଙ୍କୁ ସହଯୋଗ ହାତ ବଢାଇଛନ୍ତି ରାୟଗଡ଼ା ନଗର ବିଜୁ ଯୁବ ଜନତା ଦଳ ଆଜି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏନ୍. ଭାସ୍କର ରାଓଙ୍କ ତତ୍ୱାବଧାନରେ ରାୟଗଡ଼ା ନଗର ବିଜୁ ଯୁବ ଜନତା ଦଳ ତରଫରୁ ରାୟଗଡ଼ା ସହରରେ ଥିବା ଆସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳର ଓଡ଼ିଶା-ମୋ-ପରିବାର ଆନୁକୂଲ୍ୟରେ ସବୁବେଳେ ସମାଜସେବା ପାଇଁ ପଦକ୍ଷେପ ନିଆଯାଉଛି ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ସହରରେ ୫୦୦ ରୁ ଉର୍ଦ୍ଧ ଗରିବ ଅସହାୟ ପରିବାରଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ କୃଷକ ସେଲ ର ସଂପାଦକ ବି. ତିରୁପତି ଙ୍କ ସହାୟତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ନଗର ଯୁବ ଜନତା ଦଳ ସଭାପତି ଭି . କିରଣ କୁମାର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଅବିନାଶ ବିଷୋୟୀ , ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ତପନ ପେଦେଣ୍ଟି , ଜିଲ୍ଲା ବିଜୁ ଯୁବ ଜନତା ଦଳର ସଂପାଦକ କେ.ଶ୍ରୀନିବାସ , ହୃଷିକେଶ କୂଳଦୀପ , ଗୋପୀନାଥ ପୂଷିକା , ବିଜୁ ଯୁବ ଜନତା ଦଳର କର୍ମୀ ଶ୍ରୀକାନ୍ତ ଚୌଧୁରୀ, ବି . ବିଶ୍ୱନାଥ, ପ୍ରବୀଣ କୁମାର, ଯୋଗେଶ ପେଦେଣ୍ଟି ,ବିଶ୍ୱଜିତ ବେହୁରା, ଆଶିଷ ରାଓ ସହ ପୂର୍ବତନ କାଉନସିଲର ସଂକରୀ ବାବୁ ଉପସ୍ଥିତ ରହି ପରିଚାଳନା କରୁଥିଲେ ।