ପୁରା ଖବର ବିଷୟରେ



ପାରଳାଖେମୁଣ୍ଡି ବିଧାୟକ ଙ୍କ ଦ୍ବାରା କିନ୍ନର ଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ

Jun 19 2021 7:30PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଆଜି ବିଜେପି କାର୍ଯ୍ୟଳୟ ପରିସର ରେ କିନ୍ନର ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରିଥିଲେ, ବର୍ତ୍ତମାନ୍ ମହାମାରୀ ସମୟରେ ତୃତୀୟ ଲିଙ୍ଗ ବା କିନ୍ନର ମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି, ତେଣୁ ସେମାନଙ୍କ ସାଧାରଣ ଜୀବନ ଯାପନ ରେ କିଛି ସାହାଯ୍ୟ କରିବା ପାଇଁ ବିଧାୟକ ପାରଳାଖେମୁଣ୍ଡିରେ ଥିବା ପ୍ରାୟ ୧୫ ଜଣ କିନ୍ନର ପ୍ରତ୍ୟେକଙ୍କୁ ୨୫ କେଜି ଚାଉଳ ସହ ଆଳୁ ପିଆଜ ଡାଲି ଆଦୀ ଅତ୍ୟାବଶ୍ୟକ ସାମଗ୍ରୀର ଦେଇଥିଲେ, ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସମେତ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ମହିଳା ନେତ୍ରୀ ପି. ଲତା, ବରିଷ୍ଟ ବିଜେପି ନେତା ବିଭୂତି ଭୂଷଣ ବେହେରା, ଜମିଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ, ସେହିପରି କିନ୍ନର ସଂଘ ପକ୍ଷରୁ ସଭାପତି ମଧୁ କିନ୍ନର, ସଂପାଦକ ଅବଦୁଲ କିନ୍ନର ଓ ଅନ୍ୟାନ୍ୟ ପ୍ରାୟ ୧୫ କିନ୍ନର ଉପସ୍ଥିତ ରହି ସାମଗ୍ରୀ ଗ୍ରହଣ କରିଥିଲେ ଓ ବିଧାୟକ ଙ୍କୁ ସାଧୁବାଦ ଜଣାଇଥିଲେ।