ପୁରା ଖବର ବିଷୟରେ



ଧାମନଗର ବିଧାୟକ ଙ୍କ ଦ୍ଵାରା ମଲ୍ଲି ମାହାରା ନଦୀ ପଠା କାର୍ଯ୍ୟ ର ତଦନ୍ତ----

Jun 19 2021 7:32PM
(ଧାମନଗର ରୁ ରଞ୍ଜନ ମଲ୍ଲିକ କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀରୁ ବାହାରି ଥିବା ମଲ୍ଲି ମାହାରା ବ୍ୟୟ ଅଟକଳ ପ୍ରାୟ ପଚିସି ଲକ୍ଷ (୨୫ ଲକ୍ଷ )ଟଙ୍କାରେ ହେଉଥିବା ମାହାରାର ମରାମତିକରଣ ପାଇଁ ସେକ୍ସନ ହୋଇଥିବା ବେଳେ ଉକ୍ତ ମରାମତିକରଣ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଅଭିଯୋଗ କଥା ଶୁଣି, ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ କାର୍ଯ୍ୟ ସ୍ଥଳରେ ପହଞ୍ଚି କାର୍ଯ୍ୟ ଅନୁଧ୍ୟାନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଠାରେ ଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ କଥା ହୋଇଥିଲେ କିପରି ବନ୍ୟା ର ପ୍ରକୋପ କୁ ରୋକାଯାଇପାରିବ ଏ ନେଇ ସେଠାରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀଂକ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବାର ସୂଚନା ମିଳିଛି, ଉକ୍ତ ମାହାରା ଟିକୁ ଏକ ଫୁଟ ଉଚ୍ଚ ସହ walling ଓ ପଥର ପ୍ୟାକିଙ୍ଗ, ସିମେଟିଙ୍ଗ କିପରି ସୁଦୃଢ ଭାବେ ଚିରସ୍ଥାୟୀ ହେବ , ସେନେଇ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ ବୋଲି ସୂଚନା ଦେଇଥିଲେ .ମରାମତିକରଣ କାର୍ଯ୍ୟ ଯେପରି ସୁଚାରୁ ରୁପେ ଦୀର୍ଘସ୍ଥାୟୀ ହେବ, ସେଥିଲାଗି ଦଳୀୟ କର୍ମୀଙ୍କୁ ଉପସ୍ଥିତ ରହି ତଦାରଖ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ । ଆହୁରି ମଧ୍ୟ କିପରି ବନ୍ୟାର ପ୍ରକୋପ ଆଖପାଖ ଗ୍ରାମ ସହ ଆଠଗୋଟି ପଞ୍ଚାୟତରେ ତାର ପ୍ରଭାବ କମ ରହିବ, ତାହାକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ମାହାରା ସମ୍ମୁଖରେ ଏକ TRR ବନ୍ଧ ନିର୍ମାଣ ସହ ନଦୀ ପଠାରେ ଜଙ୍ଗଲ ସୃଷ୍ଟି କରାଗଲେ ବନ୍ୟା ର ପ୍ରକୋପ ହ୍ରାସ ପାଇବ ବୋଲି ମଧ୍ୟ ମତ ବ୍ୟକ୍ତ କରିଥିଲେ , ଏବଂ ଏ ବିଷୟରେ ସେ ବିଧାନସଭା ରେ କରୋନା କଟକଣା ପରେ ଆଲୋଚନା କରିବେ ବୋଲି ମଧ୍ୟ ଆଶ୍ୱାସନା ଦେଇଥିଲେ । ଧାମନଗର ବିଧାୟକ ଙ୍କ ସହିତ ମୁକୁନ୍ଦଦେବ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ପତି, ବିଜେପି ଦଳର ବରିଷ୍ଠ ସମ୍ପାଦକ ଶ୍ରୀଯୁକ୍ତ ଚତୃଭୂଜ ନାୟକ, ସୋହଡ଼ା ସରପଞ୍ଚ ଶ୍ରୀଯୁକ୍ତ ପ୍ରମୋଦ କୁମାର ସୁତାର, ଖଡ଼ିପଦା ପଞ୍ଚାୟତର MLA ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଲଷ୍ମୀଧର ପାଣିଗ୍ରାହୀ, ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ରମେଶ ପତି, ବର୍ତ୍ତମାନର ସମିତିସଭ୍ୟ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କୁଳମଣି ଶତପଥୀ, ଏବଂ ବହୁ ନେତୃବୃନ୍ଦ ଙ୍କ ମଧ୍ୟରେ ମହେଶ୍ୱର ପତି, ଅରୁଣ ଦାସ, ବିଶ୍ୱନ୍ନାଥ ଦାଶ, ଖଗେଶ୍ୱର ପୃଷ୍ଟି, ଉମାକାନ୍ତ ସାହୁ ପ୍ରମୂଖ ଉପସ୍ଥିତ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ ରଞ୍ଜନ କୁମାର ମଲିକ ଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ।